ପ୍ରେମିକ ସହ ମିଶି ନିଜ ଆଠବର୍ଷର ପୁଅକୁ ମାରିଦେଲା ମାଆ

Published By : Prameya-News7 Bureau | March 28, 2019 IST

ଆହ୍ଲାବାଦ ୨୮/୩- ମାଆ ନିଜର ଦୈହିକ ସୁଖ ପାଇଁ ପୁଅକୁ କଲା ହତ୍ୟା । ନିଜ ପ୍ରେମିକ ସହ ମିଶି କଲା ଏପରି କାମ ।

ଏଭଳି ଅଭାବନୀୟ ଘଟଣା ହାଣ୍ଡିଆ  ଅଂଚଳରେ । ରେଖା ନାମକ ଜଣେ ମହିଳା ରାମରାଜକୁ ବିବାହ କରିଥିଲେ । ରେଖା ରାମରାଜଙ୍କ ଦ୍ଵିତୀୟ ସ୍ତ୍ରୀ ଥିଲେ । ରେଖାଙ୍କର ମଧ୍ୟ ତିନୋଟି ଝିଅ ଥିଲା । ସନ୍ଦୀପ ନାମକ ଜଣେ ୮ ବର୍ଷ ବୟସ୍କ ରାମରାଜଙ୍କ ପ୍ରଥମ ପତ୍ନୀଙ୍କର ଠାରୁ ସନ୍ଦୀପ ଜନ୍ମ ହୋଇଥିଲା । କିନ୍ତୁ ସନ୍ଦୀପକୁ ରେଖା ପୁଅଭାବେ ଗ୍ରହଣ କରୁ ନଥିଲେ । ସେଥିପାଇଁ ସନ୍ଦୀପକୁ ନେଇ ଦାଦାମାନେ ନିଜ ପାଖରେ ରଖିଥିଲେ ।

କିନ୍ତୁ ରେଖାଙ୍କର ବୁଦ୍ଧିରାମ  ବୋଲି ଜଣେ ପ୍ରେମିକ ସୁରତରେ ରହୁଥିଲା । ଯୋଜନା ଅନୁସାରେ ସେମାନେ ସନ୍ଦୀପକୁ ଘରୁ ଅପହରଣ କରିନେଇଥିଲେ । ତା ପରେ ଘରଠାରୁ ମାତ୍ର ୫୦୦ ମିଟର ଦୂରରେ ବିଲରେ ଘୋଷାଡ଼ି  ମୁହଁମାଡ଼ି ହତ୍ୟା କରିଥିଲେ ।

ସନ୍ଦୀପର ଜଣେ ଦାଦା ଖୋଜାଖୋଜି କରିବା ପରେ ଘଟଣା ସ୍ଥଳରୁ ରେଖା ଓ ବୁଦ୍ଧିରାମ ଚମ୍ପଟ ମାରିଥିଲେ । ସନ୍ଦୀପକୁ ଡ଼ାକ୍ତରଖାନା ନେଲାପରେ ମୃତ ଘୋଷଣା କରିଥିଲେ  ଡ଼ାକ୍ତର।  ଏହି ଘଟଣାରେ ରେଖା ଓ ତାଙ୍କ ପ୍ରେମିକାକୁ ଗିରଫ କରିଛି ପୋଲିସ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.