Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଡ୍ରଗ୍ସ ଲିଙ୍କ୍ ମାମଲାରେ NCBରେ ହାଜର ହେଲେ ଅନନ୍ୟା ପାଣ୍ଡେ, ଆର୍ଯ୍ୟନ ସହ ହ୍ବାଟସଆପ୍‌ ଚାଟ୍‌କୁ ନେଇ ମାରାଥନ୍‌ ଜେରା
  • ||
  • ଭୁବନେଶ୍ୱର : STF ପଞ୍ଝାରେ ବ୍ରାଉନସୁଗାର ବେପାରୀ, ୧କୋଟିରୁ ଅଧିକ ଟଙ୍କାର ଧଳାଜହର ଜବତ
  • ||
  • କଳାହାଣ୍ଡି : ମହାଲିଙ୍ଗ୍ ସନସାଇନ୍ ପବ୍ଲିକ୍ ସ୍କୁଲରେ ପ୍ରଶାସନର ତଦନ୍ତ, କାଗଜପତ୍ର ଯାଞ୍ଚ ସହ ଆୟବ୍ୟୟ ଅଟକଳର ଚାଲିଛି ଖୋଳତାଡ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୨ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୨୪ କୋଭିଡ୍ ପଜିଟିଭ୍
  • ||
  • ଟି୨୦ ବିଶ୍ୱକପ : ସୁପର-୧୨ରେ ଶ୍ରୀଲଙ୍କା, ୭୦ରନରେ ଆୟରଲ୍ୟାଣ୍ଡକୁ ଦେଲା ମାତ୍
  • ||
  • +୩ରେ ଲକ୍ଷେ ସିଟ୍ ଖାଲି, ଗୁରୁବାର ସ୍ପଟ୍ ଆଡମିଶନ ପାଇଁ ଆବେଦନ
  • ||
  • ରାଜ୍ୟରେ ଖରାଟିଆ ପାଗ, ୨୩ ସୁଦ୍ଧା ଫେରିଯିବ ମୌସୁମୀ
  • ||
  • ରାଜଧାନୀରେ ରହିବନି ମୁକୁଳା ଡ୍ରେନ୍ : ଦୁଇ ପାର୍ଶ୍ୱରେ ଲାଗିବ ତାରଜାଲି, ସମ୍ପ୍ରସାରଣ ହେବ ସଙ୍କୁଚିତ ନାଳ
  • ||

ପାରିବାରିକ କଳହର କରୁଣ ପରିଣତି -ଦୁଇ ଶିଶୁଙ୍କୁ ହତ୍ୟା କରିବା ପରେ ମାଆର ଆତ୍ମହତ୍ୟା

9/09/2019 at 6:17 PM

କଳାହାଣ୍ଡି୯।୯ – ପାରିବାରିକ କଳହର କରୁଣ ପରିଣତି । ଦୁଇ ଶିଶୁଙ୍କ ଗଳା କାଟି ହତ୍ୟା ପରେ ମା’ର ଆତ୍ମହତ୍ୟା ଅଭିଯୋଗ । କଳାହାଣ୍ଡି ସିଂଗଝରଣ ଗାଁରେ ଘଟିଛି ଏଭଳି ହୃଦୟ ବିଦାରକ ଘଟଣା ।  ସ୍ୱାମୀର ଦ୍ୱିତୀୟ ବିବାହର ପ୍ରତିବାଦରେ  ମହିଳା ଜଣକ ଏଭଳି ଚରମ ନିଷ୍ପତ୍ତି ନେଇଛନ୍ତି । ପୋଲିସ ଘଟଣାର ବିଭିନ୍ନ ଦିଗକୁ ନେଇ ଆରମ୍ଭ କରିଛି ତଦନ୍ତ ।

ସ୍ୱାମୀର ଦ୍ୱିତୀୟ ବିବାହକୁ ବିରୋଧ । ଦୁଇ ଶିଶୁଙ୍କ ଗଳା କାଟି ହତ୍ୟା ପରେ ରେଳ ଲାଇନକୁ ଯାଇ ମା’ର ଆତ୍ମହତ୍ୟା । ରକ୍ତ ଜୁଡ଼ୁବୁଡ଼ୁ ମୃତ ଦେହ ଉଦ୍ଧାର ।  କଳାହାଣ୍ଡି ସିଂଗଝରଣରେ ଗାଁରେ ଘଟିଛି ଏଭଳି ହୃଦୟ ବିଦାରକ ଘଟଣା । ମୃତ ମହିଳା ହେଲେ ବିମଳା ମାଝୀ । ମୃତ ଦୁଇ ଶିଶୁ ହେଲେ ୪ ବର୍ଷର ରବୀନ୍ଦ୍ର ମାଝୀ ଏବଂ ୬ ବର୍ଷର ଦୁଷ୍ମନ୍ତ ମାଝୀ । ରାଜମିସ୍ତ୍ରୀ ଭାବେ କାମ କରୁଥିବା ସ୍ୱାମୀ ଲିଙ୍ଗା ମାଝୀ ଦ୍ୱିତୀୟ ବିବାହ କରିଥିବା ଜାଣିବାକୁ ପାଇଥିଲେ ବିମଳା । ଦିତୀୟ ପତ୍ନୀ ସହ ନୂଆ ଖାଇ ବି ପାଳିଥିଲେ ଲିଙ୍ଗା । ଏକଥା ଜାଣିବା ପରେ ଚରମ ନିଷ୍ପତ୍ତି ନେଇଥିଲେ ବିମଳା ।

ସ୍ୱାମୀଙ୍କ ଦ୍ୱିତୀୟ ବିବାହ ପରେ ଭବାନୀପାଟଣାରେ ରହୁଥିଲେ । ଲିଙ୍ଗାଙ୍କ ଦ୍ୱିତୀୟ ବିବାହକୁ ବିରୋଧ କରି ପୂର୍ବରୁ ମଧ୍ୟ ଥାନାରେ ଅଭିଯୋଗ କରିଥିଲେ ବିମଳା । ଭବାନୀପାଟଣା ସଦର ଥାନା ପୋଲିସ ଘଟଣାର ବିଭିନ୍ନ ଦିଗକୁ ନେଇ ତଦନ୍ତ ଆରମ୍ଭ କରିଛି ।ଖୋଦ୍ ଏସପି ଘଟମାସ୍ଥଳକୁ ଯାଇ ଅନୁଧ୍ୟାନ କରିଛନ୍ତି । ଶବ ବ୍ୟବଚ୍ଛେଦ ରିପୋର୍ଟକୁ ବି ଅପେକ୍ଷା କରାଯାଇଛି । 

ପାରିବାରିକ ବିବାଦ ପାଇଁ ଯାଇଛି ତିନି ତିନୋଟି ଜୀବନ । ପୁରା ଘଟଣା ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇଦେଇଛି  ।

   Related Posts