Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ବର : ହାତ ଟେକିଦେଲେ ବାଚସ୍ପତି, କହିଲେ- ଯଦି ସବୁ ସଦସ୍ୟ ଗୃହ ଚଲାଇବାକୁ ପ୍ରସ୍ତୁତ ନୁହଁନ୍ତି, ତେବେ ମୁଁ କ’ଣ କରିବି ?
  • ||
  • ଭୁବନେଶ୍ବର : ମମିତା ମେହେର ହତ୍ୟା ପ୍ରସଙ୍ଗ : ଆସନ୍ତା ୧୦ରେ ବିଧାନସଭା ଘେରାଉ କରିବ ଛାତ୍ର କଂଗ୍ରେସ
  • ||
  • ପରଲୋକରେ ପଦ୍ମଶ୍ରୀ ନନ୍ଦ ସାର୍, ୧୦୪ ବର୍ଷରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ
  • ||
  • ଭୁବନେଶ୍ବର : ରିପୋର୍ଟ ଆସିବା ପରେ ନିୟମ ଅନୁସାରେ ଚାଷୀଙ୍କୁ କ୍ଷତିପୂରଣ ଦିଆଯିବ : ମନ୍ତ୍ରୀ ସୁଦାମ ମାରାଣ୍ଡି
  • ||
  • ଭୁବନେଶ୍ବର : ବିଡିଏ ଫେରାଇବ ସର୍ବକ୍ଷମା ଯୋଜନାର ଅଧିକ ଫାଇନ୍, ଆବେଦନର ଶେଷ ତାରିଖ ୧୦ ଡିସେମ୍ବର
  • ||
  • ଖୋର୍ଦ୍ଧା : ଭିଜିଲାନ୍ସ ହାତରେ ଧରାପଡିଲେ ନିର୍ବାହୀ ଯନ୍ତ୍ରୀ, ବିଲ୍ କରାଇ ଦେବାକୁ ଠିକାଦାରଙ୍କଠୁ ନେଉଥିଲେ ୧୦ ହଜାର
  • ||
  • ଟିଟିଲାଗଡ : ପୁରୀ-ଅଜମେର ଟ୍ରେନ୍‌ରେ ନିଆଁ, ଟ୍ରାକ୍‌ରେ ବ୍ରେକ୍ ଘସି ହୋଇ ଧୂଆଁ ବାହାରୁଥିଲା
  • ||
  • ରୋହିଙ୍ଗ୍ୟା ବିରୋଧୀ ହିଂସା ପାଇଁ ଫେସବୁକ ଦାୟୀ ! ୧୫୦ ବିଲିୟନ ପାଉଣ୍ଡର କ୍ଷତିପୂରଣ ଦେବାକୁ ମାମଲା
  • ||
  • କଳାହାଣ୍ଡି : ଇଚ୍ଛା ମୃତ୍ୟୁ ଆବେଦନକାରୀଙ୍କୁ ସାହା ହେଲା BSKY, ଯୋଜନାରେ ଆରମ୍ଭ ହେଲା ଚିକିତ୍ସା
  • ||
  • ତୁରେଇକେଲା ବ୍ଲକରେ ମାତିଲେ ୩୦ ଟିକିଆ ହାତୀପଲ, ଭାଙ୍ଗିଦେଲେ ଘର ଛପର
  • ||

ଦୁର୍ବ୍ୟବହାରରେ କ୍ଷୁବ୍ଧ ମା-ଝିଅ ଆଇନ୍‌କୁ ହାତକୁ ନେଇଗଲେ: ଫୋନ୍‌ରେ ଖରାପ ଭାଷା କହୁଥିବା ବ୍ୟକ୍ତିକୁ ପିଟି ପିଟି ମାରିଦେଲେ

21/10/2020 at 5:33 PM

କୋଏମ୍ବାଟୁର ୨୧/୧୦: ରଙ୍ଗ ନମ୍ବର ଡାଏଲ୍‌ କରିବା ପଡ଼ିଲା ମହଙ୍ଗା। ପ୍ରଥମେ ରଙ୍ଗ ନମ୍ବରରେ କଲ୍‌ ପରେ ଦୁର୍ବ୍ୟବହାର କରିବା ଅଭିଯୋଗରେ ଜଣେ ବ୍ୟକ୍ତିକୁ ପିଟି ପିଟି ମାରିଦେଲେ ମା ଓ ଝିଅ। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି କୋଏମ୍ବାଟୁରରେ। ମଙ୍ଗଳବାର ଦିନ ଘଟିଥିବା ଏଭଳି ଏକ ଘଟଣା ଚହଳ ସୃଷ୍ଟି କରିଛି ।

୩୨ ବର୍ଷୀୟା ଧନଲକ୍ଷ୍ମୀ ତାଙ୍କ ମା’ ମଲିକାଙ୍କ ସହ ପେରିୟାର ନଗରରେ ରହୁଛନ୍ତି। ଗତ ସପ୍ତାହରେ ଧନଲକ୍ଷ୍ମୀଙ୍କୁ ଏକ ନମ୍ବରରେ କଲ୍‌ ଆସିଥିଲା। ଏହି କଲ୍‌ ଏନ ପେରିଆସାମି ନାମକ ଜଣେ ବ୍ୟକ୍ତି କରିଥିଲା। ପ୍ରଥମେ ଧନଲକ୍ଷ୍ମୀ ରଙ୍ଗ ନମ୍ବର କହି ଫୋନ ରଖିଦେଇଥିଲେ। କିନ୍ତୁ  ୪୫ ବର୍ଷୀୟ ପେରିଆସାମି ବାରମ୍ବାର କଲ୍‌ କରିବା ସହ ଅଶ୍ଳୀଳ ଭାଷା କହିଥିବା ଅଭିଯୋଗ ହୋଇଛି।

ତେବେ ଏନେଇ ଧନଲକ୍ଷ୍ମୀ ତାଙ୍କ ମାଙ୍କୁ କହିଥିଲେ। ପରେ ସେମାନେ ଲୋକଟିକୁ ଚିହ୍ନିବା ପାଇଁ ଘରକୁ ନିମନ୍ତ୍ରଣ କରିଥିଲେ। ମଙ୍ଗଳବାର ଅପରାହ୍ନରେ ବ୍ୟକ୍ତି ଜଣକ ତାଙ୍କ ଘରକୁ ଆସିଥିଲା। କଲ୍‌କୁ ନେଇ ସେମାନଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ତାପରେ ମା-ଝିଅ ମିଶି ଲୋକଟିକୁ ଗଛରେ ବାନ୍ଧି ନିର୍ଧୁମ ମାଡ଼ ମାରିଥିଲେ। ଲୋକଟିର ମୁହଁ, ଓଠ ଓ ଗୋଡ଼ରେ ଗୁରୁତର ଆଘାତ ଲାଗିଥିବା ବେଳେ ସେ ଘଟଣାସ୍ଥଳରେ ଆଖି ବୁଜିଥିଲା।

ମୃତକକୁ ଠିକଣା ଜାଗାରେ ଲଗାଇବା ପାଇଁ ମା-ଝିଅ ମୃତଦେହକୁ ବାନ୍ଧି ପାଖରେ ଥିବା ଏକ ରେଳ ଲାଇନ୍‌​‌ରେ ପକାଇ ଦେଇଥିଲେ। ଦେଖଣାହାରୀ ଏହି ଘଟଣା ସମ୍ପର୍କରେ କର୍ମଦା ପୋଲିସକୁ ଖବର ଦେଇଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ଧନଲକ୍ଷ୍ମୀ ଓ ମଲିକାଙ୍କୁ ଗିରଫ କରି ହତ୍ୟା ମାମଲା ରୁଜୁ କରିଥିବା ଜଣାପଡ଼ିଛି।

   Related Posts