ପାନିପତ ୮/୧୨: ସେକ୍ଟର-୨୯ର ଫ୍ଲୋରା ଛକରେ ୫ଦିନ ପୂର୍ବରୁ ହୋଇଥିବା୧୫ଦିନ ନବଜାତ ଶିଶୁର ହତ୍ୟା ଘଟଣାର ଅପରାଧୀକୁ ଶୁକ୍ରବାର ପୋଲିସ୍ ଗିରଫ କରିଛି। ନବଜାତ ଶିଶୁରହତ୍ୟାକାରୀ ତା ନିଜ ମାଆ ପୂଜା (୨୩)।ସେ ପୋଲିସକୁ କହିଥିଲା ଯେ ସ୍ବାମୀ ସହ ମତାନ୍ତର ହୋଇଥିବାରୁ ସେ ବାପଘରେ ରହୁଥିଲେ। ଡେଲିଭରି ହେବାବେଳେମଧ୍ୟ ସ୍ବାମୀ ଦେଖିବାକୁ ଆସିନଥିଲେ। ସେ ଶାଶୁଘରକୁ ଯିବାକୁ ଚାହୁଁନଥିଲେ; କିନ୍ତୁ ଡେଲିଭରି ପରେତାଙ୍କୁ ଶାଶୁଘରକୁ ପଠାଇବାକୁ ପ୍ରସ୍ତୁତି ଚାଲିଥିଲା।
ଏଥିରେ କ୍ଷୁବ୍ଧ ହୋଇ ମହିଳାଜଣକ ବ୍ଲେଡରେ ନିଜ ଶିଶୁର ଦୁଇ ହାତର ଶିରାକୁକାଟି ଦେଇଥିଲେ। ଏହା ପରେ ସେ ଛାତ ଉପରେ ବୁଲିଥିଲେ। ଅତ୍ୟଧିକ ରକ୍ତ ବୋହିଯିବା ପରେ ଯେତେବେଳେତାଙ୍କୁ ଲାଗିଥିଲା ଯେ ତାଙ୍କ ପୁଅ ମରିଯାଇଛି ସେତେବେଳେ ସେ ଫୋନ୍ କରି ତାଙ୍କ ମାଆ ସୀମାଙ୍କୁ ଡାକିଥିଲେ।ପରିବାର ଲୋକେ ଶିଶୁକୁ ନିକଟସ୍ଥ ହସ୍ପିଟାଲକୁ ନେଇ ଯାଇଥିଲେ।
ଅବସ୍ଥା ସଙ୍କଟାପନ୍ନ ହେବାରୁ ଶିଶୁକୁ ଚଣ୍ଡିଗଡ଼ ରେଫର କରାଯାଇଥିଲା।କିନ୍ତୁ ଦ୍ବିତୀୟ ଦିନ ଚିକିତ୍ସା ଚାଲିଥିବା ଅବସ୍ଥାରେ ଶିଶୁର ମୃତ୍ୟୁ ହୋଇଥିଲା। ପୋଲିସକୁ ବିଭ୍ରାନ୍ତକରିବା ପାଇଁ ମହିଳାଜଣକ ଅନେକ ଥର ପୋଲିସକୁ ମିଛ କଥା କହିଥିଲେ। କହିଥିଲେ ଯେ ବିଲେଇ କିମ୍ବା କୁକୁରକାମୁଡ଼ିଥିବା ଯୋଗୁଁ ଶିଶୁର କ୍ଷତ ହୋଇଥିଲା। ପୋଲିସ୍ ଦୃଢ଼ ହୋଇ ପଚାରିବାରୁ ସେ ଭାଙ୍ଗିପଡ଼ିସତ କଥା କହି ଦେଇଥିଲେ। ଅଭିଯୁକ୍ତା ମାଆକୁ ଶୁକ୍ରବାର ପୋଲିସ୍ ଶୁକ୍ରବାର ଦିନ ଗିରଫ କରିଛି।
ଅଭିଯୁକ୍ତା ମାଆ ପୂଜା ମୂଳରୁ ବିହାରର ଛପରା ଅଞ୍ଚଳ ବାସିନ୍ଦା। ତାଙ୍କପିତା ମୁନ୍ନା ସିଂହ ଏବଂ ମାଆ ସୀମା ଫ୍ଲୋରା ଛକ ନିକଟରେ ଜଗବୀର ଜାଠ କଲୋନୀରେ ଏକ ଭଡ଼ା ଘରେ ରହୁଥିଲେ।ପୂଜାର ବିବାହ ପାଖାପାଖି ୨ବର୍ଷ ପୂର୍ବରୁ ଉତ୍ତରପ୍ରଦେଶର ବଲିୟା ଜିଲ୍ଲାର ବଜୀଦପୁର ଗାଁର ରାମୁସହିତ ହୋଇଥିଲା।
୭ମାସ ହେବ ପୂଜା ନିଜ ବାପ ଘରେ ରହି ଆସୁଥିଲା। ନଭେମ୍ବର ୧୮ତାରିଖରେସିଭିଲ ହସ୍ପିଟାଲରେ ଅପରେସନ୍ ଦ୍ବାରା ତାଙ୍କର ପୁତ୍ର ସନ୍ତାନ ଜନ୍ମ ହୋଇଥିଲା। ତା ନାଁ କୁନାଲ୍ରଖାଯାଇଥିଲା। ପୂଜା ଶାଶୂଘରକୁ ଯିବାକୁ ଚାହୁଁନଥିଲେ। ମାନସିକ ବିଷାଦ ଯୋଗୁଁ ସେ ଡିସେମ୍ବର ୩ତାରିଖରେମା ବାପା ଫ୍ୟାକ୍ଟ୍ରିରେ କାମକୁ ଯିବା ପରେ ବ୍ଲେଡରେ ଶିଶୁର ଦୁଇ ହାତର ଶିରାକୁ କାଟିଦେଇଥିଲେ। ଘଟଣାଟିଘଟିବା ପରେ ପୂଜା ନିଜ ରୁମରେ ବ୍ଲେଡ୍ ଏବଂ ରକ୍ତାକ୍ତ କପଡ଼ା ଲୁଚାଇ ଦେଇଥିଲେ। ପୋଲିସ୍ ଏହାକୁଠାବ କରିଛି ।