ନାବାଳିକା ଝିଅ ପାଇଁ ମାର ଆତ୍ମହତ୍ୟା ଉଦ୍ୟମ
4/01/2020 at 5:27 PM

ରାଉରକେଲା ୪/୧: ନାବାଳିକା ଝିଅ ପାଇଁ ମାଆର ଆତ୍ମହତ୍ୟା ଉଦ୍ୟମ । ରାଉରକେଲା ରେଳ ଷ୍ଟେସନରେ ସାଉଥ ବିହାର ଟ୍ରେନକୁ ଡ଼େଇଁ ଆତ୍ମହତ୍ୟା ଉଦ୍ୟମ କରୁଥିବାବେଳେ ଲୋକେ ଉଦ୍ଧାର କରିଛନ୍ତି ନାବାଳିକାଙ୍କ ମାଆଙ୍କୁ ।

ରାଉରକେଲା ସେକ୍ଟର-୬ ରେ ରହୁଥିବା ଚମ୍ପା ବନିଆଁଙ୍କ ନାବାଳିକା ଝିଅ ୬ମାସ ତଳେ ଜଣେ ଯୁବକଙ୍କ ସହ ପ୍ରେମ ସମ୍ପର୍କ ରଖି ଘରୁ ଚାଲିଯାଇଥିଲା । ସେକ୍ଟର-୭ ଥାନାରେ ଏକ ଅପହରଣ ମାମଲା ମଧ୍ୟ ରୁଜୁ ହୋଇଥିଲା ହେଲେ ପୋଲିସର କାର୍ଯ୍ୟାନୁଷ୍ଠାନ ଥିଲା ଶୂନ୍ । ୬ମାସ ପରେ ଝିଅ ଘରକୁ ଫେରିଥିଲା । ଝିଅକୁ ଧରି ବାପା ମା ନିଜ ଗାଁ ବରଗଡ଼ ଯିବା ପାଇଁ ଆଜି ପୁର୍ବ।ହ୍ନରେ ରାଉରକେଲା ରେଳ ଷ୍ଟେସନରେ ଇସ୍ପାତ ଏକ୍ସପ୍ରେସକୁ ଅପେକ୍ଷା କରିଥିବା ସମୟରେ ନାବାଳିକାର ପୁରୁଷ ବନ୍ଧୁ ଆସି ପହଞ୍ଚିଥିଲା ଷ୍ଟେସନର ୧ନମ୍ବର ପ୍ଳାଟଫର୍ମରେ। ଯୁବକ ଓ ନାବାଳିକାର ମା ବାପାଙ୍କ ସହ ବଚସା ହୋଇଥିଲା ଯାହା ଫଳରେ ନାବାଳିକାର ମାଁ ଟ୍ରେନକୁ ଡ଼େଇଁ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିଲେ । ପରେ ରାଉରକେଲା ଜିଆରପି ନାବାଳିକା ତାଙ୍କ ମାଙ୍କ ସହ ଯୁବକକୁ ସେକ୍ଟର-୭ ପୋଲିସକୁ ହସ୍ତାନ୍ତର କରିଛନ୍ତି । ଅନ୍ୟ ପଟେ ନାବାଳିକା ତାଙ୍କ ମାଁଙ୍କ ବିରୋଧରେ ପ୍ରତିକ୍ରିୟା ଦେଇଛନ୍ତି।
