Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭିସା ଉପରେ ଲାଗିଥିବା କଟକଣା ହଟାଇଲେ ସରକାର
  • ||
  • ଟ୍ୱିଟରରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ପାଇଁ କବିତା ଲେଖିଲେ ରାହୁଲ
  • ||
  • ମା’ ମାଣିକେଶ୍ଵରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା ପାଇଁ ୧୪୪ ଧାରା ଜାରି
  • ||
  • ପ୍ରକାଶ ପାଇଲା ମାଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷା ଫଳ
  • ||
  • ରାୟଗଡାରେ ବୋଲେରୋ-ବାଇକ୍ ମୁହାଁମୁହିଁ ଧକ୍କା, ୨ ଗୁରୁତର
  • ||
  • ବିନା ଅନୁମତିରେ ଦାଢ଼ି ରଖି ନିଲମ୍ବିତ ହେଲେ ପୋଲିସ ବାବୁ
  • ||
  • ପାଲଘର ମାମଲାରେ ଆଉ ୨୪ ଅଭିଯୁକ୍ତ ଗିରଫ
  • ||
  • ରାଜ୍ୟରେ ଆଉ ୧୫ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ବିହାର ନିର୍ବାଚନ ପାଇଁ ବିଜେପି ଜାରି କଲା ସଂକଳ୍ପ ପତ୍ର
  • ||
  • ରାଜ୍ୟରେ ୧୯୧୩ କରୋନା ସଂକ୍ରମିତ ଚିହ୍ନଟ
  • ||

ରାଜଧାନୀରେ ଲୋମଟାଙ୍କୁରା ହତ୍ୟା, ୨ ନାବାଳକ ପୁଅ କାହିଁକି ମାଆକୁ ମାରିଦେଲେ ? ଏକ ଭୟଙ୍କର ପାରିବାରିକ ହିଂସାର ଖିଅ ଖୋଜା ଚାଲିଛି

17/09/2020 at 7:41 PM

ଭୁବନେଶ୍ୱର, ୧୭ ।୦୯:   ରାଜଧାନୀରେ ଚାଞ୍ଚଲ୍ୟ । ଜନ୍ମଦାତ୍ରୀ ମାଆକୁ ଶାବଳରେ ପିଟି ମାରିଦେଲେ ଦୁଇ ନାବାଳକ ପୁଅ ।  ଏୟାରଫିଲ୍ଡ ଥାନା ଅଂଚଳରେ ଅର୍କିଡ୍‌ ରେସିଡେନ୍ସୀରେ ଥିବା ଏକ ଆପାର୍ଟମେଣ୍ଟରେ ଏଭଳି ଘଟଣା ଘଟିଥିବା ବେଳେ ମୃତ ମହିଳାଙ୍କ ନାଁ ବିନୋଦିନୀ ମିଶ୍ର ବୋଲି ଜଣାପଡ଼ିଛି । ମାତ୍ର ୧୨ ଓ ୧୫ବର୍ଷର ଦୁଇ ନାବାଳକ ପୁଅ କେମିତି ନିଜ  ମାଆକୁ ଏଭଳି ନୃସଂଶ ଭାବେ ହତ୍ୟା କଲେ ତାକୁ ନେଇ ଜୋର୍‌ ଧରିଛି ଚର୍ଚ୍ଚା ।

ମାଆକୁ ଶାବଳରେ ପିଟି ହତ୍ୟା  । ହତ୍ୟା କରିଛନ୍ତି ଦୁଇ ନାବାଳକ ପୁଅ । ଖୋଦ୍‌ ରାଜଧାନୀରେ ଘଟିଛି ଏଭଳି ଜଘନ୍ୟକାଣ୍ଡ । ଏୟାରଫିଲ୍ଡ ଥାନା ଅଂଚଳରେ ଅର୍କିଡ୍‌ ରେସିଡେନ୍ସୀରେ ଥିବା ଏକ ଆପାର୍ଟମେଣ୍ଟରେ ରହୁଥିଲେ ବିନୋଦିନୀ ମିଶ୍ର ଓ ତାଙ୍କର ଦୁଇ ପୁଅ । ସ୍ବାମୀ ରାଉରକେଲାରେ ଏକ ଘରୋଇ କମ୍ପାନୀରେ କାର୍ଯ୍ୟ କରନ୍ତି । ସ୍ବାମୀଙ୍କ ଅନୁପସ୍ଥିତିରେ ୧୨ ଓ ୧୫ବର୍ଷର ଦୁଇ ପୁଅଙ୍କୁ ଧରି ଏକାକୀ ରହୁଥିଲେ ବିନୋଦିନୀ । ତେବେ ମାଆଙ୍କୁ ହତ୍ୟା ଅଭିଯୋଗରେ ପୋଲିସ ପଚରାଉଚରା କରିଥିବା ଦୁଇ ପୁଅଙ୍କ କହିବା ଅନୁସାରେ ମାଆ ସବୁବେଳେ ମଦ ପିଇ ମାତାଲ ଅବସ୍ଥାରେ ସେମାନଙ୍କୁ ପିଟା ପିଟି କରନ୍ତି । ବୁଧବାର ମଦ ପିଇବାକୁ ମାଆ ବିନୋଦିନୀ ଦୁଇ  ପିଲାଙ୍କ ସଂଚୟ ବାକ୍ସକୁ ଭାଙ୍ଗି ଟଙ୍କା ନେଇଯାଇଥିଲେ । ମାଆ ଘରକୁ ଫେରିବା ପରେ ଦୁଇ ପିଲାଙ୍କ ସହ ଆରମ୍ଭ ହୋଇଥିଲା ଝଗଡ଼ା, ପାଟିତୁଣ୍ଡ । ବିନୋଦିନୀଙ୍କ ଅତ୍ୟାଚାରରେ ଅତିଷ୍ଠ ହୋଇପଡ଼ିଥିବା ଦୁଇ ପୁଅ ଶେଷରେ ଏକ ଶାବଳରେ ମାଆଙ୍କ ମୁଣ୍ଡକୁ ପିଟିଦେଇଥିଲେ । ରକ୍ତଜୁଡ଼ୁବୁଡ଼ୁ ଅବସ୍ଥାରେ ମାଆଙ୍କ ମୃତଦେହକୁ  ଘୋସାରି ବାଥରୁମ୍‌ରେ ପକାଇ ଦେଇ ଘରୁ ବାହାରିଯାଇଥିଲେ । ବାହାରେ ଥାଇ ପଡ଼ୋଶୀଙ୍କୁ ଫୋନ୍‌ କରି ମାଆଙ୍କୁ କେହି ଆକ୍ରମଣ କରିଛନ୍ତି ଆପଣ ଯାଇ ଟିକେ ଦେଖନ୍ତୁ ବୋଲି କହିଥିଲେ ।

ଘର ଭିତରେ ରକ୍ତଜୁଡ଼ୁବୁଡ଼ୁ ମୃତଦେହ ଦେଖି ପୋଲିସକୁ ଫୋନ୍‌ କରିଥିଲେ ପଡ଼ୋଶୀ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିବା ସହ ବିନୋଦିନୀଙ୍କ ଦୁଇ ପୁଅଙ୍କୁ ଅଟକ ରଖି ପଚରାଉଚରା କରିବା ପରେ ଗୋଟି ଗୋଟି କରି ସବୁ କଥା ମାନିଯାଇଥିଲେ ସେମାନେ । ସେପଟେ ସାଇଣ୍ଟିଫିକ୍‌ ଟିମ୍‌ ମଧ୍ୟ ଘଟଣାସ୍ଥଳକୁ ଯାଇ ତଦନ୍ତ କରିଛି ।

ରାଉରକେଲାରେ ଏକ ଘରୋଇ କମ୍ପାନୀରେ ଚାକିରି କରୁଥିବା ବିନୋଦିନୀଙ୍କ ସ୍ବାମୀଙ୍କୁ ଯୋଗାଯୋଗ କରିବାକୁ ପୋଲିସ ଚେଷ୍ଟା କରିଥିଲେ ତାଙ୍କ ଫୋନ୍‌ ସୁଇଚ୍‌ଅପ୍‌ ଆସୁଛି । ସେପଟେ  ମାତ୍ର ୧୨ ଓ ୧୫ବର୍ଷର ଦୁଇ ନାବାଳକ ପୁଅ କେମିତି ନିଜ  ମାଆକୁ ଏଭଳି ନୃସଂଶ ଭାବେ ହତ୍ୟା କଲେ ତାକୁ ନେଇ ଜୋର୍‌ ଧରିଛି ଚର୍ଚ୍ଚା ।

   Related Posts