ଫେରିପାରିଲେନି ଘରକୁ, ଟ୍ରକ୍ ଧକ୍କାରେ ଚାଲିଗଲା ମା’-ପୁଅଙ୍କ ଜୀବନ
4/06/2020 at 12:40 PM

କେନ୍ଦୁଝର ୪।୬: ଟ୍ରକ୍ ଧକ୍କାରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଛି । କେନ୍ଦୁଝର ଜିଲ୍ଲା ଯୋଡା ଥାନା ୫୨୦ ନମ୍ବର ଜାତୀୟ ରାଜପଥ କଣ୍ଡରା ଛକ ନିକଟରେ ଦୁର୍ଘଟଣା ଘଟିଛି ।
ସୂଚନାଯୋଗ୍ୟ ଯେ, କେନ୍ଦୁଝର ଜିଲ୍ଲା ଯୋଡା ଥାନା ୫୨୦ ନମ୍ବର ଜାତୀୟ ରାଜପଥ କଣ୍ଡରା ଛକ ନିକଟରେ ଏକ ଆଇରନ୍ ବୋଝେଇ ଟ୍ରକ୍ ସହ ଏକ ବାଇକ୍ ମୁହାଁମୁହିଁ ଧକ୍କା ହୋଇଛି । ଫଳରେ ଘଟଣାସ୍ଥଳରେ ବାଇକ୍ ବସିଥିବା ମା’ ସୁଲୋଚନା ଗିରିଙ୍କ ମୃତ୍ୟୁ ହୋଇଥିବା ବେଳେ ଡାକ୍ତରଖାନାରେ ପୁଅ ସୁଶୀଲ ଗିରିଙ୍କ ମୃତ୍ୟୁ ହୋଇଛି । ଉଭୟ ବାସୁଦେବପୁରରୁ ନିଜ ଘର ଡଡ଼ୁଆଁକୁ ଫେରୁଥିବା ବେଳେ ଏଭଳି ଦୁର୍ଘଟଣା ଘଟିଥିଲା । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଗାଡିକୁ ଜବତ କରିବା ସହ ଡ୍ରାଇଭରକୁ ଅଟକ ରଖିଛି ।
Related Posts
ସ୍ୱର୍ଗତଃ ଲଳିତ ନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ ରକ୍ତଦାନ ଶିବିର ଆୟୋଜିତ
24 January 2021
ମାଲକାନଗିରି ଏସପିଙ୍କ ନିକଟରେ ମହିଳା ମାଓବାଦୀଙ୍କ ଆତ୍ମସମର୍ପଣ
24 January 2021