ପାରିବାରିକ କଳହର କରୁଣ ପରିଣତି: ୨ ମାସର ଶିଶୁ ପୁତ୍ରକୁ କିରାସିନି ପିଆଇଦେଲା ମାଆ, ନିଜେ କଲା ଆତ୍ମହତ୍ୟା ଉଦ୍ୟମ

Published By : Prameya-News7 Bureau | May 19, 2020 IST

ଛେଣ୍ଡିପଦା, ୧୯|୦୫:   ପାରିବାରିକ କଳହର କରୁଣ ପରିଣତି । ସ୍ୱାମୀଙ୍କ ସହ ଝଗଡାକୁ କେନ୍ଦ୍ର କରି କିରୋସିନି ପିଇଦେଲେ ମହିଳା । ନିଜେ ପିଇବା ସହ ଦୁଇ ମାସର କୋମଳ ଶିଶୁ ପୁତ୍ରକୁ ମଧ୍ୟ ପିଆଇ ଦେଲେ । ଏପରି ଏଖ ଘଟଣା ଅନୁଗୋଳ ଜିଲ୍ଲା ଛେଣ୍ଡିପଦା କୋଶଳା ଗ୍ରାମରେ ଚାଞ୍ଚଲ୍ୟ ସୃଷ୍ଟି କରିଛି ।

ସୂଚନାନୁସାରେ, ମଙ୍ଗଳବାର ସକାଳେ କୌଣସି କାରଣରୁ କୋଶଲା ଗ୍ରାମର ସଞ୍ଜିତା ନାଏକ ଓ ତାଙ୍କ ସ୍ୱାମୀ ରାହସ ନାଏକଙ୍କ ମଧ୍ୟରେ ଝଗଡା ହୋଇଥିଲା । ଏଥିରେ ରାଗିଯାଇ ସଞ୍ଜିତା ସକାଳ ପ୍ରାୟ ସାଢେ ୮ଟାରେ ଘରେ କିରାସିନି ପିଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ । ଏପରିକି କିଛି କିରାସିନି ନିଜ ୨ ମାସର ଶିଶୁ ପୁତ୍ରକୁ ମଧ୍ୟ ପିଆଇ ଦେଇଥିଲେ । ପରିବାର ଲୋକେ ଏହା ଜାଣିବା ପରେ ଉଭୟଙ୍କୁ ତୁରନ୍ତ କୋଶଳା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ମାତ୍ର ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.