୧୦ମ ଶ୍ରେଣୀରେ ପଢୁଥିବା ନାବାଳିକା ଝିଅକୁ ଅନୈତିକ କାର୍ଯ୍ୟରେ ଲଗାଉଥିଲା ମା : ବାଲେଶ୍ବର ସଦର ଥାନାରେ ଅଭିଯୋଗ କଲେ ପିଡୀତା
15/09/2018 at 2:54 PM

ବାଲେଶ୍ବର୧୫|୯: ଦଶମଶ୍ରେଣୀରେ ପଢୁଥିବା ଝିଅକୁ ମା ବାଧ୍ୟକରେ ନିଜର (ମା’ର) ବୟସ୍କ ପୁରୁଷ ବଂଧୁଙ୍କ ସହ ଶାରୀରିକ ସମ୍ପର୍କ ରଖିବା ପାଇଁ । ଝିଅ ଏଥିରେ ଅମଙ୍ଗ ହେଲେ ଦିଆଯାଏ ଶାରୀରିକ ନିର୍ଯ୍ୟାତନା । ଜନ୍ମଦେଲା ମା ପୁଣି ଏମିତି ହେ।ଇପାରେ । ନାବାଳିକା ଝିଅକୁ ଅନୈତିକ କାର୍ଯ୍ୟରେ ଲଗାଇପାରେ । ବିଶ୍ବାସ ନହେଲେ ବି ବାଲେଶ୍ବର ସଦର ପୋଲିସ ଥାନାରେ ଏମିତି ଏକ ଅଭିଯୋଗ ଚର୍ଚ୍ଚାର ବିଷୟ ହୋଇଛି। ।
ପୋଲିସ ନିକଟରେ ମା ବିରେ।ଧରେ ଏଭଳି ସଙ୍ଗୀନ ଅଭିଯେ।ଗ କରିଛି ଖୋଦ୍ ଝିଅ ।ମାଙ୍କ ପୁରୁଷ ବଂଧୁ ଯେହେତୁ ପରିବାର ଚଳେଇବା ପାଇଁ ଆର୍ଥିକ ସହାୟତା ଦିଅନ୍ତି ତେଣୁ ମା ତାଙ୍କ ସହ ଶାରିରୀକ ସମ୍ପର୍କ ରଖିବା ପାଇଁ ବାଧ୍ୟ କରେ ବୋଲି ମଧ୍ୟ କହିଛନ୍ତି ନାବାଳିକା ।
ଅପରପକ୍ଷରେ ଝିଅର ମାନସିକ ବିକୃତି ଥିବା କହିଛନ୍ତି ତାର ମା’ । ବାଲେଶ୍ବର ସଦର ଥାନା କୁରୁଡା ପଞ୍ଚାୟତରେ ଏହି ଘଟଣାକୁ ନେଇ ଏବେ ଆଲେ।ଡନ ।
ବାଲେଶ୍ବର ସଦର ଥାନା ଅନ୍ତର୍ଗତ କୁରୁଡ଼। ପଂଚାୟତରେ ଭଡାଘରେ ପୁ୍ଅ ଝିଅଙ୍କ ସହ ରହନ୍ତି ଜଣେ ସ୍ବାମୀ ପରିତ୍ୟକ୍ତା ମହିଳା। ଗେ।ପାଳଗାଁର ଜଣେ ବ୍ୟକ୍ତି ତାଙ୍କ ଘରକୁ ଆସି ମା’ଙ୍କ ସହ ଅନୈତିକ ସମ୍ପର୍କ ରଖନ୍ତି । ଆଉ ନାବାଳିକାଙ୍କୁ ସମ୍ପୃକ୍ତ ବ୍ୟକ୍ତିଙ୍କ ସହ ସମ୍ପର୍କ ରଖିବାକୁ ଝିଅକୁ ବାଧ୍ୟ କରନ୍ତି ମା । ଅନେକ ସମୟରେ ନାବାଳିକାକୁ ଦୁଷ୍କର୍ମ କରିବା ସହ ମାଡ ମାରୁଥିଲେ ସମ୍ପୃକ୍ତ ବ୍ୟକ୍ତି । ତେବେ ଅତ୍ୟାଚାର ଅସହ୍ୟ ହେବାରୁ ୨ଦିନ ତଳେ ଘରୁ ଲୁଚି ଏକ ସ୍ବେଚ୍ଛାସେବୀ ଅନୁଷ୍ଠାନରେ ପହଞ୍ଚି ଘଟଣା ସମ୍ପର୍କରେ ଜଣାଇଥିଲେ ପୀଡିତା ।
ଏହି ବ୍ୟକ୍ତିଙ୍କ ସହ ମାଙ୍କ ଅନୈତିକ ସଂପର୍କ କାରଣରୁ ହିଁ ବାପା ଅନ୍ୟଜଣଙ୍କୁ ବିବାହ କରି ଗାଁରେ ରହୁଛନ୍ତି ବୋଲି ପ୍ରକାଶ କରିଛି ନାବାଳିକା ।
ଅନ୍ୟପଟେ ଝିଅ ନିଖେ।ଜ ଥିବା ନେଇ ସଦର ଥାନାରେ ଅଭିଯେ।ଗ କରିଥିଲେ ମହିଳା ଜଣକ । ତେବେ ଝିଅକୁ ଆଶ୍ରୟ ଦେଇଥିବା ନାରୀ ସଂଘ ମହିଳାଙ୍କୁ ଝିଅ ସୁରକ୍ଷିତ ଥିବା ଜଣାଇବା ପରେ ଥାନାରେ ପହଞ୍ଚିଛନ୍ତି ମହିଳା ଜଣକ । ଝିଅ କରିଥିବା ଅଭିଯେ।ଗକୁ ଅସ୍ବୀକାର କରିଛନ୍ତି । ଝିଅର ମାନସିକ ବିକୃତି ଘଟିଛି । ତେଣୁ ସେ ମନଗଢା କଥା ଗପୁଥିବା କହିଛନ୍ତି ମହିଳା ଜଣକ । ସେପଟେ ପେ।ଲିସ ନାବାଳିକାର ବୟାନ ଅନୁଯାୟୀ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି ।
ନାବାଳିକାଙ୍କ ଅଭିଯେ।ଗର ଯଦି ସତ ତା ହେଲେ ଘଟଣା ନିଶ୍ଚିତ ସାଂଘାତିକ । କାରଣ ନିଜ ମା’ ପାଖରେ ଯଦି ଝିଅ ସୁରକ୍ଷିତ ନୁହେଁ, ତା ହେଲେ କେଉଁଠି ସୁରକ୍ଷିତ ?