Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କମୁଛି କରୋନା ସଂକ୍ରମଣ, ସୁସ୍ଥ ହୋଇ ଘରକୁ ଫେରିଲେ ଆଉ ୬୬୯ ଆକ୍ରାନ୍ତ
  • ||
  • ସରକାର ଓ କୃଷକଙ୍କ ମଧ୍ୟରେ ପ୍ରଥମ ବୈଠକ ବିଫଳ: ପୁଣି ଡିସେମ୍ବର ୩ରେ ଉଭୟ ପକ୍ଷ ମଧ୍ୟରେ ଆଲୋଚନା, ଜାରି ରହିବ ଆନ୍ଦୋଳନ
  • ||
  • ସୋର : ବାଇକ୍ ଉପରେ ମାଡିଗଲା କାର୍, ୩ ଗୁରୁତର
  • ||
  • କଣ୍ଟାବାଞ୍ଝି : ରାସ୍ତା କଡ ସିମେଣ୍ଟ ଖୁଣ୍ଟରେ ପିଟିହେଲା ବାଇକ୍ଦୁ, ଦୁଇ ମୃତ, ଜଣେ ଗୁରୁତର
  • ||
  • ଭଦ୍ରକ : ଟ୍ରକ୍‌କୁ ୮୭ ହଜାର ଟଙ୍କା ଫାଇନ୍, ପରମିଟ୍ ନଥାଇ ପରିବହନ ହେଉଥିଲା ଅଧିକ ଓଜନର ସାମଗ୍ରୀ
  • ||
  • ଆଠମଲ୍ଲିକ : ବାଇକ୍‌କୁ ଧକ୍କା ଦେଲା ପିକ୍‌ଅପ୍ ଭ୍ୟାନ୍, ଦୁଇ ବାଇକ୍ ଆରୋହୀଙ୍କ ମୃତ୍ୟୁ
  • ||
  • ସୋର : ଟ୍ରକ୍ ଚାପାରେ ମା’ ମୃତ, ବାପା-ପୁଅ ଗୁରୁତର
  • ||
  • ସାନଖେମୁଣ୍ଡି : ଦାଦା ବଟି ମାଗିବା ଅଭିଯୋଗରେ ଯୁବକ ଗିରଫ, ମାଉଜର ଓ ଅଫୁଟା ଗୁଳି ଜବତ
  • ||
  • ରାଜ୍ୟରେ ଆଉ ୫ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭୪୪ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ୩୭୮ କରୋନା ସଂକ୍ରମିତ, ୩୧୯୧୦୩ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||

ସ୍ବାମୀ କହିଲେ ଆଗ ରୋଷେଇ ପରେ ଭୋଟ୍, ରାଗିଯାଇ ୪ବର୍ଷର ଝିଅକୁ ହତ୍ୟାକରି ଆତ୍ମହତ୍ୟା ଉଦ୍ୟମ କଲା ସ୍ତ୍ରୀ

9/01/2020 at 7:18 AM

ଓ୍ବାଶିମ ୯।୧: ମହାରାଷ୍ଟ୍ର ଓ୍ବାଶିମ ଜିଲ୍ଲାରେ ଏକ ଅଭାବନୀୟ ଘଟଣା ଘଟିଛି । ମା’ ନିଜ ୪ବର୍ଷର ଝିଅକୁ ରଶିରେ ଝୁଲାଇ ହତ୍ୟା କରିଛି । ମହିଳା ଜଣଙ୍କ ତାଙ୍କ ୩ ଝିଅଙ୍କୁ ନେଇ ଭୋଟ୍ ଦେବାପାଇଁ ଯାଉଥିଲେ । ଅଧା ରାସ୍ତାରେ ମହିଳାଙ୍କ ସ୍ବାମୀ ତାଙ୍କୁ ଭେଟିଲେ । ମହିଳାଙ୍କୁ ତାଙ୍କ ସ୍ବାମୀ କହିଲେ ପ୍ରଥମେ ଖାଇବା ରାନ୍ଧିଦେଇ ପରେ ସେ ଭୋଟ୍ ଦେବାପାଇଁ ଯାଆନ୍ତୁ ବୋଲି । ଏଥିରେ ଉତକ୍ଷିପ୍ତ ହୋଇ ମହିଳା ଜଣଙ୍କ ଏଭଳି ପଦକ୍ଷେପ ନେଇଥିବା ଅଭିଯୋଗ ହୋଇଛି ।

ସୂଚନାଯୋଗ୍ୟ ଯେ, ୭ ଜାନୁଆରୀରେ ଓ୍ବାଶିମ ଜିଲ୍ଲା ପରିଷଦରେ ନିର୍ବାଚନ ଚାଲିଥିଲା । ଅଭିଯୁକ୍ତ ମହିଳା ଜଣଙ୍କ ମଙ୍ଗରୁଲପୀର ତହସିଲ ଅନ୍ତର୍ଗତ ଗିଭା ଗାଁରେ ରହୁଥିଲେ । ଅଭିଯୁକ୍ତ ମହିଳା ଜଣଙ୍କ ତାଙ୍କ ୩ ଝିଅଙ୍କୁ ନେଇ ଭୋଟ୍ ଦେବାପାଇଁ ଯାଉଥିଲେ । ଅଧା ରାସ୍ତାରେ ମହିଳାଙ୍କ ସ୍ବାମୀ ତାଙ୍କୁ ଭେଟିଲେ । ମହିଳା ଜଣଙ୍କୁ ପଚାରିଥିଲେ କି ଖାଇବା ରାନ୍ଧିଛ କି ନାହିଁ ବୋଲି । ମହିଳାଙ୍କୁ ତାଙ୍କ ସ୍ବାମୀ କହିଲେ ପ୍ରଥମେ ଖାଇବା ରାନ୍ଧିଦେଇ ପରେ ସେ ଭୋଟ୍ ଦେବାପାଇଁ ଯାଆନ୍ତୁ ବୋଲି ।

ଏଥିରେ ଉତକ୍ଷିପ୍ତ ହୋଇ ମହିଳା ଜଣଙ୍କ ନିଜ ଚାରି ବର୍ଷର ଝିଅ ସହ ଘରକୁ ଫେରିଯାଇଥିଲେ । ପରେ ତାଙ୍କ ସ୍ବାମୀ ଅନ୍ୟ ଦୁଇ ଝିଅଙ୍କୁ ସାଙ୍ଗରେ ନେଇ ଘରେ ଅଭିମୁଖେ ବାହାରିଥିଲେ । ରାସ୍ତାରେ ହିଁ ମହିଳା ଜଣଙ୍କ ନିଜ ଶାଢୀ ଚିରି ସାଙ୍ଗରେ ଥିବା ୪ବର୍ଷର ଝିଅକୁ ଫାଶୀ ଲଗାଇ ମାରିଦେଇଥିଲେ । ଏହାପରେ ସେ ନିଜେ ଆତ୍ମହତ୍ୟା କରିବା ପାଇଁ ଉଦ୍ୟମ ମଧ୍ୟ କରିଥିଲେ ।

ମାତ୍ର ସେହି ସମୟରେ ଗାଁ ଲୋକ ସେଠାରୁ ତାଙ୍କୁ ଉଦ୍ଧାର କରିଥିଲେ । ମହିଳା ଜଣଙ୍କୁ ପୋଲିସର ଜିମା ଦେଲେ ଗାଁଲୋକ । ମଙ୍ଗରୁଲପୀର ପୋଲିସ ହତ୍ୟା ମାମଲା ରୁଜୁ କରି ମହିଳାଙ୍କୁ ଗିରଫ କରିଛି । ଘଟଣାରେ ଅଧିକ ତଦନ୍ତ ଜାରି ରଖିଛି ପୋଲିସ ।

   Related Posts