ତେଜ ପ୍ରତାପଙ୍କ ବିବାହ ବିଚ୍ଛେଦରେ ପୁଣି ଏକ ଟ୍ଵିଷ୍ଟ : ରାବଡୀ ଦେବୀଙ୍କୁ ଦେଖା କରିବାକୁ ଆସିଥିଲେ ଐଶ୍ଵର୍ଯ୍ୟାଙ୍କ ମା, ହେଲେ କାନ୍ଦି କାନ୍ଦି ଘରୁ ଗଲେ

Published By : Prameya-News7 Bureau | November 18, 2018 IST

ପାଟଣା ୧୮/୧୧ : ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବଙ୍କ ବଡ ପୁଅ ତେଜ ପ୍ରତାପ ଯାଦବଙ୍କ ବିବାହ ବିଚ୍ଛେଦକୁ ନେଇ ପୁଣି ଏକ ଖବର ସାମ୍ନାକୁ ଆସିଛି | ତେଜ ପ୍ରତାପଙ୍କ ଶାଶୁ, ଐଶ୍ୱର୍ଯ୍ୟାଙ୍କ ମା' ପୁର୍ଣିମା ରାୟ ଶନିବାର ସନ୍ଧ୍ୟାରେ ରାବଡୀ ଦେବୀଙ୍କ ସହ କଥାବାର୍ତ୍ତା କରିବା ପାଇଁ ରାବଡୀ ଦେବୀଙ୍କ ବାସଭାବନାକୁ ଆସିଥିଲେ | ପ୍ରାୟ ଦେଢ଼ ଘଣ୍ଟା ରାବଡୀ ଦେବୀଙ୍କ ସହ ଆଲୋଚନା ପରେ ସେ ତାଙ୍କ ବାସଭବନରୁ କାନ୍ଦି କାନ୍ଦି ବାହାରକୁ ବାହାରିଥିଲେ | ସୂଚନାଯୋଗ୍ୟ ଯେ, ତେଜ ପ୍ରତାପ ସ୍ତ୍ରୀ ଐଶ୍ୱର୍ଯ୍ୟାଙ୍କ ଠାରୁ ସମ୍ପର୍କ ଛିନ୍ନ କରି ଛାଡପତ୍ର ଚାହୁଁଛନ୍ତି | ଏଥିପାଇଁ ସେ କୋର୍ଟରେ ଆବେଦନ କରିଥିଲେ | ତେବେ ତେଜ ପ୍ରତାପଙ୍କ ଏଭଳି ନିଷ୍ପତ୍ତିରେ ତାଙ୍କ ପରିବାର ତାଙ୍କ ସପକ୍ଷରେ ନାହିଁ | ପରିବାରଲୋକେ ତେଜ ପ୍ରତାପଙ୍କୁ ବୁଝେଇବାକୁ ବହୁତ ଚେଷ୍ଟା କରି ମଧ୍ୟ ବିଫଳ ହୋଇଛନ୍ତି | ତେବେ ତେଜ ପ୍ରତାପ ପରିବାରଲୋକଙ୍କ ସହାୟତା ନପାଇବାରୁ ବିଭିନ୍ନ ତୀର୍ଥ ସ୍ଥାନ ଯାଇ ସେଠାରେ ପୂଜା ପାଠ କରୁଥିବା ଦେଖିବାକୁ ମିଳିଥିଲା | ଗତ ଗୁରୁବାର ରାବଡୀ ଦେବୀ ପୁଅକୁ ଫୋନରେ ବୁଝେଇବା ପାଇଁ ବହୁତ ଚେଷ୍ଟା କରିଥିଲେ | ତେଜ ପ୍ରତାପଙ୍କୁ ଘରକୁ ଫେରି ଆସିବାକୁ ମଧ୍ୟ ନିବେଦନ କରିଥିଲେ | ଏହା ପରେ ତେଜ ପ୍ରତାପଙ୍କ ଶାଶୁ ରାବଡୀ ଦେବୀଙ୍କୁ ଦେଖା କରିବାକୁ ଆସିଥିଲେ | ତେବେ ତେଜ ପ୍ରତାପଙ୍କ ଶାଶୁ ପୁର୍ଣିମା ରାୟ ଭାବିଥିଲେ ଯେ, ମା' ଙ୍କ ସହ କଥାବାର୍ତ୍ତା ପରେ ତେଜ ପ୍ରତାପ ବୁଝିଯିବେ | କିନ୍ତୁ ସେମିତି କିଛି ହୋଇନଥିଲା | ସେ ରାବଡୀ ଦେବୀଙ୍କ ସହ କଥା ହୋଇ କାନ୍ଦି କାନ୍ଦି ତାଙ୍କୁ ଘରୁ ବାହାରକୁ ବାହାରିଥିଲେ | ଏଥିରୁ ଜାଣିବାକୁ ମିଳିଥିଲା ଯେ, ତେଜ ପ୍ରତାପ ନିଜ ନିଷ୍ପତ୍ତି ବଦଳାଇନାହାନ୍ତି | ସୂଚନାଯୋଗ୍ୟ ଯେ, ମା ରାବଡୀ ଦେବୀଙ୍କ ସହ କଥାବାର୍ତ୍ତାବେଳେ ତେଜ ପ୍ରତାପ କହିଥିଲେ ଯେ ସେ କାର୍ତ୍ତିକ ପୁର୍ଣିମା ପରେ ଘରକୁ ଫେରିବେ | ତେବେ ଘରକୁ ଫେରିବା ନେଇ ତେଜ ପ୍ରତାପ କେତେଟା ସର୍ତ ରଖିଥିଲେ | ସେ କହିଥିଲେ ଯେ, ଓମ ପ୍ରକାଶ, ମଣିଭୂଷଣ ଏବଂ ମଣିଙ୍କୁ ଘର ବାହାର କରାଯାଉ | ଏଥିସହ ସେ ନେଇଥିବା ନିଷ୍ପତ୍ତିରେ ସେ ପରିବାରଲୋକଙ୍କ ସହମତି ଚାହୁଁଛନ୍ତି ବୋଲି ମଧ୍ୟ କହିଥିଲେ | ତେବେ ଏହି ସବୁ ସର୍ତରେ ରାଜି ହେଲେ ସେ ଘରକୁ ଫେରି ଆସିବେ ବୋଲି ମା ରାବଡୀ ଦେବୀଙ୍କୁ କହିଥିଲେ | ସୂଚନାଯୋଗ୍ୟ ଯେ, ତେଜ ପ୍ରତାପ ଲଗାତାର ନିଜର ଠିକଣା ବଦଳାଉଛନ୍ତି | ଏବେ ସେ ବୃନ୍ଦାବନରେ ଥିବା ଜଣାପଡିଛି | ତେବେ ସେ ଚାହୁଁନାହାନ୍ତି ଯେ ତାଙ୍କୁ ଦେଖାକରି କେହି ତାଙ୍କ ନିଷ୍ପତ୍ତିରୁ ଓହରିବାକୁ ତାଙ୍କୁ ବାଧ୍ୟ କରୁ | ସେଥିପାଇଁ ସେ ତିଥ ସ୍ଥାନ ଭ୍ରମଣ କରୁଛନ୍ତି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.