Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଚିଲିକାକୁ ଆସିଲେଣି ବିଦେଶୀ ପକ୍ଷୀ, ସୁରକ୍ଷା ପାଇଁ ବନ ବିଭାଗ ପ୍ରସ୍ତୁତ
  • ||
  • ଲକ୍ଷ୍ମୀପୁର ହିଂସାର ମୁଖ୍ୟ ଅଭିଯୁକ୍ତ ଆଶିଷ ମିଶ୍ରାଙ୍କୁ ଡେଙ୍ଗୁ, ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି
  • ||
  • କମୁଛି ତାପମାତ୍ରା, ଦାରିଙ୍ଗିବାଡିରେ ୧୧ ଡିଗ୍ରୀକୁ ଖସିଲା ପାରଦ
  • ||
  • ସୁପର ସଣ୍ଡେରେ ସୁପର ମୁକାବିଲା : ଟି୨୦ ବିଶ୍ୱକପରେ ଭାରତ-ପାକିସ୍ତାନ ହାଇଭୋଲଟେଜ୍ ଫାଇଟ୍
  • ||

ନିଶା ଖାଇବାକୁ ଟଙ୍କା ଦେଲାନି ମା’, ଦିବ୍ୟାଙ୍ଗ ପୁଅର କାତି ଚୋଟରେ ହେଲେ ଗୁରୁତର

11/09/2021 at 2:16 PM

ଆନନ୍ଦପୁର ୧୧।୯: ଦିବ୍ୟାଜ୍ଞ ପୁଅର ଉନ୍ମତ୍ତକାଣ୍ଡ । କାତି ଚୋଟରେ ମା’ ଗୁରୁତର । କେନ୍ଦୁଝର ଜିଲ୍ଲା ଘଷିପୁରା ଥାନା ଖଡିବିଲ ଗ୍ରାମରେ ଘଟିଛି ଏଭଳି ଅଭାବନୀୟ ଘଟଣା ।

ସୂଚନାଯୋଗ୍ୟ ଯେ, କେନ୍ଦୁଝର ଜିଲ୍ଲା ଘଷିପୁରା ଥାନା ଖଡିବିଲ ଗ୍ରାମରେ ଜଣେ ଦିବ୍ୟାଙ୍ଗ ଯୁବକ ମଣ୍ଟୁ ଜେନାଙ୍କ ଆକ୍ରମଣରେ ମା’ ରଙ୍ଗଲତା ଜେନା ଗୁରୁତର ହୋଇଛନ୍ତି । ନିଶା ଖାଇବାକୁ ଟଙ୍କା ନଦେବାରୁ ଉତକ୍ଷୀପ୍ତ ହୋଇ ନିଜ ମା’କୁ ଏକ କାତିରେ ହାଣି ପକାଇଥିଲେ ମଣ୍ଟୁ । ଫଳରେ ରଙ୍ଗଲତା ଗୁରୁତର ହୋଇଛନ୍ତି । ଘରେ ଥିବା ଅନ୍ୟ ପୁଅମାନେ ମଣ୍ଟୁ କବଳରୁ ମା’କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି । ଏନେଇ ବର୍ତ୍ତମାନ ସୁଦ୍ଧା ପରିବାର ପକ୍ଷରୁ ଥାନାରେ କୌଣସି ଅଭିଯୋଗ ହୋଇନାହିଁ ।

   Related Posts