Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

୬ ବର୍ଷର ଝିଅକୁ ଧରି କୂଅକୁ ଡେଇଁ ଆତ୍ମହତ୍ୟା କଲା ମାଆ…

24/08/2020 at 9:02 AM

ସମ୍ବଲପୁର ୨୪।୦୮: ସମ୍ବଲପୁର ଜିଲ୍ଲା କତରବଗା ଥାନା କିନାଲୋଇ ଗାଁରେ ଆଜି ନୂଆଁଖାଇ ଦିନ ଏକ ହୃଦୟ ବିଦାରକ ଘଟଣା ଘଟିଛି । ୬ ବର୍ଷର ଝିଅକୁ ଧରି ମା’ କୂଅକୁ ଡେଇଁ ଆତ୍ମହତ୍ୟା କରିଛି । ମୃତକ ଟିକେଶ୍ୱରୀ ଭୋଇ (୪୦) ଓ ଝିଅ ଖୁସିର ଶବକୁ ଦମକଳ କର୍ମଚାରୀ ଉଦ୍ଧାର କରିଛନ୍ତି । ପୋଲିସ୍‌ ମାଆ-ଝିଅଙ୍କ ମୃତଦହେକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି ।

ସେପଟେ ମହିଳାଙ୍କ ସ୍ୱାମୀ ଜୟରାମ ଭୋଇ ଲଇଡ଼ା ଫାଣ୍ଡିରେ କରିଥିବା ଅଭିଯୋଗ ମତେ ସ୍ତ୍ରୀ ଟିକେଶ୍ୱରୀ ମାନସିକ ବିକୃତ ଥିଲେ । ତେଣୁ ୬ ବର୍ଷର ଝିଅକୁ ନେଇ ଗାଁର କୂଅକୁ ଡେଇଁ ଆତ୍ମହତ୍ୟା କରି ଥାଇପାରନ୍ତି । ପୋଲିସ୍‌ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଛି । କରୋନା କଟକଣା ମଧ୍ୟରେ ଗାଁ ଲୋକେ ନିଜ ନିଜ ଘରେ ନୂଆଁଖାଇ ପାଳନ କରୁଥିଲେ । ଜୟରାମଙ୍କ ଘରେ ମଧ୍ୟ ପୂଜାର୍ଚ୍ଚନା କରାଯାଇ ପରିବାର ସଦସ୍ୟ ନୂଆଁ ଖାଇଥିଲେ । ନୂଆଁ ଖାଇ ସାରିବା ପରେ ଟିକେଶ୍ୱରୀ ଝିଅକୁ ଧରି ନିକଟରେ ଥିବା ଏକ କୂଅକୁ ଡେଇଁ ପଡ଼ିଥିଲେ । କେହି କିଛି ଜାଣିବା ପୂର୍ବରୁ ମା’ ଓ ଝିଅଙ୍କ ମୃତ୍ୟୁ ହୋଇଥିଲା । ଲୋକେ ପୋଲିସ୍‌ ଓ ଦମକଳ ବାହିନୀକୁ ଖବର ଦେଇଥିଲେ । ଜୟରାମଙ୍କ ଅଭିଯୋଗ ମତେ ଟିକେଶ୍ୱରୀଙ୍କ ମାନସିକ ବିକୃତି ଥିଲା । ହେଲେ ଘରୋଇ କଳହକୁ ମଧ୍ୟ ଏଡ଼ାଇ ଦିଆଯାଇନପାରେ ବୋଲି ଚର୍ଚ୍ଚା ହେଉଛି ।

   Related Posts