ଜନ୍ମଦିନ ହେଲା ଶେଷଦିନ, ବୁଢ଼ୀ ଠାକୁରାଣୀଙ୍କ ଦର୍ଶନ ସାରି ଫେରିବା ବେଳେ ଟ୍ରକ୍ ଧକ୍କାରେ ଗଲା ପୁଅ ସହ ମା’ର ଜୀବନ

Published By : Prameya-News7 Bureau | December 12, 2019 IST

ଅନୁଗୋଳ ୧୨।୧୨: ଅନୁଗୋଳ ଦଶହରା ପଡିଆ ନିକଟରେ ଟ୍ରକ୍ ଧକ୍କାରେ ମା’ ଓ ଶିଶୁର ମୃତ୍ୟୁ ହୋଇଛି । ସ୍କୁଟି ଯୋଗେ ଯାଉଥିବା ବେଳେ ଟ୍ରକ୍ ଧକ୍କା ଦେଇଥିଲା । ମୃତକ ହେଲେ ବାଲିପଟା ଗ୍ରାମର କବିତା ସାହୁ ଓ ତାଙ୍କ ପୁଅ ଶୁଭମ୍ ସାହୁ।

{"id":196727,"sizeSlug":"large"}

ପୁଅ ଶୁଭମଙ୍କ ଜନ୍ମଦିନ ପାଇଁ ଅନୁଗୋଳ ବୁଢ଼ୀ ଠାକୁରାଣୀ ମନ୍ଦିରରୁ ଦର୍ଶନ ସାରି ଫେରୁଥିବା ବେଳେ ଏକ ଟ୍ରକ୍ ପଛପଟୁ ଧକ୍କା ଦେଇଥିଲା । ଫଳରେ ଉଭୟଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଛି । କ୍ଷତିପୂରଣ ଦାବିରେ ୫୫ନମ୍ବର ଜାତୀୟ ରାଜପଥ ରାସ୍ତା ଅବରୋଧ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.