ପାରିବାରିକ କଳହର କୁପରିଣତି, ତିନି ବର୍ଷର ପୁଅକୁ ହତ୍ୟା ପରେ ମା'ର ଆତ୍ମହତ୍ୟା ଉଦ୍ୟମ

Published By : Prameya-News7 Bureau | July 13, 2021 IST

ଆନନ୍ଦପୁର ୧୩।୦୭: ପାରିବାରିକ କଳହର କୁପରିଣତି। ନିଷ୍ଠୁର ହେଲା ମା। ଆଉ ତିନି ବର୍ଷର ପୁଅକୁ ହତ୍ୟା କରିବା ପରେ ନିଜେ କଲା ଆତ୍ମହତ୍ୟା ଉଦ୍ୟମ। ଏମିତି ଅଭାବନୀୟ ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଉପଖଣ୍ଡ ନନ୍ଦିପଦା ଥାନା ଜଗନ୍ନାଥପୁର ଗାଁର। ପାରିବାରିକ କଳହକୁ କେନ୍ଦ୍ରକରି ଜଣେ ମା ନିଜର ୩ ବର୍ଷର ଶିଶୁପୁତ୍ରକୁ ହତ୍ୟା କରିବା ପରେ ନିଜେ ବିଷପିଇ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଛି। ଗୁରୁତର ଅବସ୍ଥାରେ ମା ମୋନାଲିସା ପ୍ରଧାନକୁ ଗୁରୁତର ଅବସ୍ଥାରେ ଆନନ୍ଦପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

{"id":480212,"sizeSlug":"large","linkDestination":"none"}

ମୋନାଲିସା କଥାକଥାରେ ପରିବାର ଲୋକଙ୍କ ସହ ଝଗଡା କରୁଥିବା କହିଛନ୍ତି ସ୍ଵାମୀ ବିଶ୍ଵଜିତ୍। ତେବେ ଆଜି ବିଶ୍ଵଜିତ୍ ଘରେ ନଥିବା ସମୟରେ ମୋନାଲିସା ଏହି କାଣ୍ଡ କରିଥିବା ଜଣା ପଡିଛି। ତିନି ବର୍ଷର ପୁଅକୁ ହତ୍ୟା କରିବା ପରେ ନିଜ ବିଷ ପିଇ ଆତ୍ମହତ୍ୟା କରିଛନ୍ତି। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.