ଶିଶୁପୁତ୍ରକୁ ଜନ୍ମ ଦେବାର ୧୦ ଦିନ ପରେ ଆତ୍ମହତ୍ୟା କଲେ ମାଆ, ପୋଲିସ ପ୍ରକୃତ ଘଟଣାର କଲା ପର୍ଦ୍ଦାଫାଶ...

Published By : Prameya-News7 Bureau | September 29, 2019 IST

ଫିରୋଜାବାଦ୨୯|୯: ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି। ଜଣେ ମହିଳା ସନ୍ତାନ ଜନ୍ମ ଦେବାର ୧୦ ଦିନପରେ ନିଜ ଦେହରେ ନିଆଁ ଲଗାଇ ଆତ୍ମହତ୍ୟା କରିଛନ୍ତି। ମହିଳାଙ୍କ ଦେହରୁ ନିଆଁ ଲିଭାଇବା ପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ଚିକିତ୍ସାଧୀନ ଅବସ୍ଥାରେ ମହିଳାଙ୍କ ମୃତ୍ୟୁ ହୋଇଛି। ମହିଳାଙ୍କ ଶବବ୍ୟବଚ୍ଛେଦ ହେବାପରେ ତାଙ୍କ ଶ୍ବଶୁର ଘର ଲୋକ ଫେରାର ହୋଇଯାଇଛନ୍ତି। ତେବେ ନବଜାତ ଶିଶୁଟକୁ ମହିଳାଙ୍କ ବାପଘର ଲୋକଙ୍କୁ ହସ୍ତାନ୍ତର କରାଯାଇଛି। ଏହଭିଳି ଘଟଣା ଫିରୋଜାବାଦର ନଗଲା ଫତେହ ଅଞ୍ଚଳରେ ଘଟିଛି।

ସୂଚନାଯୋଗ୍ୟ ଯେ, ଗତ ଶନିବାର ଦ୍ବିପହରେ ବନ୍ଧୁ ଯାଦବଙ୍କ ପତ୍ନୀ ସ୍ବପ୍ନା ନିଜ ଦେହରେ କିରୋସିନି ଢ଼ାଳି ନିଆଁ ଲଗାଇ ଆତ୍ମହତ୍ୟା କରିଥିଲେ। ସ୍ବାମୀ ଓ ସ୍ତ୍ରୀଙ୍କ ଝଗଡ଼ା ଯୋଗୁଁ ମହିଳା ଆତ୍ମହତ୍ୟା କରିଥିବା କଥା ସୂଚନା ମଳିଛି। ମହିଳା ନିଜ ଦେହରେ ନିଆଁ ଲଗାଇବା ପରେ ଚିତ୍କାର କରିଥିଲେ। ସ୍ଥାନୀୟ ଲୋକ ଓ ମହିଳାଙ୍କ ଶାଶୂ ଓ ଶ୍ବଶୂର ପହଞ୍ଚି ନିଆଁ ଲିଭାଇ ପାଇଁ ଚେଷ୍ଟା କରିଥିଲେ। କିନ୍ତୁ ସେତେବେଳକୁ ମହିଳାଙ୍କ ଅବସ୍ଥା ଗୁରୁତର ହୋଇସାରିଥିଲା। ନିଆଁ ଲିଭାଇବା ପରେ ତୁରନ୍ତୁ ତାଙ୍କୁ ଟ୍ରମା ସେଣ୍ଟରକୁ ନେଇଯାଇଥିଲେ। କିନ୍ତୁ ଚିତ୍କିସାଧୀନ ଅବସ୍ଥାରେ ମହିଳାଙ୍କ ମୃତ୍ୟୁ ହୋଇଥିଲା।

ଶାଶୁ ଘର ଲୋକ ମହିଳାଙ୍କୁ ଅକଥନୀୟ ନିର୍ଯାତନ ଦେଉଥିଲେ। ଏହାସହ ମହିଳାଙ୍କ ସ୍ବାମୀ ବନ୍ଧୁ ଯାଦବ ମଧ୍ୟ ତାଙ୍କୁ ଅଧିକାଂଶ ସମୟରେ ମାଡ଼ପିଟ କରୁଥିଲା। ଏମାନଙ୍କ ନିର୍ଯାତନା ସହ୍ୟ କରି ପାରି ସେ ନିଜେ ଦେହରେ କିରୋସିନି ଢ଼ାଳି ନିଆଁ ଲଗାଇ ଦେଇଥିଲେ। ଏହି ଘଟଣା ପରେ ମହିଳାଙ୍କ ବାପ ଘର ଲୋକ ତାଙ୍କ ସ୍ବାମୀ ସମେତ ଶ୍ବଶୁର ଘର ଲୋକଙ୍କ ବିରୋଧରେ ସ୍ଥାନୀୟ ଥାନାରେ ଏତଲା ଦେଇଥିଲେ। ପୋଲିସ ତଦନ୍ତ କରିବା ପରେ ପ୍ରକୃତ ଘଟଣା ସାମ୍ନାକୁ ଆସିଥିଲା। ଶ୍ବଶୁର ଘର ଲୋକଙ୍କ ନିର୍ଯାତନା ଲାଗି ମହିଳା ଆତ୍ମହତ୍ୟା କରିଥିବା କଥା ପୋଲିସ କହିଛି। ସ୍ଥାନୀୟ ଲୋକ ମଧ୍ୟ ପ୍ରତକ୍ଷଦର୍ଶୀ ଭାବେ ମହିଳାଙ୍କ ଶ୍ବଶୁର ଘର ଲୋକ ବିରୋଧରେ କହିଥିଲେ। ଏବେ ସ୍ବାମୀ ସହ ଶ୍ବଶୁର ଘର ଲୋକ ଫେରାର ଅଛନ୍ତି। ପୋଲିସ ମାମଲା ରୁଜୁକରି ତଦନ୍ତ ଜାରି ରଖିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.