Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମା’ ମାଣିକେଶ୍ଵରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା ପାଇଁ ୧୪୪ ଧାରା ଜାରି
  • ||
  • ପ୍ରକାଶ ପାଇଲା ମାଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷା ଫଳ
  • ||
  • ରାୟଗଡାରେ ବୋଲେରୋ-ବାଇକ୍ ମୁହାଁମୁହିଁ ଧକ୍କା, ୨ ଗୁରୁତର
  • ||
  • ବିନା ଅନୁମତିରେ ଦାଢ଼ି ରଖି ନିଲମ୍ବିତ ହେଲେ ପୋଲିସ ବାବୁ
  • ||
  • ପାଲଘର ମାମଲାରେ ଆଉ ୨୪ ଅଭିଯୁକ୍ତ ଗିରଫ
  • ||
  • ରାଜ୍ୟରେ ଆଉ ୧୫ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ବିହାର ନିର୍ବାଚନ ପାଇଁ ବିଜେପି ଜାରି କଲା ସଂକଳ୍ପ ପତ୍ର
  • ||
  • ରାଜ୍ୟରେ ୧୯୧୩ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଭୀଷଣ ଅବପାତର ରୂପ ନେବ ଲଘୁଚାପ ! ଆଜି ଓ ଆସନ୍ତାକାଲି ପ୍ରବଳ ବର୍ଷା
  • ||
  • ଟ୍ରେଲର ପଛରେ ପିଟିହେଲା ସିମେଣ୍ଟ ବୋଝେଇ ଟ୍ରକ୍, ଡ୍ରାଇଭର ମୃତ
  • ||

ଟ୍ରେନ୍ ଆଗକୁ ଡେଇଁଲେ ମା’ ସହ ଦୁଇ ଝିଅ : ମା’ ମୃତ ଓ ଦୁଇ ଝିଅ ଗୁରୁତର, ସ୍ବାମୀ ଅଟକ

11/10/2019 at 3:38 PM

ବ୍ରହ୍ମପୁର ୧୧।୧୦: ପାରିବାରିକ କଳହର କରୁଣ ପରିଣତି। ସ୍ବାମୀ ଓ ସ୍ତ୍ରୀ ଝଗଡା । ଶେଷରେ ଆତ୍ମହତ୍ୟା କରିବାକୁ ଉଦ୍ୟମ କରି ମା’ର ମୃତ୍ୟୁ ହୋଇଥିବା ବେଳେ ଦୁଇ ଝିଅ ଗୁରୁତର ହୋଇଛନ୍ତି। ଏଭଳି ଏକ ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ଶେରଗଡ ନିକଟ ମଚ୍ଛାକୋଟ୍ ଗାଁରେ।

ସୂଚନାଯୋଗ୍ୟ ଯେ, ମଚ୍ଛାକୋଟ୍ ଗାଁର ଉତ୍ସବ ଭଞ୍ଜ  ଏବଂ ତାଙ୍କ ସ୍ତ୍ରୀ ରମା ଭଞ୍ଜଙ୍କ ମଧ୍ୟରେ ଝଗଡା ହୋଇଥିଲେ। ସ୍ତ୍ରୀ ରମାଙ୍କୁ ତାଙ୍କ ସ୍ବାମୀ ଉତ୍ସବ ମାଡ ମାରିଥିଲେ। ଏଥିରେ ରାଗିଯାଇ ଦୁଇ ଝିଅଙ୍କ ସହ ବ୍ରହ୍ମପୁର ଆସିଥିଲେ ରମା। ଗତକାଲି ରାତିରେ ରମା ଦୁଇ ଝିଅଙ୍କ ସହ ବ୍ରହ୍ମପୁର ରେଳ ଷ୍ଟେସନ ନିକଟରେ ଟ୍ରେନ୍ ସମ୍ମୁଖକୁ ଡେଇଁ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିଲେ।  ଫଳରେ ଘଟଣାସ୍ଥଳରେ ରମାଙ୍କର ମୃତ୍ୟୁ ହୋଇଥିବା ବେଳେ ଦୁଇ ଝିଅ ଗୁରୁତର ହୋଇଛନ୍ତି। ପ୍ରଥମ ଶ୍ରେଣୀରେ ପାଠ ପଢୁଥିବା ସାନ ଝିଅ ରିୟାଙ୍କ ହାତରେ ଗୁରୁତର ଆଘାତ ଲାଗିଛି। ରିୟାଙ୍କୁ ବ୍ରହ୍ମପୁର ବଡ ମେଡିକାଲ୍‌ରେ ଭର୍ତ୍ତି କରାଯାଇଛି।  ଷଷ୍ଠ ଶ୍ରେଣୀରେ ପଢୁଥିବା ବଡ ଝିଅ ପ୍ରିୟାର ମୁଣ୍ଡରେ ଗଭୀର ଆଘାତ ଲାଗିଥିବା ବେଳେ ତାଙ୍କୁ କଟକ ମେଡିକାଲ୍‌କୁ ସ୍ଥାନାନ୍ତର କରାଯାଇଥିବା ସଂପର୍କୀୟ କହିଛନ୍ତି। ବ୍ରହ୍ମପୁର ରେଳୱେ ପୋଲିସ ଶବକୁ ଜବତ କରି ପୋଷ୍ଟମର୍ଟମ୍ ପାଇଁ ବ୍ରହ୍ମପୁର ବଡ ମେଡିକାଲ୍‌କୁ ପଠାଇଛି।

   Related Posts