Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସୁଶିଲ ମୋଦି ରାଜ୍ୟସଭା ପ୍ରାର୍ଥୀ, ରାମବିଳାସ ପାଶଓ୍ବାନଙ୍କ ସ୍ଥାନରେ ଟିକେଟ୍‌ ଦେଲା ବିଜେପି
  • ||
  • ଡିସେମ୍ବର ୧ରୁ ଖୋଲିବ ରାଜ୍ୟର ସମସ୍ତ ମେଡିକାଲ୍‌ କଲେଜ୍‌, କରୋନା ଗାଇଡ୍‌ଲାଇନ୍‌ ସହ ଏସ୍‌ଓପି ପାଳନ ବାଧ୍ୟତାମୂଳକ
  • ||
  • ବାଜିରାଉତ ବ୍ରିଜ୍‌ ଉପରେ ବସ୍‌ ଉପରକୁ ଗୁଳିମାଡ଼, ଦୁଇ ଯୁବକ ଏବଂ ଜଣେ ଯୁବତୀ ଫେରାର
  • ||
  • ଘୋଷଣା ହେଲା ଧର୍ମପଦ ସମ୍ମାନ, ୨୦୧୬ ରୁ ୨୦ ବର୍ଷ ପାଇଁ ୫ ଜଣଙ୍କୁ ଧର୍ମପଦ ସମ୍ମାନ, ୨୫ ଜଣ ଶିଳ୍ପୀ ହେବେ ସମ୍ବର୍ଦ୍ଧିତ
  • ||
  • ପାଠକ ବାପ-ପୁଅ ଗିରଫ, କୁବେର ଜଙ୍ଗଲ ଅଫିସରଙ୍କ ଅମାପ ସଂପତ୍ତି ଠାବ କରିଛି ଭିଜିଲାନ୍ସ
  • ||
  • ଭୁବନେଶ୍ବର : ରାଜ୍ୟରେ ଆଉ ୧୪ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭୧୮ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ବର : ରାଜ୍ୟରେ ଚିହ୍ନଟ ହେଲେ ୫୯୪ କରୋନା ସଂକ୍ରମିତ, ୩୧୭୨୩୯ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଭାରତ-ଅଷ୍ଟ୍ରେଲିଆ ଦିନିକିଆ ସିରିଜ୍, ଦଳରେ ସାମିଲ ହେଲେ ଦ୍ରୁତ ବୋଲର ଟି. ନଟରାଜନ
  • ||
  • ଭୁବନେଶ୍ବର : ଦଶମ ଶ୍ରେଣୀ ଛାତ୍ରୀ କଲେ ଆତ୍ମହତ୍ୟା ! ବେକରେ ରଶି ଲଗାଇ ପଙ୍ଖାରେ ଝୁଲି ପଡିଲେ, କାରଣ ଅସ୍ପଷ୍ଟ
  • ||
  • ରାଜକୋଟ : କୋଭିଡ୍ ହସ୍ପିଟାଲରେ ଲାଗିଲା ନିଆଁ, ୬ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||

ଏମିତି ଆସେ ଦୁଃଖ, ଦରଜୀ ମାଷ୍ଟରଙ୍କ ଦୋକାନ ଆଗରେ ସ୍ତ୍ରୀ ଓ ପୁଅ ଉପରେ ଚଢିଗଲା ଟ୍ରକ୍

20/10/2020 at 1:22 PM

ସମ୍ବଲପୁର ୨୦।୧୦: ସମ୍ବଲପୁର ପଡିଆବାହଲରେ ଟ୍ରକ୍ ଚାପାରେ ମା’ ଓ ଶିଶୁପୁତ୍ରର ମୃତ୍ୟୁ ହୋଇଛି । ମୃତକ ଦୁଇ ଜଣ ହେଲେ ସମ୍ବଲପୁର ବଡତୋରାଙ୍ଗ ଗାଁର ଆହ୍ଲାଦିନି ମେହେର ଓ ତାଙ୍କର ୨ ବର୍ଷର ଶିଶୁପୁତ୍ର ପ୍ରିୟାଂଶୁ ମେହେର ।

ମଙ୍ଗଳବାର ପଡିବାହାଲ ସାପ୍ତାହିକ ହାଟକୁ ଆସିଥିଲେ ମା’ ଓ ଶିଶୁପୁତ୍ର । ତେବେ ପଡିଆବାହାଲ ଦୁର୍ଗାମଣ୍ଡପ ଓ ଷ୍ଟେଟ ବ୍ୟାଙ୍କ ମଝିରେ ରାସ୍ତା ପାର ହେଉଥିବା ସମୟରେ ଟ୍ରକ୍ ଚାପାରେ ଘଟଣାସ୍ଥଳରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହ ଜବତ କରିବା ସହ ଦୁର୍ଘଟଣା ଘଟାଇଥିବା ଟ୍ରକକୁ ଜବତ କରିବା ସହ ଡ୍ରାଇଭରକୁ ଅଟକ ରଖିଛି ।

ସବୁଠୁ ଦୁଃଖ ଘଟଣା ହେଉଛି ମୃତ ମହିଳାଙ୍କ ସ୍ବାମୀ ଗୋବିନ୍ଦ ମେହେର ଜଣେ ଟେଲର ମାଷ୍ଟର । ତାଙ୍କ ନିଜ ଦୋକାନ ସାମ୍ନାରେ ଏଭଳି ମର୍ମନ୍ତୁଦ ଘଟଣା ଘଟିଛି । ଦୁର୍ଘଟଣା ଖବର ଶୁଣିବା ପରେ ଅନ୍ୟ କେହି ଭାବି ଘଟଣାସ୍ଥଳକୁ ଯିବା ପରେ ନିଜ ସ୍ତ୍ରୀ ଓ ପୁଅ ଦୁର୍ଘଟଣାର ଶିକାର ହୋଇଥିବା ଦେଖିଥିଲେ ଗୋବିନ୍ଦ । ଘଟଣାସ୍ଥଳରେ ଉଭୟଙ୍କ ମୃତଦେହ ଦେଖି ଯେମିତି ତାଙ୍କ ପାଦ ତଳୁ ମାଟି ଖସିଯାଇଥିଲା ।

   Related Posts