ଘରୋଇ କଳିରୁ ଅଘଟଣ, ୨ ଶିଶୁଙ୍କୁ ବିଷ ଦେଇଦେଲା ମାଆ, ନିଜେ ମଧ୍ୟ ପିଇଲା

Published By : Prameya-News7 Bureau | December 31, 2020 IST

ବାଲେଶ୍ୱର, ୩୧୧୨:   ନବବର୍ଷ ପୂର୍ବରୁ ଅଘଟଣ । ଘରୋଇ କଳିରୁ ନିଜର ଦୁଇ ଶିଶୁକୁ ମାଆ ବିଷ ପିଆଇ ଦେଇଛି । ତିନିଜଣଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ସୂଚନାନୁସାରେ, ବାଲେଶ୍ୱର ଜିଲ୍ଲା ସୋର ତଳନଗରରେ ଏହି ଅଘଟଣ ସାମ୍ନାକୁ ଆସିଛି । ଗୁରୁବାର ରାତିରେ ଘରୋଇ କଳିକୁ କେନ୍ଦ୍ର କରି ମାଆ ନିଜ ଯାଆଁଳା ଶିଶୁଙ୍କୁ ବିଷ ଦେଇ ନିଜେ ମଧ୍ୟ ବିଷ ପିଇ ଦେଇଛି ।  ଏଥିରେ ଦେଢ ବର୍ଷର ଦୁଇ ଯାଆଁଳା ଶିଶୁ ପୁତ୍ର ଗୁରୁତର ହୋଇ ପଡିଛନ୍ତି। ମାଆ ମଧ୍ୟ ବିଷ ପିଇ ଗୁରୁତର ହୋଇ ପଡିଛି । ତିନି ଜଣଙ୍କୁ ଗୁରୁତର ଅବସ୍ଥାରେ ବାଲେଶ୍ୱର ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.