ସାପ କାମୁଡାରେ ମା’ ଓ ୩ୟ ଶ୍ରେଣୀରେ ପଢୁଥିବା ପୁଅ ମୃତ

Published By : Prameya-News7 Bureau | September 24, 2019 IST

ଜି.ଉଦୟଗିରି ୨୪।୯: କନ୍ଧମାଳ କେ.ନୂଆଗାଁ ବ୍ଲକ ଟପର ଗାଁରେ ସାପ କାମୁଡାରେ ପୁଅ ଓ ମା’ଙ୍କର ମୃତ୍ୟୁ ହୋଇଛି । ଘଟଣାସ୍ଥଳରେ ପୁଅର ମୃତ୍ୟୁ ହୋଇଥିବା ବେଳେ ମା’ଙ୍କୁ ଗୁରୁତର ଅବସ୍ଥାରେ କେ.ନୂଆଗାଁ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ତେବେ ମେଡିକାଲରେ ମା’ଙ୍କର ମଧ୍ୟ ମୃତ୍ୟୁ ହୋଇଛି ।

{"id":161821}

ସୂଚନାଯୋଗ୍ୟ ଯେ, ଗତକାଲି ରାତିରେ ଘରେ ଶୋଇଥିବା ବେଳେ ଏକ ବିଷ ଧର ସାପ ଉଭୟ ପୁଅ ଏବଂ ମା’କୁ କାମୁଡି ଦେଇଥିଲା । ଫଳରେ ୩ୟ ଶ୍ରେଣୀରେ ପଢ଼ୁଥିବା ପୁଅ ଆଦିତ୍ୟଙ୍କର ମୃତ୍ୟୁ ହୋଇଥିଲା । ତାଙ୍କ ମା’କୁ ମଧ୍ୟ ସାପଟି କାମୁଡିଦେଇଥିଲା । ତେବେ ତାଙ୍କୁ ଗୁରୁତର ଅବସ୍ଥାରେ ମା’ ରାଜଲକ୍ଷ୍ମୀଙ୍କୁ କେ.ନୂଆଗାଁ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ଚିକିତ୍ସାଧିନ ଅବସ୍ଥାରେ ମା’ଙ୍କର ମୃତ୍ୟୁ ହୋଇଛି ।

{"id":161822,"width":576,"height":348}

ସୂଚନାଯୋଗ୍ୟ ଯେ, ଗତକାଲି ସାପ କାମୁଡାରେ ରାଜ୍ୟର ବିଭିନ୍ନ ସ୍ଥାନରେ ୬ଜଣଙ୍କର ମୃତ୍ୟୁ ହୋଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.