ବୋହୂର ଅମାନୁଷିକ କାଣ୍ଡ : ବୃଦ୍ଧା ଶାଶୁକୁ ପଥରରେ ଛେଚିଥିବା ଅଭିଯୋଗ

Published By : Prameya-News7 Bureau | February 09, 2020 IST

ଆନନ୍ଦପୁର ୯।୨: ସମ୍ପତ୍ତି ବିବାଦକୁ କେନ୍ଦ୍ରକରି ଶାଶୁକୁ ଅମାନୁଷିକ ଭାବେ ପିଟିବା ସହ ପଥରରେ ମୁହଁକୁ ଛେଚି ଦେଇଛି ବୋହୂ । ଏଭଳି ଅଭିଯୋଗ ଆସିଛି କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଉପଖଣ୍ଡ  ନନ୍ଦିପଦା ଥାନା ଅନ୍ତର୍ଗତ ନୂଆଁ ରମ୍ପାସ ଗାଁରୁ । ପୀଡିତା ଶାଶୁଙ୍କର ୩-୪ଟି ଦାନ୍ତ ଭାଙ୍ଗି ଯାଇଛି ।

ସୂଚନାଯୋଗ୍ୟ ଯେ, ଆଜି ଭୋର ସମୟରେ ଶୌଚ ହେବାକୁ ଯାଇଥିବା ସମୟରେ ତାଙ୍କ ସାନ ବୋହୁ ପୂର୍ବ ବିବାଦକୁ କେନ୍ଦ୍ରକରି ପ୍ରଥମେ ତାଙ୍କୁ ଗାଳି ଗୁଲଜ କରିଥିଲେ । ପରେ ଶାଶୁକୁ ଗଡାଇ ତଡାଇ  ମାଡ ମାରିବା ସହ ପଥରରେ ମୁହଁକୁ ଛେଚି ଦେଇଥିବା ଅଭିଯୋଗ ହୋଇଛି ।

ପରିବାର ଲୋକେ ପାଟିଶୁଣି ସେଠାରୁ ତାଙ୍କୁ ଉଦ୍ଧାର କରିବା ପରେ ଆନନ୍ଦପୁର  ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି । ଘଟଣାକୁ ନେଇ ବର୍ତ୍ତମାନ ସୁଦ୍ଧା ପୋଲିସ ନିକଟରେ କୌଣସି ଅଭିଯୋଗ ହୋଇନାହିଁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.