Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପଦ୍ମ ସମ୍ମାନ ଘୋଷଣା: ୩ଟି ବର୍ଗରେ ମୋଟ ୧୧୯ ଜଣ ପାଇବେ ସମ୍ମାନ
  • ||
  • ବଜେଟ୍‌ ଡେ’ରେ ପାର୍ଲାମେଣ୍ଟ ଚଲୋ: ଆନ୍ଦୋଳନକାରୀ କୃଷକ ଦେଲେ ଡାକରା
  • ||
  • ଚିନ୍ତା ବଢାଇଲେଣି କୁଲଡିହା ହାତୀପଲ, ନଷ୍ଟ କରୁଛନ୍ତି ବ୍ୟାପକ ଫସଲ
  • ||
  • ଭୁବନେଶ୍ବର : ଫେବୃଆରୀ ୧୪ରୁ ରାଜ୍ୟରେ ଦ୍ବିତୀୟ ପର୍ଯ୍ୟାୟ ଟିକାକରଣ
  • ||
  • ଅନୁଗୋଳ : ଜିଲ୍ଲାପାଳଙ୍କ ଅଫିସ୍ ଆଗରେ ମା’ ଓ ପୁଅଙ୍କ ଆତ୍ମାହୁତି ଉଦ୍ୟମ
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୩୦ କୋଭିଡ୍ ସଂକ୍ରମିତ, ୩୩୪୪୩୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ବ୍ରହ୍ମପୁର : ଟ୍ରାକ୍ଟର ସହ ବାଇକ୍ ଧକ୍କା, ଜଣେ ମୃତ, ୨ ଶ୍ରମିକ ଗୁରୁତର
  • ||
  • ଆନନ୍ଦପୁର : ଧାନ ଡୋଲି ଓଲଟିପଡି ସ୍ତ୍ରୀ ମୃତ, ସ୍ବାମୀ ଗୁରୁତର
  • ||
  • ଖସୁଛି କରୋନା ଗ୍ରାଫ୍‌, ଦେଶରେ ଗତ ୨୪ଘଣ୍ଟାରେ ୧୩,୨୦୩ କୋଭିଡ଼ ସଂକ୍ରମିତ ଚିହ୍ନଟ
  • ||
  • ବରଗଡ : ଭିଜିଲାନ୍ସ ଜାଲରେ ବରଗଡ ଜିଲ୍ଲା ଭଟଲି ବ୍ଲକ୍ କେଲେଙ୍ଗାପାଲିର ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ
  • ||

ବର୍ଷକର ଶିଶୁକୁ ହତ୍ୟା କରି ମାଆର ଆତ୍ମହତ୍ୟା : ପୁଅକୁ କାନରେ କମ୍ ଶୁଣାଯାଉଥିବାରୁ ମାନସିକ ଅବସାଦରେ ଥିଲେ ମହିଳା ସରକାରୀ କର୍ମଚାରୀ

25/11/2020 at 10:23 AM

ଆସାନସୋଲ ୨୫/୧୧: ଏକ ସମ୍ପନ୍ନ ପରିବାରର ୩୧ବର୍ଷୀୟା ମହିଳା ସରକାରୀ କର୍ମଚାରୀ ଡିପ୍ରେସନରେ ଏପରି ନିଷ୍ପତ୍ତି ନେଇଛନ୍ତି ଯେ ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି। ସେ ନିଜ ବର୍ଷକର ପୁଅଙ୍କୁ ହତ୍ୟା କରି ନିଜେ ମଧ୍ୟ ଆତ୍ମହତ୍ୟା କରିଛନ୍ତି। ଏହି ମାମଲା ପଶ୍ଚିମବଙ୍ଗର ଆସାନସୋଲ୍ ସହରର।

ଆସାନସୋଲର ହୀରାପୁର ଥାନା ଅଞ୍ଚଳରେ ଜଣେ ୩୧ବର୍ଷୀୟା ସରକାରୀ କର୍ମଚାରୀ ବୌସାଖୀ ମାଜି ନିଜ ବର୍ଷକର ପୁଅକୁ ହତ୍ୟା କରି ନିଜେ ମଧ୍ୟ ଆତ୍ମହତ୍ୟା କରିଛନ୍ତି।

ଏହି ଘଟଣା ରାଧାନଗର ରୋଡ ଅଞ୍ଚଳର। ପୋଲିସ୍ ଶବକୁ ଜବତ କରି ପୋଷ୍ଟମର୍ଟମ ପାଇଁ ଆସାନସୋଲ୍ ଜିଲ୍ଲା ହସ୍ପିଟାଲକୁ ପଠାଇ ଦେଇଛି। ଏହା ପରେ ପୋଲିସ୍ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ କରିବ। ଏହି ମାମଲାରେ ଘର ଲୋକଙ୍କୁ ମଧ୍ୟ ପଚରାଉଚୁରା କରାଯାଇଛି।

ବୌଶାଖୀ ମାଜି ଦୀର୍ଘ ଦିନରୁ ଡିପ୍ରେସନରେ ପୀଡ଼ିତ ଥିଲେ କାରଣ ତାଙ୍କ ପୁଅକୁ କାନରେ ଶୁଣିବାରେ ସମସ୍ୟା ଥିଲା। ଏହାକୁ ନେଇ ସେ ବହୁତ ଚିନ୍ତାରେ ଥିଲେ।

ବୌଶାଖୀଙ୍କ ସ୍ବାମୀ ଜଣେ ବ୍ୟାଙ୍କ୍ ଅଧିକାରୀ ଏବଂ ସେ ସମ୍ପନ୍ନ ପରିବାରରୁ ଆସିଛନ୍ତି।ଏହା ସତ୍ବେ ସେ ଏପରି ଏକ ନିଷ୍ପତ୍ତି ନେଇଥିବାରୁ ସମସ୍ତେ ସ୍ତବ୍ଧ ହୋଇ ଯାଇଛନ୍ତି। ବୌଶାଖୀ ଏଡିଡିଏ (ଆସାନସୋଲ ଦୁର୍ଗାପୁର ଡେଭଲପମେଣ୍ଟ ଅଥୋରିଟିରେ କାର୍ଯ୍ୟରତ ଥିଲେ। ସୂଚନା ପାଇ ଏଡିଡିଏ ଚେୟାରମ୍ୟାନ୍ ଏବଂ ବିଧାୟକ ତାପସ ବାନାର୍ଜୀ ମଧ୍ୟ ଜିଲ୍ଲା ହସ୍ପିଟାଲକୁ ପହଞ୍ଚିଥିଲେ।

   Related Posts