Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୨୫ ବର୍ଷ ପରେ ଦୁର୍ଲଭ ନାଗାର୍ଜୁନ ବେଶରେ ସଜେଇ ହେବେ ଶ୍ରୀଜିଉ, ଆରମ୍ଭ ହେଲା ପ୍ରସ୍ତୁତି
  • ||
  • କୋଇଲା ଖଣି ଆବଣ୍ଟନ ଦୁର୍ନୀତି ମାମଲାରେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଦିଲ୍ଲୀପ ରାୟଙ୍କୁ ମିଳିଲା ଜାମିନ
  • ||
  • ମାଲକାନଗିରି : ମାଟି ତଳୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ସହ ବିସ୍ଫୋରକ ସାମଗ୍ରୀ ଜବତ
  • ||
  • ରାଜନଗର : ଭୋଗ ଖାଇ ୧୫୦ ଅସୁସ୍ଥ, ୩୦ ଜଣଙ୍କ ଅବସ୍ଥା ଗୁରୁତର
  • ||
  • ପାରାଦୀପ : ସମୁଦ୍ରରେ ବୁଡିଗଲା ମାଛଧରା ଟ୍ରଲର, ୫ ମତ୍ସ୍ୟଜୀବୀ ଉଦ୍ଧାର, ୪ ନିଖୋଜ
  • ||
  • ରାଜ୍ୟରେ ଆଉ ୧୪ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ଆଉ ୧୪୮୦କରୋନା ସଂକ୍ରମିତ ଚିହ୍ନଟ
  • ||
  • ଟ୍ରେନ୍‌ରେ କଟି ବାପା-ଝିଅ-ପୁଅର ମୃତ୍ୟୁ, ଆତ୍ମହତ୍ୟା ସନ୍ଦେହ
  • ||
  • ବାଇକ୍‌କୁ ଧକ୍କାଦେଲା ହାଇଓ୍ୱା ଟ୍ରକ, ଆରୋହୀ ମୃତ
  • ||

୧୪ ବର୍ଷର ବାପ, ୧୭ ବର୍ଷର ମାଆ ! ମାସକର ଶିଶୁକୁ ମାରି ଅଟୋ ସିଟରେ ଶୁଆଇ ଚାଲିଗଲେ ଯୁବତୀ…

23/12/2019 at 1:55 PM

ମୁମ୍ବାଇ ୨୩/୧୨:  ମାସକର ଶିଶୁକୁ ମାରିଦେଲା ମାଆ ।ମୃତ ଦେହକୁ ଏକ ଅଟୋରେ ରଖି ହୋଇଗଲ ଫେରାର । ଦୁଇ ମାସ ପରେ ସେହି ଘଟଣାରେ ହତ୍ୟାକାରିଣୀ ମାଆର ଟେର୍ ପାଇଛି ପୋଲିସ । ତେବେ ଆଲୋଡକ କଥାଟି ହେଲା , ସେହି ମାଆ ଟିର ବୟସ ମାତ୍ର ୧୭ ବର୍ଷ । ଆଉ ସେହି କୁଆଁରି ମାଆ ତାର ପ୍ରେମ ସଂପର୍କରୁ ଏକ ଶିଶୁକୁ ଜନ୍ମ ଦେଇଥିଲା । ଏବଂ ସେହି ଶିଶୁଟିର ବାପ ଜଣେ ୧୪ ବର୍ଷର ନାବାଳକ ବୋଲି ଜଣାପଡିଛି । ଏପରି ଚର୍ଚ୍ଚିତ ଘଟଣାଟି ଘଟିଛି ମୁମ୍ବାରକ ବାନ୍ଦ୍ରା ଅଞ୍ଚଳରେ ।   

   ଗତ ୧୯ତାରିଖରେ ବାନ୍ଦ୍ରାର କୁରେଶୀ ନଗରରେ ଜଣେ ଅଟୋ ଡ୍ରାଇଭର ଏକ ବର୍ଷକର  ଶିଶୁର ମୃତଦେହ ତାଙ୍କ ଅଟୋର ପଛ ସିଟ୍‌ରେ ଥିବା ଦେଖିଥିଲେ। ସେ ତୁରନ୍ତ ପୋଲିସକୁ ଏହାଜଣାଇଥିଲେ । ତେବେ ଦୀର୍ଘ ଦୁଇ ମାସର ଖୋଳତାଡ ପରେ ଏହି ଘଟଣାରେ  ଜଣେ ୧୭ବର୍ଷ ବୟସ୍କା ଯୁବତୀକୁ ଗିରଫ କରିଛି ପୋଲିସ । ବାନ୍ଦ୍ରା ପୋଲିସର କହିବା ଅନୁସାରେ ଯୁବତୀର ଜଣେ ୧୪ବର୍ଷ ବୟସ୍କ ନାବାଳକ ସହ ପ୍ରେମ ସମ୍ପର୍କ ଥିଲା। ଉଭୟଙ୍କ ପ୍ରେମ ସମ୍ପର୍କରେ ଯୁବତୀ ଶିଶୁକୁ ଜନ୍ମ ଦେଇଥିଲା। କିନ୍ତୁ ଯୁବତୀର ବୟଫ୍ରେଣ୍ଡ ଏହା ତା’ ଶିଶୁ କି ନୁହେଁ ଏଥିରେ ସନ୍ଦେହ କରିଥିଲା। ଫଳରେ ଉଭୟଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ଏଥିରେ ଉତ୍ତ୍ୟକ୍ତ ହୋଇ  ଜନ୍ମ ଦେବାର ପ୍ରାୟ ମାସେ ପରେ ଯୁବତୀ ଶିଶୁକୁ ହତ୍ୟା କରିଥିଲା।

 ପୋଲିସ୍ ଟିମ୍ ମୁମ୍ବାଇର ମନ୍ଦିର,ମସଜିଦ୍ ଏବଂ ଅନ୍ୟାନ୍ୟ ଧାର୍ମିକ ସ୍ଥାନରେ ଭିକାରୀଙ୍କୁ ଯୁବତୀ ବିଷୟରେ ପଚରାଉଚୁରା କରିଥିଲା। ଜଣେ ଭିକାରୀ କହିଥିଲେ ଯେ ପୂର୍ବରୁ ସେ ଜଣେ ଯୁବତୀକୁ ଶିଶୁଙ୍କ ସହ ଦେଖୁଥିଲେ କିନ୍ତୁ ଅକ୍ଟୋବର ମାସରୁ ଯୁବତୀ ସହ ଶିଶୁକୁ ଦେଖିପାରୁନାହାନ୍ତି। ପରେ ପୋଲିସ୍ ଯୁବତୀକୁ ଗିରଫ କରିବା ପରେ ଯୁବତୀ ତା’ର ଦୋଷ ସ୍ବୀକାର କରିଥିଲା।

   Related Posts