ଚାରି ପୁଅ ସହ ଶାରୀରିକ ସମ୍ବନ୍ଧ ରଖିବାକୁ କହୁଥିଲା ଶାଶୁ, ମନା କରିବାରୁ ହେଉଥିଲା ମାରପିଟ୍: ବୋହୂ ଆଣିଲେ ସାଙ୍ଘାତିକ ଅଭିଯୋଗ

Published By : Prameya-News7 Bureau | January 12, 2021 IST

ନୂଆଦିଲ୍ଲୀ ୧୨।୦୧: ଦିଲ୍ଲୀ ଉପକଣ୍ଠ ଉତ୍ତର ପ୍ରଦେଶର ଗାଜିଆବାଦ ସହରରେ ବିବାହ ପରେ ବୋହୂ ସହିତ ଅତ୍ୟାଚାରର ଏକ ବିରଳ ଏବଂ ଆଚମ୍ବିତ କରିବା ଭଳି ଘଟଣା ସାମ୍ନାକୁ ଆସିଛି। ବୋହୂ ଅଭିଯୋଗ କରିଛି ଯେ, ବିବାହ ପାଇଁ ପ୍ରଥମେ ସାନ ଭାଇକୁ ଦେଖାଇ ଦିଆଗଲା। ମାତ୍ର ବଡ ଭାଇ ସହିତ ବିବାହ କରାଇ ଦିଆଗଲା, ଯିଏ ନିଶାରେ ସବୁ ବେଳେ ବୁଡି ରହୁଛି।

କେବଳ ଏତିକି ନୁହେଁ ବିବାହ ପରେ ଶାଶୁ ନିଜର ଚାରି ପୁଅ ସହିତ ଶାରୀରିକ ସଂପର୍କ ରଖିବାକୁ ବାଧ୍ୟ କରୁଥିଲେ। ଯେବେ ସେ ନିଜ ସ୍ଵାମୀଙ୍କ ବ୍ୟତୀତ ଅନ୍ୟ କାହା ସହ ଶାରୀରିକ ସମ୍ବନ୍ଧ ରଖିବାକୁ ମନା କଲେ ତାଙ୍କ ସହ ମାରପିଟ୍ କରାଗଲା। ପୋଲିସ ଘଟଣାରେ ଏଫଆଇଆର ରୁଜୁ କରି ତଦନ୍ତ ଆରମ୍ଭ କରିଛି।

{"id":391374,"sizeSlug":"large","linkDestination":"none"}

ଶ୍ଵଶୁର ଘରେ ନିଜ ସହ ହେଉଥିବା  ଅତ୍ୟାଚାର ଆଉ ସହ୍ୟ କରିନପାରି ବିବାହର ୨ ମାସ ପରେ କୌଶଳକ୍ରମେ ଯୁବତୀ ଖସି ନିଜ ଘରକୁ  ଚାଲି ଆସିଛନ୍ତି। ପୀଡିତା ବୋହୂ ଗାଜିଆବାଦ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି।  ଏହାପରେ ସିହାନୀ ଥାନାରେ ସ୍ଵାମୀ ଏବଂ ଶାଶୁ ସମେତ ୬ ଜଣଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି।

{"id":391375,"sizeSlug":"large","linkDestination":"none"}

ପୀଡିତା ମହିଳା ପୋଲିସ ନିକଟରେ ଅଭିଯୋଗ କରିଛନ୍ତି ଯେ, ତାଙ୍କ ପତିଙ୍କ ୨ ବଡ ଭାଇ ଓ ଜଣେ ସାନ ଭାଇ ଅଛନ୍ତି। ବଡ ଦୁଇ ଭାଇ ବିବାହିତ। ହେଲେ ବିବାହର ଦ୍ଵିତୀୟ ଦିନ ଶାଶୁ ଦୁଇ ବଡ ପୁଅ ଓ ଦିଅରଙ୍କୁ ପାଳି କରି ଶାରୀରିକ ସଂପର୍କ ରଖିବାକୁ କଠୋରୀକୁ ପଠାଇ ଥିଲା। ମହିଳା ଏହାର ବିରୋଧ କରି କଠୋରୀରୁ ବାହାରକୁ ଚାଲି ଆସିଥିଲେ। ଏହା ପରଠୁ ତାଙ୍କୁ ନିର୍ଯ୍ୟାତନା ଦିଆଯାଉଥିଲା। ତାଙ୍କ ଶାଶୁ, ଦେଢଶୁର ଓ ପତି ମିଶି ତାଙ୍କ ସହ ମାରପିଟ୍ କରିବା ସହିତ କପଡା ଫାଡି ଦେଇଥିଲେ। ପୁଣି ଶ୍ଵଶୁର ଘର ଲୋକେ ଟ୍ରକ ଓ ବାଇକ୍ କିଣିବା ପାଇଁ ପୀଡିତାଙ୍କ ମାଙ୍କୁ ୩ ଲକ୍ଷ ଟଙ୍କା ଦେବାକୁ ଦାବି କରିଥିଲେ।

{"id":391376,"sizeSlug":"large","linkDestination":"none"}

ଗାଜିଆବାଦ ଜିଲ୍ଲାପାଳ ଅବନୀଶ କୁମାର କହିଛନ୍ତି, ପୀଡିତାଙ୍କ ସହିତ ହୋଇଥିବା ଅନ୍ୟାୟ ମାମଲା ସିହାନୀ ଗେଟ୍ ଥାନାରେ ରୁଜୁ ହୋଇଛି। ଘଟଣାକୁ ଗମ୍ଭୀରତାର ସହ ନେଇ ତଦନ୍ତ କରାଯାଉଛି। ପ୍ରମାଣ ଆଧାରରେ ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ କରାଯିବ ବୋଲି ସେ କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.