୬୦୦ବର୍ଷ ପରେ ମାଆ ଲକ୍ଷ୍ମୀ ହେଲେ ପ୍ରସନ୍ନ : ଆଜିଠୁ ଏହି ୩ଟି ରାଶିର ବ୍ୟକ୍ତିମାନେ ହେବେ କୋଟିପତି

Published By : Prameya-News7 Bureau | August 03, 2019 IST

୧. ମେଷ ରାଶି : ବିଦ୍ୟାପ୍ରାପ୍ତି ପାଇଁ ଆଜିର ଦିନ ଅନୁକୂଳ ଅଟେ। ଶିକ୍ଷା କ୍ଷେତ୍ରରେ ମେଷ ରାଶିର ବ୍ୟକ୍ତିଙ୍କୁ ଶୁଭ ଫଳ ମିଳିବ। ଆୟ ବୃଦ୍ଧି ହେବ। ଆର୍ଥିକ ଆୟୋଜନ ମଧ୍ୟ ଠିକଭାବେ ସମ୍ପାଦିତ ହେବ। କେତେକ ପୁରୁଣା ବନ୍ଧୁଙ୍କ ସହ ସାକ୍ଷାତ ହେବ। ଲୋଭରୁ ଦୁରେଇ ରୁହନ୍ତୁ,ନହେଲେ କାର୍ଯ୍ୟ ବାଧାପ୍ରାପ୍ତ ହେବାର ସମ୍ଭାବନା ରହିଛି।

୨. ବୃଷ ରାଶି : ବୃଷ ରାଶିର ବ୍ୟକ୍ତିଙ୍କ ପାଇଁ ଆଜିର ଦିନଟି ଶୁଭ ରହିବ। ଅର୍ଥ ମିଳିବାର ସମ୍ଭାବନା ରହିଛି। ସନ୍ତାନ ତରଫରୁ ଶୁଭ ଖବର ମିଳିବାର ସମ୍ଭାବନା ରହିଛି। ମାଆ-ବାପା ଏବଂ ମିତ୍ରଙ୍କଠୁ ପୂର୍ଣ୍ଣ ସହଯୋଗ ମିଳିବ। ଖର୍ଚ୍ଚ ବୃଦ୍ଧି ହେବାରୁ ମାନସିକ ଦୁଶ୍ଚିନ୍ତା ବଢ଼ିବ। ଆଳସ୍ୟ,ଥକ୍କାପଣ କାରଣରୁ ଅସୁସ୍ଥ ଅନୁଭବ କରିବେ। କାର୍ଯ୍ୟରେ କିଛି ପରିବର୍ତ୍ତନ ଘଟିବାର ସମ୍ଭାବନା ରହିବ।

୩.ମିଥୁନ ରାଶି: ମିଥୁନ ରାଶିର ବ୍ୟକ୍ତିଙ୍କ ପାଇଁ ଆଜି ଦିନ ଶୁଭ ଫଳ ପ୍ରଦାନ କରିବ। ବ୍ୟବସାୟୀମାନେ ଲାଭ ପାଇବେ। ଆମଦାନୀ ବଢ଼ିବାର ପ୍ରୟାସ ସଫଳ ହେବ। ବ୍ୟବସାୟ ପାଇଁ ବାହାରକୁ ଯାତ୍ରା କରିବେ। ସାମାଜିକ କ୍ଷେତ୍ରରେ ମାନ-ସମ୍ମାନ ବୃଦ୍ଧି ହେବ। ଅନାବଶ୍ୟକ ଖର୍ଚ୍ଚ ଯୋଗୁଁ ମାନସିକ ଦୁଶ୍ଚିନ୍ତା ବଢ଼ିବ। ପରିବାରବର୍ଗ ଏବଂ ବନ୍ଧୁଙ୍କଠୁ ସହଯୋଗ ମିଳିବ। ଭାଇ ବନ୍ଧୁଙ୍କ ସହ ସମ୍ପର୍କ ମଧୁର ହେବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.