Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୬ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୯୦୪କରୋନା ସଂକ୍ରମିତ ଚିହ୍ନଟ
  • ||
  • ଚିତ୍ରକୋଣ୍ଡାରେ BSF ଜବାନଙ୍କ କମ୍ବିଂ ଅପରେସନ, ଟିଫିନ୍ ବୋମା ଉଦ୍ଧାର
  • ||
  • ଶ୍ରୀଜଗନ୍ନାଥ ଷ୍ଟାଡିୟମ ନିକଟରେ ଉଚ୍ଛେଦ କାର୍ଯ୍ୟ ଆରମ୍ଭ, ୨ ଫ୍ଲାଟୁନ ଫୋର୍ସ ମୃତୟନ
  • ||
  • ଭିଜିଲାନ୍ସ ଜାଲରେ ଜନସ୍ୱାସ୍ଥ୍ୟ ବିଭାଗ-୨ ସହକାରୀ କାର୍ଯ୍ୟକାରୀ ଯନ୍ତ୍ରୀ, ଏକକାଳୀନ ୬ଟି ସ୍ଥାନରେ ରେଡ୍
  • ||
  • ନୟାଗଡ଼ : ପୋଲିସ କବ୍‌ଜାରେ ୪ ଆନ୍ତଃ ଜିଲ୍ଲା ଡକାୟତ
  • ||

ଘରୋଇ କଳହ ଆତ୍ମହତ୍ୟାର କାରଣ, ଏକା ସାଙ୍ଗରେ ଜଳିଲା ଦୁଇ ପୁଅ ଓ ମା’ଙ୍କ ଜୁଇ

28/06/2020 at 7:45 AM

ବରଗଡ଼ ୨୮।୦୬: ଘରୋଇ କଳହ ଯୋଗୁଁ ବିଷପାନ କରି ଆତ୍ମହତ୍ୟା କରିଥିବା ମା ଓ ଦୁଇ ପୁଅଙ୍କ ଶବ ବ୍ୟବଛେଦ ପରେ ଗାଁ ସ୍ମଶାନରେ ଅନ୍ତିମ ସଂସ୍କାର କରାଯାଇଛି । ମଦ ପିଇ ଘରେ କଳହ ଓ ଅଶାନ୍ତି ହିଁ ଆତ୍ମହତ୍ୟାର କାରଣ ବୋଲି ପୋଲିସର ପ୍ରାଥମିକ ତଦନ୍ତରୁ  ଜଣାପଡିଛି । ବରଗଡ଼ ଜିଲ୍ଲାର ଚାରପାଲିରେ ଘଟିଛି ଅଘଟଣ ।

ସୂଚନାଯୋଗ୍ୟ ଯେ, ବରଗଡ଼ ଜିଲ୍ଲା ସଦର ଥାନା ଅନ୍ତର୍ଗତ ଖୁଂଟପାଲି ପଂଚାୟତର ଚାରପାଲି ଗାଁରେ ଏକ ଅଭାବନୀୟ ଘଟଣା ଘଟିଯାଇଛି । ପାରିବାରିକ କଳହକୁ କେନ୍ଦ୍ର କରି ଗାଁରେ ଜଣେ ମହିଳାଙ୍କ ସମେତ ତିନିଜଣ ଏକା ସାଙ୍ଗେ ବିଷପାନ କରି ଆତ୍ମହତ୍ୟା କରିଛନ୍ତି  । ଗାଁର ଗୋପୀନାଥ ବନଛୋରଙ୍କ ସ୍ତ୍ରୀ ଉତ୍ତରା ଏବଂ ତାଙ୍କର ଦୁଇ ପୁଅ ଜଗା ବନଛୋର ଏବଂ ବଳିଆ ବନଛୋର ଆତ୍ମହତ୍ୟା କରିଛନ୍ତି । ଉତ୍ତରା ଏବଂ ତାଙ୍କ ଦୁଇପୁଅ ନିକଟସ୍ଥ ଜମିରେ ବିଷ ପିଇ ଦେଇଥିବା ବେଳେ ସ୍ଥାନୀୟ ଲୋକେ ଦେଖି ତାଙ୍କୁ ଉଦ୍ଧାର କରି ବରଗଡ଼ ଖେଦାପାଲି ସ୍ଥିତ ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ଡାକ୍ତରଙ୍କ ବହୁ ଚେଷ୍ଟା ସତ୍ତ୍ୱେ ତିନିଜଣଙ୍କ ବଞ୍ଚାଇ ପାରିନଥିଲା । ଶେଷରେ ଡାକ୍ତର ସମସ୍ତଙ୍କୁ ମୃତ୍ୟୁ ଘୋଷଣା କରିଥିଲେ ।

ସେହିପରି ବରଗଡ଼ ସଦର ଥାନା ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଛି । ବରଗଡ଼ ଅତିରିକ୍ତ ଏସପି ଅମରେନ୍ଦ୍ର ରଣା ଓ ସଦର ଥାନା ଅଧିକାରୀ ଦିଲିପ ବେହେରା ଗାଁକୁ ଯାଇ ତଦନ୍ତ ଆରମ୍ଭ କରିଛନ୍ତି । ମୃତକ ଉତ୍ତରାଙ୍କ ସ୍ୱାମୀ ଗୋପୀନାଥକୁ ପଚରାଉଚରା କରିବା ସହ ବିଷପାନ କରିଥିବା ସ୍ଥାନକୁ ଯାଇ ବିଷ ବୋତଲ ,ଗାମୁଛା ଓ ଚପଲ ଜବତ କରିଛି ।

ଏନେଇ ଅଧିକ ତଦନ୍ତ ଜାରି ରଖିଥିବା ପୋଲିସ କହିଥିବା ବେଳେ ମୃତ ଉତ୍ତରା ଙ୍କ ସ୍ୱାମୀ ଅର୍ଥାଭାବ ଓ ମଦ ପିଇବା ଯୋଗୁଁ ଘରେ କଳହ ହେଉଥିଲା ବୋଲି କହିଛନ୍ତି । ତେବେ ଶବ ବ୍ୟବଛେଦ ପରେ  ମା ଓ ୨୩ ବର୍ଷର ଦୁଇ ଯାଆଁଳା ପୁଅ ଜଗା ଓ ବଳିଆଙ୍କ ଜୁଇ ଏକା ସାଙ୍ଗରେ ଜଳିଛି । ଏନେଇ ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି ।

   Related Posts