କାର୍ ଧକ୍କାରେ ମା’ ମୃତ, ଝିଅ ଗୁରୁତର
29/11/2019 at 4:18 PM

ଟାଙ୍ଗୀ ୨୯।୧୧: ଖୋର୍ଦ୍ଧା ଜିଲା ବାଲୁଗାଁ ଥାନା ଜାତୀୟ ରାଜପଥର ସୁବୁଦ୍ଧିପାଟଣା ଛକରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି ।
ସୂଚନାଯୋଗ୍ୟ ଯେ, ସୁବୁଦ୍ଧିପାଟଣା ଗାଁର ମା’ ଓ ଝିଅ ଉଭୟ ଏକ ସାଇକେଲରେ ଯାଉଥିବା ସମୟରେ ପଛପଟୁ ଦ୍ରୁତ ଗତିରେ ଆସୁଥିବା ଏକ ହୁଣ୍ଡାଇ କାର୍ ଭାରସାମ୍ୟ ହରାଇ ଧକ୍କା ଦେଇଥିଲା । ଫଳରେ ଉଭୟ ମା’ ଓ ଝିଅ ଗୁରୁତର ହୋଇଥିଲେ ।

ଗୁରୁତର ଅବସ୍ଥାରେ ଉଭୟଙ୍କୁ ବାଲୁଗାଁ ସରକାରୀ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା । ଉଭୟଙ୍କ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ ଭୁବନେଶ୍ବର ସ୍ଥାନାନ୍ତର କରାଯାଇଥିଲା । ଝିଅଙ୍କର ଅବସ୍ଥା ଗୁରୁତର ଥିବାବେଳେ ମା’ଙ୍କର ମୃତ୍ୟୁ ହୋଇଛି। ବାଲୁଗାଁ ପୋଲିସ ଘଟଣାର ତଦନ୍ତ କରୁଛି । ଗ୍ରାମରେ ଏକ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି ।
Related Posts
ଆସନ୍ତାକାଲି ରାଜ୍ୟର ସମସ୍ତ ସ୍କୁଲ ଓ କଲେଜ୍ ଛୁଟି
4 March 2021