ମଦ ପିଇବାକୁ ଟଙ୍କା ନଦେବାରୁ ମାକୁ ପିଟିପିଟି ମାରିଦେଲା ପୁଅ

Published By : Prameya-News7 Bureau | June 13, 2018 IST

ଅନୁଗୋଳ ଜରପଡା ଥାନା ଓଗି ଗ୍ରାମର ନୁଆଁ ମାହାର ସାହିରେ ଏକ ହୃଦୟ ବିଦାରକ ଘଟଣା ଘଟି ଯାଇଛି । ସାମାନ୍ୟ କେତେଟା ଟଙ୍କା ପାଇଁ ମା କୁ ପିଟି ପିଟି ହତ୍ୟା କରିଛି ପୁଅ । ଘଟଣା ରୁ ପ୍ରକାଶ ଯେ ମାହାର ସାହି ର ସୁରେଖା ମାହାର ନାମକ ଜଣେ ବୃଦ୍ଧା ଗତକାଲି ବିଧବା ଭତା ପାଇ ଥିଲେ । ତେବେ ଘରକୁ ଆସିବା ପରେ ବୃଦ୍ଧାଙ୍କ ପୁଅ ରଞ୍ଜନ ଭତା ଟଙ୍କା ମାଗିଥିଲେ । ମାତ୍ର ଏଥିରେ ଅମଙ୍ଗ ହୋଇଥିଲେ ସୁରେଖା । ଟଙ୍କା ନ ଦେବାରୁ ରଞ୍ଜନ ଉତ୍ତକ୍ଷିପ୍ତ ହୋଇ ମା ସୁରେଖାକୁ ପିଟି ପିଟି ହତ୍ୟା କରିଥିଲେ । ଦିନ 3 ଟା ବେଳେ ଏହି ଘଟଣା ଘଟିଥିବା ବେଳେ ସନ୍ଧ୍ୟା 8 ବେଳେ ରଞ୍ଜନ ନିଜ ଘର ପାଖରେ ମାର ଶବକୁ ପୋଡି ଦେବାକୁ ଚେଷ୍ଟା କରିଥିଲା । କୌଣସି ସୂତ୍ରରୁ ଖବର ପାଇ ଜରପଡା ପୋଲି ଘଟଣା ସ୍ଥଳରେ ପହଞ୍ଚି ଯାଇଥିଲା । ପୋଲିସକୁ ଦେଖି ରଞ୍ଜନ ନିଜ ସ୍ତ୍ରୀ ପିଲାଙ୍କୁ ନେଇ ଫେରାର ହୋଇ ଯାଇଥିଲା । ପୋଲିସ ବୃଦ୍ଧା ଙ୍କ ଅଧ୍ୟାପଡା ଶବ ଜବତ କରି ତଦନ୍ତ କରୁଥିବା ବେଳେ ବର୍ତ୍ତମାନ ସୁଦ୍ଧା ଅଭିଯୁକ୍ତ ରଞ୍ଜନ ଫେରାର ଥିବା ଜଣା ପଡ଼ିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.