ori homes
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ‘କାଶ୍ମୀର ପଣ୍ଡିତଙ୍କ ହତ୍ୟାକାରୀକୁ କ୍ଷମା ନାହିଁ’ – ଉପ ରାଜ୍ୟପାଳ
  • ||
  • ଦେଶରେ ବଢୁଛି ସଂକ୍ରମଣ : ୨୪ ଘଣ୍ଟାରେ ବାହାରିଲେ ୨୨୦୨ କରୋନା ପଜିଟିଭ୍
  • ||
  • ସନ୍ଧ୍ୟାରେ ପଞ୍ଜାବ ବନାମ ଦିଲ୍ଲୀ, ‘କର ବା ମର’ ସ୍ଥିତିରେ ଉଭୟ ଟିମ୍
  • ||
  • ରାଜ୍ୟରେ ଖସୁଛି କରୋନା, ୨୪ ଘଣ୍ଟାରେ ବାହାରିଲେ ୭ ପଜିଟିଭ୍
  • ||
  • ଚଣ୍ଡୀଖୋଲ: ଟ୍ରକକୁ ଧକ୍କା ଦେଲା ଟ୍ରକ୍: ଗାଡି ଆଗକୁ ଛିଟିକି ପଡିଲେ ଡ୍ରାଇଭର, ଚାଲିଗଲା ଜୀବନ
  • ||
  • କମିବ ଖରା, ବଢିବ ଗୁଳୁଗୁଳି : ଭିଜାଇବ କାଳବୈଶାଖି ବର୍ଷା
  • ||

ଭୟଙ୍କର ନାଗ ସାପ ସହ ଲଢେଇ କରି ମା କୁକୁର ବଂଚାଇଲା ଛୁଆଙ୍କୁ; ଦେଖନ୍ତୁ ଏହି ଭିଡିଓ….

18/09/2018 at 7:01 PM

ଭଦ୍ରକ ୧୮/୯ : ସାପ-କୁକୁର ଲଢ଼େଇ । ନିଜ ଛୁଆଙ୍କୁ ରକ୍ଷା କରିବାକୁ ଯାଇ ଜୀବନକୁ ବାଜି ଲଗାଇ ସାପ ସହ ଲଢେଇ କଲା ମାଆ କୁକୁର । ମାଆ କୁକୁର ଯେତେ ହିଂସ୍ର ହେଉଥାଏ, ସାପ ସେତେ ଉଗ୍ର ହେଉଥାଏ । ଗୋଟେ ଗୋଟେ ଚୋଟରେ ଦୁଇଟା ଛୁଆ ନିସ୍ତେଜ ହୋଇଗଲେ । ଅନ୍ୟ ୫ଟି ଛୁଆଙ୍କୁ ମାଆ କୁକୁରଟି ବଞ୍ଚାଇଲା । ହେଲେ କାଲିଠାରୁ ତା ଆଖିରୁ ଲୁହ ଶୁଖୁନି, ଏଯାଏଁ କିଛି ଖାଇନି ମାଆ କୁକୁରଟି ।
ଚାଲିଛି ସାପ-କୁକୁର ଲଢ଼େଇ । ଛୁଆଙ୍କୁ ରକ୍ଷା କରିବାକୁ ପ୍ରାଣମୂର୍ଚ୍ଛା ଉଦ୍ୟମ ଚଳାଇଛି ମାଆ କୁକୁର । ଆଉ ସାପ, ଫଁ ଫଁ କରି ଚୋଟ ମାରିବାକୁ ଉଦ୍ୟତ ହେଉଛି । ଦୁଇଟା ଛୁଆଙ୍କୁ ମାରି ସାରିଲାଣି । ପୁଣି ମାଆ କୁକୁର ମୁହଁକୁ ଚୋଟ ମାରିବାକୁ ଫଣା ଟେକି ଘନ ଘନ ଉଦ୍ୟମ ଚଳାଇଛି । ଭଦ୍ରକ ସାତ ଭଉଣୀ ଅଞ୍ଚଳର ଅଧ୍ୟାପକ ବିଜୟ ପରିଡ଼ାଙ୍କ ଘରେ ଗତରାତିରେ ଏମିତି ଚାଲିଥିଲା ସାପ-କୁକୁର ଲଢ଼େଇ ।
ଶିଡ଼ି ତଳେ ୭ଟି ଛୁଆ ଜନ୍ମ ଦେଇଥିଲା କୁକୁରଟି । କିନ୍ତୁ ଗତରାତିରେ ଗୋଟେ ତମ୍ପ ସାପ ପଶିଗଲା । ମାଆ କୁକୁରଟି ଯେତେ ଭୁକାଭୁକି କରି ସାପଟିକୁ ତଡ଼ିଦେବାକୁ ଚେଷ୍ଟା କରୁଥାଏ, ସାପଟି ସେତେ ଉଗ୍ର ହେଉଥାଏ । ଗୋଟେ ଗୋଟେ ଚୋଟରେ ଦୁଇଟି ଛୁଆ ନିସ୍ତେଜ ହୋଇଗଲେ । ଆଉ ଖବର ପାଇ ଘଟଣାସ୍ଥଳରେ ସ୍ନେକ୍ ହେଲ୍ପଲାଇନ୍ ସଦସ୍ୟ ପହଞ୍ଚି ସାପଟିକୁ ଉଦ୍ଧାର କରିଥିଲେ ।
ଆଖି ଫିଟି ନଥିବା ୭ଟି ଛୁଆରୁ ୨ଟି ଛୁଆ ମରିଗଲେ । ଭୁକାଭୁକି କରି ମାଆ କୁକୁର ୫ଟି ଛୁଆ ବଞ୍ଚାଇଲା । ହେଲେ ସେ ଦୁଇଟି ଛୁଆକୁ ଭୁଲିପାରୁନି । ମାଲିକ ଦୁଆର ମୁହଁରେ ବସି ଆଖିରୁ ଲୁହ ଝରାଉଛି । ଯେତେ ଖାଇବାକୁ ଦେଲେ ବି ଖାଉନି ।

   Related Posts