Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭିସା ଉପରେ ଲାଗିଥିବା କଟକଣା ହଟାଇଲେ ସରକାର
  • ||
  • ଟ୍ୱିଟରରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ପାଇଁ କବିତା ଲେଖିଲେ ରାହୁଲ
  • ||
  • ମା’ ମାଣିକେଶ୍ଵରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା ପାଇଁ ୧୪୪ ଧାରା ଜାରି
  • ||
  • ପ୍ରକାଶ ପାଇଲା ମାଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷା ଫଳ
  • ||
  • ରାୟଗଡାରେ ବୋଲେରୋ-ବାଇକ୍ ମୁହାଁମୁହିଁ ଧକ୍କା, ୨ ଗୁରୁତର
  • ||
  • ବିନା ଅନୁମତିରେ ଦାଢ଼ି ରଖି ନିଲମ୍ବିତ ହେଲେ ପୋଲିସ ବାବୁ
  • ||
  • ପାଲଘର ମାମଲାରେ ଆଉ ୨୪ ଅଭିଯୁକ୍ତ ଗିରଫ
  • ||
  • ରାଜ୍ୟରେ ଆଉ ୧୫ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ବିହାର ନିର୍ବାଚନ ପାଇଁ ବିଜେପି ଜାରି କଲା ସଂକଳ୍ପ ପତ୍ର
  • ||
  • ରାଜ୍ୟରେ ୧୯୧୩ କରୋନା ସଂକ୍ରମିତ ଚିହ୍ନଟ
  • ||

ଶିଶୁକନ୍ୟାର ହାତରେ, ଗୋଡରେ ଥିଲା ୬ଟି ଲେଖାଏଁ ଆଙ୍ଗୁଠି: ବିବାହବେଳେ ଅସୁବିଧା ହେବ ବୋଲି ଆଙ୍ଗୁଠି କାଟିଦେଲା ମା, ଯନ୍ତ୍ରଣାରେ ଛଟପଟ ହୋଇ ଜୀବନ ଗଲା ଶିଶୁର

30/12/2018 at 12:47 PM

ଖାଣ୍ଡୱା ୩୦/୧୨ : ମଧ୍ୟପ୍ରଦେଶ ଖାଣ୍ଡୱା ଜିଲ୍ଲା ଅନ୍ତର୍ଗତ ଏକ ଗାଁରେ ଜଣେ ମହିଳା ନିଜ ନବଜାତ ଶିଶୁର ଆଙ୍ଗୁଠି କାଟିଦେଇଛନ୍ତି | ଆଙ୍ଗୁଠି କାଟିଦେବା ଫଳରେ ଶିଶୁର ମୃତ୍ୟୁ ହୋଇଯାଇଛି | ଶିଶୁଙ୍କ ହାତରେ ଓ ପାଦରେ ୫ଟି ବଦଳରେ ୬ଟି ଲେଖାଏଁ ଆଙ୍ଗୁଠି ଥିଲା | ବିବାହ ବେଳେ ଆସୁବିଧା ହେବ ବୋଲି ଭାବି ମା ଏଭଳି  କାଣ୍ଡ କରିଛି |

ସୂଚନାଯୋଗ୍ୟ ଯେ, ଗତ ଡିସେମ୍ବର ୨୨ ତାରିଖରେ ସୁନ୍ଦରଦେବ ଗାଁରେ ତାରବାଇ ନାମକ ଜଣେ ମହିଳାଙ୍କର ଶିଶୁକନ୍ୟା ଜନ୍ମ ହୋଇଥିଲା | ଶିଶୁକନ୍ୟାର ଉଭୟ ହାତ ଏବଂ ପାଦରେ ୬ଟି ଲେଖାଏଁ ଆଙ୍ଗୁଠି ଥିଲା | ଏହା ଦେଖି ମହିଳା ଚିନ୍ତିତ ହୋଇଯାଇଥିଲେ | ବଡହେଲେ ଝିଅର ବାହାଘର ବେଳେ ସମସ୍ୟା ଉପୁଜିବ ବୋଲି ସେ ଶିଶୁର ଅଧିକ ଥିବା ଅଂଗୁଡି ଗୁଡିକୁ କାଟି ପକେଇଥିଲେ | ଏହାପରେ କ୍ଷତ ସ୍ଥାନରେ ଗାଈ ଗୋବର ଦେଇ ଦେଇଥିଲେ | ଏହାର କିଛି ସମୟ ମଧ୍ୟରେ ଶିଶୁର ମୃତ୍ୟୁ ହୋଇଥିଲା | ଶିଶୁର ମୃତଦେହକୁ ଗାଁର ଏକ ସ୍ଥାନରେ ପୋତି ଦେଇଥିଲା ମା |

ପୋଲିସ ଘଟଣାର ଖବର ପାଇ ଶିଶୁର ମୃତଦେହକୁ ଉଦ୍ଧାର କରିଥିଲା | ପୋଲିସ ଅଧିକାରୀ ରୁଚି ବର୍ଦ୍ଧନ ମିଶ୍ର ଶିଶୁର ଶବ ଜବତ କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇଛନ୍ତି | ଏବେ ଯାଏଁ କୌଣସି ରିପୋର୍ଟ ଆସିନଥିବା ସେ ସୂଚନା ଦେଇଛନ୍ତି | ମହିଳାଙ୍କୁ ଏବେ ଯାଏଁ ଗିରଫ କରାଯାଇନାହିଁ | ଯେଉଁମାନଙ୍କ ହାତରେ ଗୋଡରେ ଅଧିକ ଆଙ୍ଗୁଠି ଥାଏ ତାହାକୁ ସୁପରନ୍ୟୂମେରେଶି ଫିଙ୍ଗର୍ସ ଆଣ୍ଡ ଟୋଜେ ବୋଲି କୁହାଯାଇଥାଏ | ଏହା ବଂଶାନୁକ୍ରମିକ ମଧ୍ୟ ହୋଇଥାଏ | ଏଭଳି ସ୍ଥିତି ଉଭୟ ମଣିଷ ଏବଂ ବନ୍ୟଜନ୍ତୁଙ୍କ ଠାରେ ଦେଖିବାକୁ ମିଳିଥାଏ |

   Related Posts