ରାଜଧାନୀରେ ଡବଲ୍‌ ମର୍ଡର, ଘର ଭିତରୁ ଉଦ୍ଧାର ହେଲା ମାଆ-ପୁଅଙ୍କ ମୃତଦେହ

Published By : Prameya-News7 Bureau | November 02, 2021 IST

wp:heading {"level":4}

ଭୁବନେଶ୍ୱର, ୦୨।୧୧: ରାଜଧାନୀ ଭୁବନେଶ୍ୱର ଏବେ ପାଲଟିଗଲାଣି ଅପରାଧର ସହର । ଦିନକୁ ଦିନ ବଢ଼ି ଚାଲିଛି ହତ୍ୟା, ଲୁଟ୍‌ ଏବଂ ଆକ୍ରମଣ ଭଳି ଘଟଣା । କିଛିଦନ ତଳେ ଚାଞ୍ଚଲ୍ୟକର ହତ୍ୟା ହୋଇଥିବା ବେଳେ ଆଜି କଳିଙ୍ଗନଗରରୁ ମାଆ-ପୁଅଙ୍କ ମୃତଦେହ ଉଦ୍ଧାର ହୋଇଛି । କଳିଙ୍ଗନଗର K4-334ରେ ଡବଲ୍‌ ମର୍ଡର ହୋଇଥିବା ସୂଚନା ମିଳିଛି । ଘଟଣା ସ୍ଥଳରେ କମିଶନ୍‌ରେଟ୍‌ ପୋଲିସ୍‌ ପହଞ୍ଚି ଛାନ୍‌ଭିନ୍‌ ଜାରି ରଖିଥିବା ବେଳେ ସ୍ୱାମୀ ଅବନ୍ତୀ ବିଜୟ ମଙ୍ଗରାଜଙ୍କୁ ଅଟକ ରଖିଥିବା ଜଣାପଡ଼ିଛି । ଘରୋଇ କଳିକୁ ନେଇ ହତ୍ୟାକାଣ୍ଡ ଘଟିଥିବା କମିଶନରେଟ୍‌ ଡିସିପି କହିଛନ୍ତି । 

/wp:heading

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.