ନବଜାତ ଶିଶୁ ପୁତ୍ରକୁ ଗୋବର ଗଦାରେ ପୋତି ଦେଲା ଜନ୍ମ କଲା ମା

Published By : Prameya-News7 Bureau | June 23, 2018 IST

ନିଜ ଜନ୍ମକଲା ନବଜାତକ ଶିଶୁପୁତ୍ରକୁ ଅତି ନିର୍ମମ ଭାବେ ଗୋବର ଗଦାରେ ପୋତି ମାରିଦେଲା ମାଆ । ଏଭଳି ଘଟଣା ଘଟିଛି ଶରତ ଥାନା ଢିପାସାହି ଗ୍ରାମରେ । ମୟୂରଭଞ୍ଜ ଜିଲ୍ଲା ଶରତ ଥାନା ଅଧିନସ୍ଥ ଢିପାସାହି ଗ୍ରାମର ଜଣେ ମହିଳା ନିଜର ନବଜାତକ ଶିଶୁ ପୁତ୍ରକୁ ଜନ୍ମ ଦେବା ପରେ ଗୋବର ଗଦାରେ ପୋତି ଦେଇଥିଲା ପିଶାଚୀ ମାଆ । ଯାହା ସ୍ଥାନୀୟ ଅଂଚଳରେ ଚର୍ଚ୍ଚ।ର ବିଷୟ ପାଲଟିଛି । ଢିପାସାହି ଗ୍ରାମର ମାସୁରୀ ସିଂ ନିଜ ବାପଘରେ ଗତ ବୁଧବାର ରାତିରେ ଏକ ଶିଶୁପୁତ୍ରକୁ ଜନ୍ମ ଦେଇଥିଲେ । ମାସୁରୀର ସ୍ବାମୀ ହିନ୍ଦୁ ସିଂ ଗତ ୫ ବର୍ଷ ହେବ କେରଳରେ କାମ କରୁଥିବା ବେଳେ ସେ ଗୁରୁବାର ଦିନ ନିଜ ଘର ଶରତ ଥାନା କେଶପଡାକୁ ଫେରିବା ପରେ ସ୍ତ୍ରୀକୁ ନେବା ନିମନ୍ତେ ସ୍ତ୍ରୀର ବାପଘର ଢିପାସାହିକୁ ଆସିଥିବା ବେଳେ ସ୍ଥାନୀୟ ଲୋକଙ୍କ ନିକଟରୁ ଏହି ଘଟଣା ବାବଦରେ ଜାଣିବାକୁ ପାଇଥିଲେ । ପୋଲିସ୍ ଘଟଣାର ଖବର ପାଇବା ପରେ ଗତକାଲି ମୃତଦେହକୁ ଗୋବରଗଦାରୁ ଉଦ୍ଧାର କରିଛି । ଏ ନେଇ ପୋଲିସ୍ ତଦନ୍ତ ଜାରି ରଖିଛି । ତବେ ଜଣେ ମାଆ କିଭଳି ପିଶାଚୀ ସାଜିଲା ତାହା ସ୍ଥାନୀୟ ଅଂଚଳରେ ଚର୍ଚ୍ଚ।ର ବିଷୟ ପାଲଟିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.