Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନ୍ଦ୍ରକୁ ଓଡ଼ିଶା ମାଗିଲା ଅଗଷ୍ଟ ବର୍ଷା-ବନ୍ୟାର ସହାୟତା, ଦାବି କଲା ୧୫୬୯.୫୦ କୋଟି ଟଙ୍କା
  • ||
  • ରାଜ୍ୟରେ ଆଉ ୧୬ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୬୩୩ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଟ୍ରକକୁ ପଛ ପଟୁ ପିଟିଲା ଟ୍ରଲର, ୨ ମୃତ
  • ||
  • ଡ଼କାୟତି ଯୋଜନା ପଣ୍ଡ, ବାଇପାସ କଡ଼ରୁ ୬ ଡକାୟତ ଗିରଫ
  • ||

ଇଜ୍ଜତ୍ ବଞ୍ଚାଇବା ପାଇଁ ଚଳନ୍ତା ଟ୍ରେନରୁ ଡେଇଁଲେ ମା’-ଝିଅ: ମହିଳାମାନେ ଏକୁଟିଆ ଯାତ୍ରା କରିବା କେତେ ସୁରକ୍ଷିତ?

29/11/2019 at 3:48 PM

ଆଲ୍ଲାହାବାଦ୨୯/୧୧:  ଟ୍ରେନରେ ଜଣେ ଯୁବତୀ କିମ୍ବା ମହିଳା ଏକୁଟିଆ ଯାତ୍ରା କରିବା କେତେ ସୁରକ୍ଷିତ ତାହା ବର୍ତ୍ତମାନ ସମୟରେ ଏକ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଟ୍ରେନରେ ମହିଳାମାନେ କେତେ ଭୟଭୀତ ହୋଇ ଯାତ୍ରା କରୁଛନ୍ତି ତାହା କେବଳ ସେମାନେ ହିଁ ଜାଣିଥିବେ। ନିକଟରେ ଏକ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି। ମା’-ଝିଅ ଦୁଇଜଣ ନିଜ ଇଜ୍ଜତ୍ ବଞ୍ଚାଇବାକୁ ଯାଇ ଚଳନ୍ତା ଟ୍ରେନରୁ ଡ଼େଇଁ ପଡ଼ିଛନ୍ତି। ଆଲ୍ଲାହାବାଦ- ଉଧମପୁର ଏକ୍ସପ୍ରେସରେ ଏଭଳି ଅଭାବନୀୟ ଘଟଣା ଘଟିଛି।

ଜିଆରପିର ସୂଚନା ଅନୁସାରେ ମା’-ଝିଅ ହାଉଡ଼ା ଆନନ୍ଦ ବିହାର ଏକ୍ସପ୍ରେସରେ ଦିଲ୍ଲୀ ଫେରୁଥିଲେ। ଏମାନେ ବସିଥିବା ବଗିରେ କିଛି ନିଶାସକ୍ତ ଯୁବକ ମଧ୍ୟ ବସି ଥିଲେ। ଅଚାନକ ନିଶାସକ୍ତ ଯୁବକମାନେ ମା-ଝିଅଙ୍କୁ ଅଶ୍ଳୀଳ ଢ଼ଙ୍ଗରେ ଇଶାରା କରିଥିଲେ। ମୁଗଲସରାୟରେ ଟ୍ରେନ ରହିବା ପରେ ମା ଓ ଝିଅ ଭୟଭୀତ ହୋଇ ଜିଆରପି ନିକଟରେ ଅଭିଯୋଗ କରିଥିଲେ। ଜିଆରପି ​‌‌ ମା -ଝିଅଙ୍କୁ ଅନ୍ୟ ଟ୍ରେନ ଅର୍ଥାତ ଆଲ୍ଲାହାବାଦ- ଉଧମପୁର ଏକ୍ସପ୍ରେସରେ ବସାଇ ଦେଇଥିଲେ। ପୁଣି ଏହି ଟ୍ରେନରେ ମଧ୍ୟ କିଛି ବଦ୍‌ମାସ ଲୋକ ତାଙ୍କୁ ଏକୁଟିଆ ଦେଖି ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିଥିଲେ।

ସୂଚନା ଅନୁସାରେ ପୀଡ଼ିତା ମହିଳା ଦିଲ୍ଲୀର ଏକ ପ୍ରାଇଭେଟ୍‌ କମ୍ପାନୀରେ କାମ କରନ୍ତି। ମହିଳା ଓ ତାଙ୍କ ୧୨ ବର୍ଷର ଝିଅ ହାଉଡା- ଆନନ୍ଦ ବିହାର ଏକ୍ସପ୍ରେସରେ ଫେରୁଥିଲେ। ଟ୍ରେନ ଗୋଟିଏ ପ୍ଳାଟଫର୍ମ ରହିଥିଲା। ଟ୍ରେନ ଛାଡିବା ସମୟରେ ମାଆ ଓ ଝିଅ ଭୟରେ ଟ୍ରେନରୁ ଡେଇଁ ପଡ଼ିଥିଲେ। ଷ୍ଟେସନରେ ଥିବା ଜିଆରପି ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ଏବେ ମା-ଝିଅ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି। ଅଳ୍ପକେ ମା ଓ ଝିଅ ବଞ୍ଚି ଯାଇଛନ୍ତି । ମାତ୍ର ଏହି ଘଟଣା ପରେ ଟ୍ରେନରେ ଏକୁଟିଆ ମହିଳାମାନେ ଯାତ୍ରା କରିବା  ଓ ସେମାନଙ୍କର ସୁରକ୍ଷା ନେଇ ପ୍ରଶ୍ନ ଉଠିଛି ।  

   Related Posts