Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୨୫ ବର୍ଷ ପରେ ଦୁର୍ଲଭ ନାଗାର୍ଜୁନ ବେଶରେ ସଜେଇ ହେବେ ଶ୍ରୀଜିଉ, ଆରମ୍ଭ ହେଲା ପ୍ରସ୍ତୁତି
  • ||
  • କୋଇଲା ଖଣି ଆବଣ୍ଟନ ଦୁର୍ନୀତି ମାମଲାରେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଦିଲ୍ଲୀପ ରାୟଙ୍କୁ ମିଳିଲା ଜାମିନ
  • ||
  • ମାଲକାନଗିରି : ମାଟି ତଳୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ସହ ବିସ୍ଫୋରକ ସାମଗ୍ରୀ ଜବତ
  • ||
  • ରାଜନଗର : ଭୋଗ ଖାଇ ୧୫୦ ଅସୁସ୍ଥ, ୩୦ ଜଣଙ୍କ ଅବସ୍ଥା ଗୁରୁତର
  • ||
  • ପାରାଦୀପ : ସମୁଦ୍ରରେ ବୁଡିଗଲା ମାଛଧରା ଟ୍ରଲର, ୫ ମତ୍ସ୍ୟଜୀବୀ ଉଦ୍ଧାର, ୪ ନିଖୋଜ
  • ||
  • ରାଜ୍ୟରେ ଆଉ ୧୪ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ଆଉ ୧୪୮୦କରୋନା ସଂକ୍ରମିତ ଚିହ୍ନଟ
  • ||
  • ଟ୍ରେନ୍‌ରେ କଟି ବାପା-ଝିଅ-ପୁଅର ମୃତ୍ୟୁ, ଆତ୍ମହତ୍ୟା ସନ୍ଦେହ
  • ||
  • ବାଇକ୍‌କୁ ଧକ୍କାଦେଲା ହାଇଓ୍ୱା ଟ୍ରକ, ଆରୋହୀ ମୃତ
  • ||

୯ ମାସର ଶିଶୁକନ୍ୟାକୁ ହତ୍ୟା କରି ମାଆ ର ଅତ୍ମହତ୍ୟା

31/07/2018 at 10:34 AM

ବାରିପଦା: ୯ ମାସର ଶିଶୁକନ୍ୟାକୁ ହତ୍ୟା କରି ମାଆ ର ଅତ୍ମହତ୍ୟା। ବିବାହର ୧ ବର୍ଷ ନ ପୁରୁଣୁ ଘଟିଛି ଏଭଳି ଅଘଟଣ। ଏଭଳି ଅଭାବନୀୟ ଘଟଣା ଘଟିଛି ବାରିପଦା ସଦର ଥାନା ଅନ୍ତର୍ଗତ ଜୟବିଲା ଗ୍ରାମରେ। ଗତକାଲି ବିଳମ୍ବିତ ରାତିରେ ଏହି ଗ୍ରାମର ସୁନାରାମ ସିଂ ଙ୍କ ପତ୍ନୀ ଠାକୁରାଣୀ ସିଂ କିରୋସିନି ଢାଳି ନିଜର ୯ ମାସର ଶିଶୁକନ୍ୟାକୁ ହତ୍ୟା କରିବା ପରେ ନିଜ ଦେହରେ ମଧ୍ୟ କିରୋସିନି ଢାଳି ହୋଇ ନିଆଁ ଲଗାଇ ଦେଇଥିଲେ। ଗୁରୁତର ଭାବେ ଆହତ ହୋଇଥିବା ଠାକୁରାଣୀ ସିଂ ଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରା ଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। ତେବେ ଘରେ କୌଣସି ଅଶାନ୍ତି ନଥିବା ତଥା ତାଙ୍କର ମସ୍ତିଷ୍କ ବିକୃତି ଥିବାରୁ ଏଭଳି କାଣ୍ଡ ଘଟାଇଥାଇ ପାରନ୍ତି ବୋଲି କହିଛନ୍ତି ମୃତ ଠାକୁରାଣୀଙ୍କ ସ୍ବାମୀ। ଖବର ପାଇ ବାରିପଦା ସଦରଥାନା ପୋଲିସ ଶବ ୨ଟିକୁ ଉଦ୍ଧାର କରିବା ସହିତ ତଦନ୍ତ ଅରମ୍ଭ କରିଛି।ପାରିବାରିକ କଳହରୁ ଏଭଳି ଘଟଣା ଘଟିଥିବା ସନ୍ଦେହ କରୁଥିବା ବେଳେ ତଦନ୍ତ ପରେ ସମ୍ପୂର୍ଣ୍ଣ କାରଣ ପଦାକୁ ଅସିବ ବୋଲି କହିଛନ୍ତି ବାରିପଦା ସଦରଥାନା ଅଧିକାରୀ।

   Related Posts