ବହୁ ଚର୍ଚ୍ଚିତ ମାଆ ଓ ଝିଅଙ୍କ ମୃତ୍ୟୁ ଘଟଣା : ଅଭିଯୁକ୍ତକୁ ଗିରଫ କଲା ପୋଲିସ

Published By : Prameya-News7 Bureau | September 25, 2020 IST

ପଟ୍ଟାମୁଣ୍ଡାଇ, ୨୫।୦୯:  ରାଜନଗର ଥାନା ଅନ୍ତର୍ଗତ ମାଣପଡା ଗାଁରେ ମାଆ ଝିଅ ମୃତ୍ୟୁ ଘଟଣାରେ  ଅଭିଯୁକ୍ତ ସଞ୍ଜୟଙ୍କୁ ପୋଲିସ ଗିରଫ କରିଛି । ତେବେ ସଞ୍ଜୟ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ତାଙ୍କୁ କୋଭିଡ୍ ସେଣ୍ଟରରେ ରଖାଯାଇଛି ।

ଅନ୍ୟପଟେ ସଞ୍ଜୟର ଭାଇ ହିମାଂଶୁ ବେହେରାକୁ ଗିରଫ କରି କୋର୍ଟ ଚାଲାଣ କରିଛି ରାଜନଗର ପୋଲିସ । ଘଟଣାର ଅଧିକ ତଦନ୍ତ ଜାରି ରହିଛି ।

ସୂଚନାନୁସାରେ, ଗତ ୨୧ ତାରିଖରେ ପୃଥକ ପୃଥକ ସ୍ଥାନରୁ ମା’ ଓ ଝିଅଙ୍କ ମୃତଦେହ ଉଦ୍ଧାର ହୋଇଛି । ରାଜନଗର ଥାନା ଅନ୍ତର୍ଗତ ମହୁଲିଆ ପଞ୍ଚାୟତ ମାଣପଡା ଗାଁରେ ଘଟିଥିବା ଏଭଳି ଅଭାବନୀୟ ଘଟଣା ସମସ୍ତଙ୍କୁ ଚକିତ କରିଥିଲା ।

ଗତ ୧୯ ତାରିଖରୁ ମା’ ପ୍ରମିଳା ନାଥ ନିଖୋଜ ଥିଲେ । ମା’ଙ୍କ ନିଖୋଜ ନେଇ ରାଜନଗର ଥାନାରେ ଅଭିଯୋଗ କରିଥିଲେ ବଡ ଝିଅ ସତ୍ୟପ୍ରିୟା । ତେବେ ରବିବାର ସକାଳେ ମାମୁ ଘର ବାଡି ପୋଖରୀରୁ ସତ୍ୟପ୍ରିୟାଙ୍କ ମୃତଦେହ ମିଳିଥିଲା । ରାତିରେ ହଂସୁଆ ନଦୀର ଗୋବର୍ଦ୍ଧନପୁର ନିକଟରୁ ନିଖୋଜ ମା’ଙ୍କ ମୃତଦେହ ମିଳିଥିଲା । ତାଙ୍କର ମୋବାଇଲ ଓ ଚପଲ ନିକଟସ୍ଥ ମାଟିଆ ମଙ୍ଗଳା ମନ୍ଦିର ନିକଟ ହଂସୁଆ ନଦୀ ଘାଟରୁ ମିଳିଥିଲା । ଉଭୟଙ୍କୁ ହତ୍ୟା କରାଯାଇଥିବା ପ୍ରମିଳାଙ୍କ ସ୍ବାମୀ ପତିତପାବନ ନାଥ ଅଭିଯୋଗ କରିଥିଲେ । ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.