Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଖୋର୍ଦ୍ଧା : ସାରୁଆରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ଲକ୍ଷାଧିକ ଟଙ୍କାର ସମ୍ପତ୍ତି
  • ||
  • ବାରିପଦା : କୋଭିଡ ନିୟମକୁ ବେଖାତିର, ୫ଟି ଦୋକାନ ସିଲ୍‌
  • ||
  • ସମ୍ବଲପୁର : ଗୋଶାଳା କଲପଡାରେ ଖାଲରେ ଖସିପଡି ୨ ଶିଶୁ ମୃତ
  • ||
  • ଢେଙ୍କାନାଳ : ଭିଜିଲାନ୍ସ ଜାଲରେ ଥାନା ଅଧିକାରୀ, ଯୌତୁକ ମାମଲାରେ ଦଫା କାଟିବାକୁ ନେଉଥିଲେ ୬ହଜାର ଟଙ୍କା
  • ||
  • ନବରଙ୍ଗପୁର : କୁନ୍ଦେଇ ସରପଞ୍ଚ ନିଲମ୍ବିତ, ଭାରତମାଳା ଯୋଜନାକୁ ବିରୋଧ କରିବାରୁ କାର୍ଯ୍ୟାନୁଷ୍ଠାନ
  • ||
  • ୨ ଦିନିଆ କନ୍ଧମାଳ ଗସ୍ତରେ ଶିଶୁ ସୁରକ୍ଷା ଅଧିକାର ଅଧ୍ୟକ୍ଷା
  • ||
  • ବ୍ରହ୍ମପୁର : ବ୍ରହ୍ମପୁର ଫାଷ୍ଟଗେଟ୍ ଅଞ୍ଚଳରୁ ଜଣଙ୍କ ମୃତଦେହ ଠାବ, ହତ୍ୟା ସନ୍ଦେହ
  • ||
  • ନୀଳଗିରି: ହାତୀ ଆତଙ୍କରେ ଅଞ୍ଚଳବାସୀ
  • ||
  • ମାଲକାନଗିରି : ଯବାନ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ, ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ
  • ||
  • କେନ୍ଦୁଝର : ବାଇକ୍ ଧକ୍କାରେ ଜଣେ ଗୁରୁତର, ମେଡିକାଲରେ ଭର୍ତ୍ତି
  • ||

ଗ୍ୟାସ୍ ସିଲିଣ୍ଡର ଫାଟି ଅଗ୍ନିକାଣ୍ଡ ଘଟଣା ; ଚିକିତ୍ସାଧିନ ଅବସ୍ଥାରେ ମା ଓ ପୁଅ ମୃତ

8/12/2018 at 12:23 PM

ବ୍ରହ୍ମପୁର ୦୮|୧୨: ବ୍ରହ୍ମପୁର ଗାୟତ୍ରୀ ନଗରରେ ଗ୍ୟାସ୍ ସିଲିଣ୍ଡର ଫାଟି ଅଗ୍ନିକାଣ୍ଡରେ ଗୁରୁତର ମା ଓ ପୁଅଙ୍କର ମୃତ୍ୟୁ ହୋଇଛି। ଏମକେସିଜିରେ ଚିକିତ୍ସାଧିନ ଅବସ୍ଥାରେ ଦୁଇଜଣଙ୍କର ମୃତ୍ୟୁ ହୋଇଛି । ମୃତକ ହେଲେ ମା ସନ୍ତୋଷିନୀ ପଣ୍ଡା ଓ ପୁଅ ମାଧବ ପଣ୍ଡା । ଅନ୍ୟ ୨ଗୁରୁତରଙ୍କୁ ଏମକେସିଜିରୁ ଭୁବନେଶ୍ବର ସ୍ଥାନାନ୍ତର କରାଯାଇଛି।

ଗତକାଲି ବ୍ରହ୍ମପୁର ଫାଷ୍ଟଗେଟ୍ ଗାୟତ୍ରୀ ନଗରରେ ଗ୍ୟାସ୍ ସିଲିଣ୍ଡର ଫାଟି ଅଗ୍ନିକାଣ୍ଡ ହୋଇଥିଲା । ଅଗ୍ନିକାଣ୍ଡରେ ଘର ମାଲିକ ଚିତ୍ତରଞ୍ଜନ ପାଣିଗ୍ରାହୀଙ୍କ ପତ୍ନୀ ସସ୍ମିତା ପାଣିଗ୍ରାହୀ, ଭଡାଟିଆ ସନ୍ତୋଷ ପଣ୍ଡାଙ୍କ ପତ୍ନୀ ଓ ୪ ବର୍ଷର ପୁଅ ମାଧବ ଗୁରୁତର ହୋଇଥିଲେ। ସମସ୍ତଙ୍କୁ ବ୍ରହ୍ମପୁର ଏମକେସିଜି ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସମସ୍ତଙ୍କ ଅବସ୍ଥା ଗୁରୁତର ରହିଥିଲା । ତେବେ ଆଜି ଚିକିତ୍ସାଧିନ ଅବସ୍ଥାରେ ସନ୍ତୋଷିନୀ ଓ ମାଧବଙ୍କର ମୃତ୍ୟୁ ହୋଇଛି ।

ତଳ ଘରେ ଥିବା ସନ୍ତୋଷଙ୍କ ସ୍ତ୍ରୀ ଗ୍ୟାସ୍ ଲଗାଇବା ବେଳେ ଗ୍ୟାସ୍ ଲିକ୍ ହୋଇ ଅଗ୍ନିକାଣ୍ଡ ଘଟିଥିଲା । ପରେ ଘରେ ଥିବା ଅନ୍ୟ ଗୋଟିଏ ଗ୍ୟାସ୍ ସିଲିଣ୍ଡରରେ ମଧ୍ୟ ଅଗ୍ନି ସଂଯୋଗ ହୋଇ ବିସ୍ଫୋରଣ ଘଟିଥିଲା । ଏହି ନିଆଁ ଉପର ଘରେ ଥିବା ଚିତ୍ତରଞ୍ଜନଙ୍କ ଘରକୁ ବ୍ୟାପିଯିବାରୁ ସେଠାରେ ମଧ୍ୟ ଅଗ୍ନିକାଣ୍ଡ ଘଟିଥିଲା ।

   Related Posts