ପୁଅ ସହ ଝଗଡ଼ା କରି କୀଟନାଶକ ପିଇଲେ ମାଆ: ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି
19/12/2020 at 7:41 PM

ତେଲକୋଇ୧୯/୧୨: ଘରୋଇ ଝଗଡ଼ାକୁ କେନ୍ଦ୍ର କରି କୀଟନାଶକ ପିଇଲେ ମହିଳା। ତେଲକୋଇ ଥାନା ଅନ୍ତର୍ଗତ ଓରିଆ ପଞ୍ଚାୟତ ଅଧିନସ୍ଥ ଜଟ ଗ୍ରାମ ମୁଣ୍ଡା ସାହିରେ ଏଭଳି ଅଭାବନୀୟ ଘଟଣା ଘଟିଛି। କିଟନାଶକ ପିଇ ମହିଳା ଗୁରୁତର ଭାବେ ଅସୁସ୍ଥ ହୋଇଛନ୍ତି। ସୂଚନା ମୁତାବକ, ଲାଦୁରା ମୁଣ୍ଡାଙ୍କ ସ୍ତ୍ରୀ କୁନି ମୁଣ୍ଡା ଏବଂ ନିଜ ପୁଅ ସଞ୍ଜୟଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ଏଥିରେ ହେବାରୁ ଅତିଷ୍ଠ ହୋଇ ଘରେ କୀଟନାଶକ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ।
ତେବେ ବିଷକ୍ରିୟା ଅଧିକ ହେବାରୁ ମହିଳା ଜଣଙ୍କ ଗୁରୁତର ହୋଇ ପଡିଥିଲେ। ତାଙ୍କୁ ପରିବାର ଲୋକେ ସଙ୍ଗେ ସଙ୍ଗେ ତେଲକୋଇ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ଅବସ୍ଥା ସଙ୍କଟାପନ୍ନ ରହିଥିବାରୁ ବର୍ତ୍ତମାନ ତାଙ୍କୁ ଜିଲ୍ଲା ମୁଖ୍ୟ ସ୍ବାସ୍ଥ୍ୟକେନ୍ଦ୍ରକୁ ସ୍ଥାନାନ୍ତରିତ କରାଯାଇଛି।