ମାଆକୁ ଆଣିବାକୁ ଏୟାରପୋର୍ଟ ଯାଇଥିଲା ପୁଅ, କିନ୍ତୁ ଚପଲରେ ହେଲା ସ୍ୱାଗତ

Published By : Prameya-News7 Bureau | December 02, 2021 IST

ନୂଆଦିଲ୍ଲୀ ୦୨/୧୧: କଥାରେ ଅଛି, ‘ଡୋଣ୍ଟ ଅଣ୍ଡର୍ ରେଷ୍ଟିମେଟ୍ ପାୱର ଅଫ୍ ମା କି ଚପଲ୍।’ ଏହି ଚପଲ କେବେ ଆଉ କେତେବେଳେ ପଡିଯାଏ ଏହାର କୌଣସି ଗ୍ୟାରେଣ୍ଟି ନାହିଁ । ବର୍ତ୍ତମାନ ସୋସିଆଲ ମିଡିଆରେ ଏପରି ଏକ ଭିଡିଓ ଭାଇରାଲ୍ ହେଉଛି। ଯେଉଁଥିରେ ଦେଖାଯାଇଛି, ଜଣେ ଯୁବକ ବିମାନ ବନ୍ଦରରେ ତାଙ୍କ ମାଙ୍କୁ ନେବାକୁ ଯାଇଛନ୍ତି। କିନ୍ତୁ ମାଆ ପିଲାଟିକୁ ଦେଖି ଆଲିଙ୍ଗନ କରିବା ପରିବର୍ତ୍ତେ, ଚପଲରେ ତାଙ୍କୁ ସ୍ୱାଗତ କରିଛନ୍ତି।

wp:html
/wp:html

ଏହି ଭାଇରାଲ୍ ଇନଷ୍ଟାଗ୍ରାମ ରିଲରେ, ଆପଣ ଦେଖିପାରିବେ ଯୁବକ ଜଣକ ବିମାନ ବନ୍ଦରରେ ପହଞ୍ଚିବା ପରେ ଖୁସିରେ ତାଙ୍କ ମାଆ ଆଡକୁ ଯାଉଛନ୍ତି ଏବଂ ଗୋଟିଏ ହାତରେ ପୁଷ୍ପଗୁଚ୍ଛ ଏବଂ ଏକ ବୋର୍ଡ ଧରିଛନ୍ତି। ଏହି ବୋର୍ଡରେ ଲେଖା ହୋଇଛି – ‘ଆମେ ଆପଣଙ୍କୁ ବହୁତ ମିସ୍ କରୁଥିଲୁ’। କିନ୍ତୁ ମାଆ ପିଲାଟିକୁ ଦେଖିବା ମାତ୍ରେ ସେ ଭୁଲିଯାଆନ୍ତି ଯେ ସେ ବିମାନ ବନ୍ଦରରେ ଅଛନ୍ତି। କାରଣ ସେ ସଙ୍ଗେ ସଙ୍ଗେ ତାଙ୍କ ପାଦରୁ ଚପଲ କାଢି ଯୁବକଙ୍କୁ ପିଟି ଚାଲିଛନ୍ତି।

ଏହି ଭିଡିଓକୁ ଇନଷ୍ଟାଗ୍ରାମ ୟୁଜର୍ ଅନୱର ଜିବାୱି ସେୟାର କରିଛନ୍ତି। ସେ କ୍ୟାପସନରେ ଲେଖିଛନ୍ତି – ‘ମୋ ମା ଫେରି ଆସିଛନ୍ତି’। ଏହି ଭିଡିଓ ବର୍ତ୍ତମାନ ପର୍ଯ୍ୟନ୍ତ ୧୩୨ ମିଲିୟନ୍ ଭ୍ୟୁ, ୫.୭ ମିଲିୟନ୍ ଲାଇକ୍ ଏବଂ ୬୦ ହଜାରରୁ ଅଧିକ କମେଣ୍ଟ ମିଳିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.