Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଯୁବ ମୋର୍ଚ୍ଚା ନେତାଙ୍କୁ ମାଡ଼ ଘଟଣାରେ ପ୍ରତିବାଦ, ମୁଖ୍ୟମନ୍ତ୍ରୀଙ୍କ କୁଶ ପୁତ୍ତଳିକା ଦାହ କଲା ବିଜେପି
  • ||
  • କାର୍ତ୍ତିକ ମାସର ପ୍ରଥମ ସୋମବାରରେ ଧବଳେଶ୍ଵର ପୀଠରେ ୧୪୪ ଧାରା ଜାରି
  • ||
  • ଭୁବନେଶ୍ବର : ମନୀଷ ଅନୁରାଗ ମୃତ୍ୟୁ ମାମଲା : ବଦଳିଲେ ତମାଣ୍ଡୋ ଥାନା IIC, ଚନ୍ଦକା ଥାନାର ସବ୍ ଇନ୍ସପେକ୍ଟର ତୁଲାଇବେ ଦାୟିତ୍ବ
  • ||
  • ଭୁବନେଶ୍ବର : ମନୀଷ ଅନୁରାଗ ମୃତ୍ୟୁ ମାମଲା, କନେଷ୍ଟବଳ ପ୍ରସନ୍ନ ବେହେରା ନିଲମ୍ବିତ
  • ||
  • ଜଗତସିଂହପୁର : ଦେବୀ ନଦୀରେ ବୁଡି ୫ମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ, ଅନ୍ୟ ୩ଜଣ ଉଦ୍ଧାର
  • ||
  • ବ୍ରହ୍ମପୁର : ବ୍ରହ୍ମପୁରରେ ସ୍ବର୍ଣ୍ଣିମ ବିଜୟ ବର୍ଷ ପାଳିତ, ପୋଲିସ ରିଜର୍ଭ ଗ୍ରାଉଣ୍ଡରେ ପହଞ୍ଚିଲା ମଶାଲ
  • ||
  • ଭୁବନେଶ୍ବର : ତେଲ ଟ୍ୟାଙ୍କରରେ ଗଞ୍ଜେଇ ଚାଲାଣ, ଅଢେଇ କ୍ବିଣ୍ଟାଲ ଗଞ୍ଜେଇ ସହ ୨ ଜଣଙ୍କୁ ଗିରଫ କଲା ଏନ୍‌ସିବି
  • ||
  • ବାଲିପାଟଣା : ବୃଦ୍ଧଙ୍କୁ ଚାପିଦେଲା ହାଇଓ୍ବା, ଘଟଣାସ୍ଥଳରେ ଚାଲିଗଲା ଜୀବନ
  • ||
  • ସୁନ୍ଦରଗଡ : ଗଛରୁ ଉଦ୍ଧାର ହେଲା ଯୁବକଙ୍କ ଝୁଲନ୍ତା ମୃତଦେହ, ଆତ୍ମହତ୍ୟା ସନ୍ଦେହ
  • ||
  • ବାରିପଦା : ମୟୁରଭଞ୍ଜରେ ସ୍ବାସ୍ଥ୍ୟ ସ୍ମାର୍ଟ କାର୍ଡ ବାଣ୍ଟିଲେ ମୁଖ୍ୟମନ୍ତ୍ରୀ, ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ
  • ||

ଅନ୍ଧବିଶ୍ୱାସର କୁପରିଣତି: ମା’ ସାଜିଲା ପିଶାଚୀ, ୟୁଟ୍ୟୁବ ଦେଖି କରୁଥିଲା ଉପାସନା, ୬ ମାସର ଝିଅକୁ ପକାଇଲା ବଳି

16/04/2021 at 2:48 PM

ତେଲେଙ୍ଗାନା ୧୬/୪: ତେଲେଙ୍ଗାନା ସୁର୍ୟ୍ୟପେଟା ଅଞ୍ଚଳରେ ଚାଞ୍ଚଲ୍ୟ । ଅନ୍ଧବିଶ୍ୱାସର ବଶବର୍ତୀ ହୋଇ ଏଠାରେ ଜନ୍ମକଲା ମାଆ ସାଜିଛି ପିଶାଚୀ । ନିଜ ୬ ମାସର ଶିଶୁକନ୍ୟାକୁ ବଳି ଦେବା ଘଟଣା ଏବେ ସବୁଠି ଚର୍ଚ୍ଚା ହେଉଛି । ସୂଚନା ଯୋଗ୍ୟ ଯେ ବିଏସସି ଓ ବିଇଡ କରିଥିବା ଜଣେ ମହିଳା ପୋଲିସ ଚାକିରୀ ପାଇଁ ନିଜକୁ ପ୍ରସ୍ତୁତ କରୁଥିଲେ ।

୮ ବର୍ଷ ତଳେ ବି ଭାରତୀ ନାମକ ମହିଳା ଜଣଙ୍କ ୮ ବର୍ଷ ତଳେ ମେହବୁବାବାଦରେ ଜଣଙ୍କୁ ବିବାହ କରିଥିଲେ । କିଛିଦିନ ପରେ ଉଭୟଙ୍କ ମଧ୍ୟରେ ମନାନ୍ତର ହେବାରୁ ଅଲଗା ହୋଇଗଲେ । ପରେ କୃଷ୍ଣା ନାମକ ଜଣେ ବ୍ୟକ୍ତିଙ୍କ ସହ ତାଙ୍କର ଅନୈତିକ ସମ୍ପର୍କ ଗଢିଉଠିଥିଲା । ଏଥିରେ ତାଙ୍କର ଗୋଟିଏ ଝିଅ ବି ହୋଇଥିଲା । ତେବେ ମହିଳାଙ୍କର ଏ ସଂପର୍କକୁ ଗ୍ରହଣ କରିନଥିଲେ ପରିବାର ଲୋକ । ଯାହାକୁ ନେଇ ଚିନ୍ତାରେ ଥିଲେ ଭାରତୀ ।

ଆଉ ମାନସିକ ଦୁଶ୍ଚିନ୍ତା ଦୂର କରିବାକୁ ସେ ୟୁଟ୍ୟୁବରେ ଆଧ୍ୟାତ୍ମିକ ଭିଡିଓ ଦେଖିବାରେ ଲାଗିଥିଲେ । ପରେ ଗୁରୁବାର ସ୍ୱାମୀ କାମକୁ ଯିବା ପରେ ଶାଶୁ ଘର ଲୋକ ବି ନଥିଲେ । ଏକୁଟିଆ ଝିଅକୁ ପାଇ ଭଗବାନଙ୍କ ମୂର୍ତ୍ତି ସମ୍ମୁଖରେ ଝିଅର ବେକ କାଟି ଦେଇ ଫିଙ୍ଗି ଦେଇଥିଲା । ପରେ ପରିବାର ଲୋକ ଆସି ମାଆକୁ ଏକୁଟିଆ ଦେଖି ଝିଅ ବିଷୟରେ ପଚାରିଥିଲେ । ପରେ ଖୋଜାଖୋଜି କରିବାରୁ ଘର ପାଖରେ କଟା ମୁଣ୍ଡ ପଡିଥିବା ଦେଖିବାକୁ ପାଇଥିଲେ ।  ପରେ ପୋଲିସକୁ ଏ ସଂପର୍କରେ ଖବର ଦେଇଥିଲେ । ପୋଲିସ ଆସି ଅଭିଯୁକ୍ତା ମାଆକୁ ଗିରଫ କରିନେଇଛି । ବର୍ତ୍ତମାନ ମହିଳାଙ୍କ ମାନିସିକ ସ୍ଥିତିକୁ ଯାଞ୍ଚ କରାଯାଉଛି ।

   Related Posts