ପୁଅକୁ ବଞ୍ଚାଇବାକୁ ଯାଇ ଫାର୍ସା ମାଡ ଖାଇଲେ ମାଆ, ପାରିବାରିକ କଳହକୁ ନେଇ ଆକ୍ରମଣ !

Published By : Prameya-News7 Bureau | July 02, 2020 IST

ଭଦ୍ରକ ୦୨।୦୭:  ପାରିବାରିକ ଶତ୍ରୁତାକୁ ନେଇ ଫାର୍ସା ଓ ଭୁଜାଲିରେ ଆକ୍ରମଣ ଘଟଣା ସାମ୍ନାକୁ ଆସିଛି । ଆକ୍ରମଣରେ ୨ଜଣ ଗୁରୁତର ଥିବା ଜଣାପଡିଛି । ମା , ଝିଅ ଓ ପୁଅକୁ ସଙ୍ଗବଦ୍ଧ ଭାବେ ଆକ୍ରମଣ କରାଯାଇଥିବା ଅଭିଯୋଗ ଆସିଛି । ଭଦ୍ରକ ଜିଲ୍ଲା ଧୂସୁରି ଥାନା ଭଣ୍ଡାରିପଡା ଗାଁରେ ଘଟିଛି ଏଭଳି ଘଟଣା । ଧୂସୁରି ଥାନାରେ ଏନେଇ ଲିଖିତ ଅଭିଯୋଗ କରାଯାଇଛି ।

{"id":294721,"sizeSlug":"large"}

ସୂଚନାଯୋଗ୍ୟ ଯେ, ଭଦ୍ରକ ଜିଲ୍ଲା ଧୂସୁରି ଥାନାରେ ଘଟଣାକୁ ନେଇ ଲିଖିତ ଅଭିଯୋଗ ହୋଇଛି । ଗୁରୁତର ମହିଳାଙ୍କ କହିବା ଅନୁଯାୟୀ ତାଙ୍କର  ସାନ ଜା ଓ ମଝିଆ ଦିଅରଙ୍କ ମଧ୍ୟରେ ଅନୈତିକ ସମ୍ପର୍କ ଥିଲା । ଏହି ସମ୍ପର୍କକୁ ବିରୋଧ କରିବାକୁ ନେଇ ପୂର୍ବରୁ ବିବାଦ ଥିଲା । ତେବେ ସରକାରୀ ଯୋଜନାରେ ଆସିଥିବା ଘର କାମ ପାଇଁ ଆଣିଥିବା ପଟା ଦେଇ ଫେରିବା ବେଳେ ତାଙ୍କ ଦିଅର , ଯା ଓ ଅନ୍ୟ ସମ୍ପର୍କୀୟ ମାନେ ପୁଅକୁ ଆକ୍ରମଣ କରିଥିଲେ । ମହିଳା ପୁଅକୁ ବଞ୍ଚାଇବା ପାଇଁ ଯାଇ ନିଜେ ଫାର୍ସା ମାଡ଼ ଖାଇଥିଲେ । ପରେ ଅନ୍ୟମାନେ ସଙ୍ଗବଦ୍ଧ ଭାବେ ଲୁହା ରଡ଼ , ଠେଙ୍ଗା ଓ ଭୁଜାଲିରେ ଆକ୍ରମଣ କରିଥିବା ଲିଖିତ ଅଭିଯୋଗରେ ଦର୍ଶାଯାଇଛି । ମହିଳା ଓ ତାଙ୍କ ପୁଅ ଗୁରୁତର ଅବସ୍ଥାରେରେ ଭଦ୍ରକ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ସେଠାରେ ତାଙ୍କ ଚିକିତ୍ସା ଜାରି ରହିଛି । ସେହିପରି ଘଟଣାରେ ପୋଲିସ ମଧ୍ୟ ଛାନ୍‌ଭିନ୍‌ ଜାରି ରଖିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.