ସୁନିଆଁମୁହିଁ ଜଙ୍ଗଲରେ ହାତୀ ଛୁଆକୁ ଜଗି ରହିଛି ମା’ ହାତୀ

Published By : Prameya-News7 Bureau | August 20, 2020 IST

ଆଠଗଡ ୨୦।୮: ହାତୀ ଛୁଆକୁ ଜଗି ରହିଛନ୍ତି ହାତୀ ପଲ । ଆଠଗଡ ବନଖଣ୍ଡ ଖୁଣ୍ଟୁଣୀ ରେଞ୍ଜ ଅନ୍ତର୍ଗତ ବାଳି ସୁବାସି ସୁନିଆଁମୁହିଁ ଜଙ୍ଗଲରେ ହାତୀ ଛୁଆ ଜନ୍ମ ହୋଇଥିଲା । ହାତୀ ପଲରେ ଥିବା ୨୦ରୁ ଅଧିକ ହାତୀ ଛୁଆଟିକୁ ବୁଦୁବୁଦିଆ ଜଙ୍ଗଲରେ ଜଗି ରହୁଥିବା ଦେଖାଯାଇଛି । ବର୍ତ୍ତମାନ ଯେହେତୁ ଲଘୁଚାପ ଜନିତ ବର୍ଷା ଲାଗି ରହିଛି ହାତୀମାନେ ୫୫ ନମ୍ବର ଜାତୀୟ ରାଜପଥ କଡରେ ବୁଲୁଥିବା ଦେଖାଯାଇଛି । ଫଳରେ ସ୍ଥାନୀୟ ଅଞ୍ଚଳରେ ଏହି ହାତୀଙ୍କ ଯୋଗୁଁ ଭୟର ବାତାବରଣ ସୃଷ୍ଟି ହେବା ସହ କିଛି ସମୟ ଧରି ରାସ୍ତା ଅବରୋଧ କରୁଥିବାରୁ ସାଧାରଣ ଲୋକ ଆତଙ୍କିତ ଅବସ୍ଥାରେ ଅଛନ୍ତି ।

{"id":317284,"sizeSlug":"large"}

ଏହା ସବୁଦିନିଆ ଘଟଣା ହୋଇଗଲାଣି । ଲୋକମାନେ ବାହାରକୁ ବାହାରିବା ଏକ ପ୍ରକାର ସମସ୍ୟା ପାଲଟି ଯାଇଛି । ବଣୁଆ ହାତୀମାନେ ଏବେ ଆଖପାଖ ଜନ ଗହଳି ସ୍ଥାନମାନଙ୍କରେ ଆତଙ୍କ ସୃଷ୍ଟି କରୁଥିବା ବେଳେ ବନ ବିଭାଗ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ପାରୁନଥିବା ସ୍ଥାନୀୟ ଲୋକମାନେ ଅଭିଯୋଗ କରିଛନ୍ତି ।

{"id":317285,"sizeSlug":"large"}

ଜଙ୍ଗଲୀ ହାତୀ ଦେଖିବାକୁ ସମୟ ସମୟରେ ଆଖପାଖ ଅଞ୍ଚଳର ଲୋକମାନେ ଭିଡ ଜମାଉଥିବାବେଳେ ହାତୀମାନଙ୍କ ପାଲଟା ଆକ୍ରମଣ ଏକ ପ୍ରମୁଖ ସମସ୍ୟା ପାଲଟିଛି । ଏପରି ସ୍ଥିତିରେ କୌଣସି ସମୟରେ ବଡଧରଣର ଦୁର୍ଘଟଣାକୁ ଏଡାଇ ଦିଆଯାଇନପାରେ ।

{"id":317286,"sizeSlug":"large"}

ବହୁଦିନର ବ୍ୟବଧାନ ପରେ ଚନ୍ଦକା ହାତୀ ପଲ ଆଠଗଡ ବନଖଣ୍ଡ ଦେଇ ଖୁଣ୍ଟୁଣୀ ବନଖଣ୍ଡର ସୁନିଆଁମୁହିଁ ଜଙ୍ଗଲକୁ ଆସିଥିବା ବେଳେ ଚାଷ ଜମି କ୍ଷତିଗ୍ରସ୍ତ କରୁଥିବାରୁ ବନ ବିଭାଗ କର୍ମଚାରୀମାନେ ଏହା ଉପରେ ନଜର ରଖିବା ସହିତ ହାତୀମାନଙ୍କୁ ଘଉଡାଇ ଜଙ୍ଗଲ ମୁହାଁ କରିବାକୁ ଦାବି କରିଛନ୍ତି ସ୍ଥାନୀୟ ବାସିନ୍ଦା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.