Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦ୍ୱିତୀୟ ଲହରର କରୁଣ ଚିତ୍ର : ହସ୍ପିଟାଲରେ ବେଡ୍ ନାହିଁ, ଫୁଟ୍ ପାଥ୍‌ରେ ଶୋଇଛନ୍ତି କରୋନା ସଂକ୍ରମିତ
  • ||
  • ରାଉରକେଲା : ଦିଲ୍ଲୀରେ ଅକ୍ସିଜେନ୍ ସଙ୍କଟ, ରାଉରକେଲା ଷ୍ଟିଲ୍ ପ୍ଲାଣ୍ଟରୁ ପଠାଗଲା ଅକ୍ସିଜେନ୍ ଟ୍ୟାଙ୍କର
  • ||
  • ଯାଜପୁର : ଅକ୍ସିଜେନ୍ ସଙ୍କଟ, ଯାଜପୁରରୁ ବିଶାଖାପାଟଣା ଓ ପୁଣେ ଗଲା ୨ଟି ଅକ୍ସିଜେନ୍ ଟ୍ୟାଙ୍କର
  • ||
  • ଅନୁଗୋଳ : ଅନୁଗୋଳ ଜିଲ୍ଲାର ୨ଟି ମ୍ୟୁନିସିପାଲଟି ସଟଡାଉନ୍, କଣ୍ଟେନମେଣ୍ଟ ଜୋନ୍ ଘୋଷଣା ହେଲା ନବମିଶ୍ର କଲୋନୀ
  • ||
  • କଳାହାଣ୍ଡି : ପୋଲିସ ରିଜର୍ଭ ଅଫିସରେ ସର୍ଜନ ଓ OAPF ଯବାନଙ୍କ ମଧ୍ୟରେ ମାଡ ଘଟଣା, ଉଭୟଙ୍କୁ ନିଲମ୍ବିତ କଲେ ଏସପି
  • ||
  • କଳାହାଣ୍ଡି : ଜିଏସଟି ଏନଫୋର୍ସମେଣ୍ଟ ଟିମ୍‌ର ଚଢାଉ, ଟ୍ରକ୍‌ରୁ ୫ ଲକ୍ଷ ୩୫ ହଜାର ଟଙ୍କା ଜରିମାନା ଆଦାୟ
  • ||
  • କରୋନା ବେଲଗାମ୍, ଦେଶରେ ୨୪ ଘଣ୍ଟାରେ ୩ ଲକ୍ଷ ୩୨ ହଜାରରୁ ଅଧିକ କେସ୍, ୨୨୬୩ ମୃତ
  • ||
  • ଦୁର୍ଘଟଣାରେ ଆହତ ହେଲେ ମଞ୍ଚ କଳାକାର ରତିକାନ୍ତ ବେହେରା, ହସ୍ପିଟାଲରେ ଭର୍ତ୍ତି
  • ||
  • ଚାଲିଥିଲା ଚୋରା ବନ୍ଧୁକ କାରବାର, ମାଡିବସିଲା ପୋଲିସ, ପିସ୍ତଲ ଜବତ
  • ||
  • ସଂକ୍ରମଣ ସାଙ୍ଘାତିକ, ୨୪ ଘଣ୍ଟାରେ ରାଜ୍ୟରେ ବାହାରିଲେ ୬୨୧୫ ପଜିଟିଭ୍
  • ||

ପ୍ରେମ ରାସ୍ତାରେ କଣ୍ଟା ସାଜିଲା ପୁଅ : ପ୍ରେମିକ ସହ ମିଶି ଦୁଇ ବର୍ଷର ଶିଶୁକୁ ହତ୍ୟା କଲା ମା’ !

30/10/2019 at 10:33 AM

ରାୟଗଡା ୩୦।୧୦:  ପ୍ରେମ ପାଇଁ ରାସ୍ତାରେ କଣ୍ଟା ସାଜିଥିବା ପୁଅକୁ ହତ୍ୟା କଲା ମା’ । ପ୍ରେମିକ ସହ ମିଶି ହତ୍ୟା କରିଛି ପୁଅକୁ ପ୍ରେମିକ । ଏଭଳି ଅଭାବନୀୟ ଘଟଣା ଘଟିଛି ରାୟଗଡା ଟାଉନ୍‌ ଥାନା ଅଞ୍ଚଳରେ । ସ୍ବାମୀଙ୍କ ଅଭିଯୋଗ ପରେ ପୋଲିସ ଏକ ମାମଲା ରୁଜୁ କରି ସମ୍ପୃକ୍ତ ମା’ ଓ ପ୍ରେମିକକୁ ଗିରଫ କରିଛି ।

ସୂଚନାଯୋଗ୍ୟ ଯେ, ଯାଜପୁରର ଅଶୋକ ଦାସ ତାଙ୍କ ପତ୍ନୀ ମୀନା ଓ ଦୁଇ ବର୍ଷର ପୁଅ ସହ ଭୁବନେଶ୍ବର ନିଳାଦ୍ରୀବିହାରରେ ଘର ଭଡା ନେଇ ରହୁଥିଲେ । ଯାଜପୁର ବିଞ୍ଝାରପୁର ଅଞ୍ଚଳର ପାର୍ଥସାରଥୀ ଧଳ ରାୟଗଡା ଟାଉନ୍‌ ଥାନା ଅଧୀନ ନ୍ୟୁ-କଲୋନୀ ସ୍ଥିତ ଉମାଶଙ୍କର ସିନେମା ହଲ୍‌ ନିକଟରେ ରହୁଥିଲେ । ପାର୍ଥସାରଥୀ କୌଣସି କାମରେ ସେ ଭୁବନେଶ୍ବର ଚନ୍ଦ୍ରଶେଖରପୁର ଆସିଥିଲେ । ସେଠାରେ ମୀନାଙ୍କ ସହ ତାଙ୍କର ଦେଖା ହୋଇଥିଲା । ପ୍ରଥମ ଦେଖାରେ ପାର୍ଥ ଓ ମୀନା ପରସ୍ପରକୁ ଭଲପାଇ ବସିଲେ । ମୀନା ବେଳେବେଳେ ପାର୍ଥକୁ ଦେଖା କରିବାକୁ ରାୟଗଡା ଯାଉଥିଲେ । ପାର୍ଥ ମଧ୍ୟ ଭୁବନେଶ୍ବର ଆସୁଥିଲେ । ୨୦୧୭ରେ ଜୁନ୍‌ରେ ମୀନା ଏକ ପୁତ୍ର ସନ୍ତାନ ଜନ୍ମ ଦେଇଥିଲେ ।

କିଛି ଦିନ ତଳେ ପାର୍ଥ ଓ ମୀନା ନିଷ୍ପତ୍ତି ନେଲେ ବାହା ହୋଇ ଏକାଠି ରହିବାକୁ । ହେଲେ ପ୍ରତିବନ୍ଧକ ସାଜିଥିଲା ଦୁଇ ବର୍ଷର କୁନି ପୁଅ । ମୀନା ସ୍ବାମୀ ଅଶୋକଙ୍କ ପାଖରେ ପୁଅକୁ ଛାଡି ରାୟଗଡା ଚାଲିଯିବେ ବୋଲି ଯୋଜନା କରିଥିଲେ । ଗତ ୨୪ ତାରିଖରେ ମୀନା ଘରୁ ଗୋଡ କାଢିଥିଲେ । ହେଲେ ପୁଅକୁ ସାଙ୍ଗରେ ରାୟଗଡା ନେଇଗଲେ । ସେଠାରେ ପହଞ୍ଚିଲା ବେଳକୁ ପୁଅକୁ ଦେଖି ପାର୍ଥ ରାଗି ଯାଇଥିଲେ । ଏହାକୁ ନେଇ ଦୀର୍ଘ ସମୟ ପାଟି ତୁଣ୍ଡ ହୋଇଥିଲା ।

ରାଗରେ ଉତକ୍ଷିପ୍ତ ହୋଇ ପାର୍ଥ ଦୁଇ ବର୍ଷର ପୁଅକୁ ମାଡ ମାରିଥିଲେ । ମୀନା କିଛି ପ୍ରତିବାଦ କରିନଥିଲେ । ପୁଅ ମରିଗଲା ପରେ ଦୁଇ ଜଣ ତାକୁ ରାୟଗଡା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ । ମାତ୍ର ଶିଶୁଟିର ମୃତ୍ୟୁ ହୋଇଯାଇଥିବାରୁ ଡାକ୍ତର ପୋଲିସକୁ ଖବର ଦେଇଥିଲେ । ସେଠାରେ ପୋଲିସ ପହଞ୍ଚି ଦୁଇ ଜଣଙ୍କୁ ଅଟକ ରଖିଥିଲା । ଜେରା ବେଳେ ସବୁ କଥା ପଦାକୁ ଆସିଥିଲା ।

ସେପଟେ ୨୪ ତାରିଖ ଦିନ ସ୍ତ୍ରୀ ଓ ପୁଅକୁ ନ ପାଇ ଅଶୋକ ଚନ୍ଦ୍ରଶେଖରପୁର ଥାନାକୁ ଯାଇଥିଲେ । ରାୟଗଡ଼ା ଟାଉନ୍‌ ଥାନା ପୋଲିସ୍‌ ମଧ୍ୟ ଘଟଣାର ତଦନ୍ତ କରି ଅଶୋକଙ୍କୁ ଯୋଗାଯୋଗ କରିଥିଲା । ଅଶୋକ ସେଠାରେ ପହଞ୍ଚି ପୁଅକୁ ହତ୍ୟା କରାଯାଇଛି ବୋଲି ଅଭିଯୋଗ କରିଥିଲେ । ପୋଲିସ ହତ୍ୟା ମାମଲା ରୁଜୁ କରି ଉଭୟଙ୍କୁ ଗିରଫ କରି ତଦନ୍ତ ଜାରି ରଖିଛି ।

   Related Posts