Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆସୁଛି ବାତ୍ୟା ‘ନିଭାର୍’: ୨୫ରୁ ପ୍ରବଳ ବର୍ଷା, ଜିଲ୍ଲାପାଳଙ୍କୁ ଆଲର୍ଟ ରହିବାକୁ ନିର୍ଦ୍ଦେଶ
  • ||
  • ଚିନ୍ତା ବଢାଇଲାଣି କରୋନାର ୨ୟ ଲହର : ଆଜି PM-CM ଆଲୋଚନା, କୋଭିଡ -19 ର ସ୍ଥିତି ଏବଂ ଟିକା ବିତରଣ ନେଇ ସମୀକ୍ଷା
  • ||
  • ଚିନ୍ତା ଘାରୁଛି କରୋନା ମୃତ୍ୟୁ, ସେପଟେ ଆଜି ସୁସ୍ଥ ହୋଇ ଘରକୁ ଫେରିଲେ ଆଉ ୯୧୩ ସଂକ୍ରମିତ
  • ||
  • ଚାଷୀଙ୍କୁ କେନ୍ଦ୍ର ସରକାରଙ୍କ ସହାୟତା ନେଇ କେନ୍ଦ୍ରମନ୍ତ୍ରୀଙ୍କ ଟ୍ୱିଟ୍: ଲେଖିଲେ, ଗତ ୬ ବର୍ଷରେ ଓଡ଼ିଶାର ଚାଷୀଙ୍କୁ ୬୦ ହଜାର ୮୩୬ କୋଟି ଟଙ୍କା ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ରାଜ୍ୟର ୬ ବିଶ୍ବବିଦ୍ୟାଳୟରେ ନୂଆ କୁଳପତି ନିଯୁକ୍ତି: ଜାଣନ୍ତୁ କିଏ, କେଉଁଠି
  • ||
  • ନାବାଳିକାକୁ ଦୁଷ୍କର୍ମ ପରେ ବିଷ ଦେଇ ହତ୍ୟା କରିଥିଲା ସଂପର୍କୀୟ କକା: ଏମିତି ଅଭିଯୋଗ ନେଇ ଜିଲ୍ଲାପାଳଙ୍କୁ ଘେରିଲେ ମହିଳା
  • ||
  • ଭୁବନେଶ୍ବର : ଓଟିଭିରୁ ଇସ୍ତଫା ଦେଲେ ନିହାର ରଞ୍ଜନ ଭୂୟାଁ
  • ||

ଶାଶୁ,ଶ୍ୱଶୂରଙ୍କୁ ଆକ୍ରମଣ ଅଭିଯୋଗ: ଜ୍ୱାଇଁ ଗିରଫ

25/06/2020 at 9:48 PM

ନୀଳଗିରି୨୫/୬: ଜ୍ୱାଇଁର ଉନ୍ମତ୍ତ କାଣ୍ଡ। ଅଳ୍ପ କଥାରେ ଚିଡି ଉଠି ଭୁଲିଯାଇଛି ହିତାହିତ ଜ୍ଞାନ। ଆଉ ଶ୍ୱଶୁର ,ଶାଶୁଙ୍କୁ ଆକ୍ରମଣ କରିବାକୁ ମଧ୍ୟ ପଛାଇ ନାହିଁ। ଏଭଳି ଘଟଣା ନୀଳଗିରି ଥାନା ଅଧିନ ବାଲିଗୋହିରୀ ଅଂଚଳରେ ଦେଖିବାକୁ ମିଳିଛି। ନୀଳଗିରି ଏନଏସି ଅଧିନ ବାଲିଗୋହିରୀ ଅଂଚଳର ହେମେନ୍ଦ୍ର ସେଠୀଙ୍କ ଝିଅ ଭାଗ୍ୟବତୀଙ୍କୁ ବାଲେଶ୍ଵର ବୁଆଁଳ ଅଂଚଳର ମଦନମୋହନ ( ୩୧) ବିବାହ କରିଛନ୍ତି।

ଏପରିକି ସେ ତାଙ୍କ ଘରେ ନରହି ବାଲିଗୋହିରୀ ଅଂଚଳରେ ରହିଆସୁଥିଲେ। ହେମେନ୍ଦ୍ରଙ୍କ ପୁଅ ବାହାଘର ଠିକ ହେବା ନେଇ ବିବାହ ଘରେ ଟଙ୍କା ଖର୍ଚ୍ଚର ଦାୟିତ୍ୱ ମଦନମୋହନ କରିବାକୁ କହିବା ସହ ଟଙ୍କା ତାଙ୍କୁ ଦେବାପାଇଁ କହିଥିଲେ। ହେଲେ ହେମେନ୍ଦ୍ର ମନାକରିବାରୁ ଆରମ୍ଭ ହୋଇଥିଲା ତୁମ୍ବି ତୋଫାନ।

ହଠାତ ଉତକ୍ଷିପ୍ତ ହୋଇ ମଦନମୋହନ ଏକ କଟୁରିରେ ଶ୍ୱଶୁରଙ୍କୁ ଆକ୍ରମଣ କରିଥିବା ବେଳେ ତାଙ୍କୁ ବଞ୍ଚାଇବାକୁ ତାଙ୍କ ଶାଶୁ ଶାନ୍ତିଲତା ଓ ସ୍ତ୍ରୀ ଭାଗ୍ୟବତୀ ଯାଇଥିବା ବେଳେ ତାଙ୍କୁ ମଧ୍ୟ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ଗୁରୁତର ଅବସ୍ଥାରେ ହେମେନ୍ଦ୍ରଙ୍କୁ ନୀଳଗିରି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏନେଇ ନୀଳଗିରି ଥାନାରେ ୨୧୦ ନମ୍ବର ମାମଲା ରୁଜୁ କରାଯାଇ ଅଭିଯୁକ୍ତ ଜ୍ୱାଇଁଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି।

   Related Posts