ଟ୍ରକ୍ ପଛରେ ପିଟିଲା ବାଇକ୍ ; ମା ମୃତ ଓ ପୁଅ ଗୁରୁତର
1/06/2019 at 12:02 PM

ଚୌଦ୍ବାର ୧|୬: କଟକ ଜିଲ୍ଲ ଟାଙ୍ଗୀ ଥାନା ଅନ୍ତର୍ଗତ ୧୬ନଂ ଜାତୀୟ ରାଜପଥ ଗୋବିନ୍ଦପୁର ଛକ ନିକଟରେ ରାସ୍ତା କଡରେ ଛିଡା ହୋଇଥିବା ଏକ ଟ୍ରକ୍ ର ପଛରେ ବାଇକ୍ ପିଟି ହୋଇ ଦୁର୍ଘଟଣାଗ୍ରସ୍ତ ହୋଇଛି । ଫଳରେ ଘଟଣାସ୍ଥଳରେ ବାଇକ୍ ଥିବା ମା’ର ମୃତ୍ୟୁ ହୋଇଥିବା ବେଳେ ପୁଅ ଗୁରୁତର ଆହତ ହୋଇଛି । ମୃତ ମହିଳା ଜଣକ ହେଲେ ବୈରୀ ଥାନା ଅନ୍ତର୍ଗତ ଛତିଆ ପଟଣା ଗ୍ରାମର ଭାରତୀ ନାୟକ । ଗୁରୁତର ହେଲେ ତାଙ୍କ ପୁଅ ଲିଟୁ ନାୟକ ।

ସୂଚନା ଅନୁସାରେ, ଲିଟୁ ବାଇକ୍ ରେ ମାକୁ ନେଇ ଟାଙ୍ଗୀରୁ ଛତିଆ ଫେରୁଥିବା ସମୟରେ ଗୋବିନ୍ଦପୁର ଛକ ନିକଟରେ ରାସ୍ତା କଡରେ ଛିଡା ହୋଇଥିବା ଏକ ଟ୍ରକ ପଛରେ ପିଟିହୋଇଯାଇଥିଲା । ଫଳରେ ମା ଓ ପୁଅ ରାସ୍ତା ମଝିକୁ ଛିଟିକି ପଡିଥିଲେ । ପିଚୁ ରାସ୍ତାରେ ମୁଣ୍ଡ ମାଡ ହୋଇ ଘଟଣାସ୍ଥଳରେ ମା’ର ମୃତ୍ୟୁ ହୋଇଥିବା ବେଳେ ପୁଅକୁ ସ୍ଥାନୀୟ ଲୋକେ ଗୁରୁତର ଅବସ୍ଥାରେ ଉଦ୍ଧାର କରି କଟକ ବଡ ମେଡିକାଲରେ ଭର୍ତ୍ତି କରିଛନ୍ତି ।