ନିଜ ପଞ୍ଚାୟତକୁ ସର୍ବଶ୍ରେଷ୍ଠ କରିବାକୁ ରଖିଛନ୍ତି ଲକ୍ଷ୍ୟ, ମା’ ଓ ପୁଅ ବୁଲି ବୁଲି କରୁଛନ୍ତି ପ୍ରଚାର

Published By : Prameya-News7 Bureau | January 28, 2022 IST

ଭଦ୍ରକ ୨୮।୧: ନିର୍ବାଚନ ଲଢୁଛି, ଜିତିବା ଆଶା ରଖିଛି । ଆଉ ଜିତିଲେ ମୋ ପଂଚାୟତକୁ ସର୍ବଶ୍ରେଷ୍ଠ ପଂଚାୟତ କରିବା ମୋ ଲକ୍ଷ୍ୟ । ଏମିତି କିଛି ଆଶା ନେଇ ଭୋଟରଙ୍କ ନିକଟକୁ ଯାଉଛନ୍ତି ସରପଞ୍ଚ ପ୍ରାର୍ଥିନୀ । ମା’ ଓ ପୁଅ ଦୁହେଁ ବୁଲି ବୁଲି ପ୍ରଚାର କରୁଛନ୍ତି । ଏମିତି ଦୃଶ୍ୟ ଦେଖିବା ପାଇଁ ମିଳିଛି ଭଦ୍ରକ ଜିଲ୍ଲା ଧାମନଗର ନିର୍ବାଚନମଣ୍ଡଳୀ ଅସୁରାଳୀ ଅଞ୍ଚଳରେ ।

{"id":580425,"sizeSlug":"full","linkDestination":"none"}

ଅସୁରାଳୀ ଗ୍ରାମ ପଂଚାୟତର ସରପଞ୍ଚ ପ୍ରାର୍ଥିନୀ ହୋଇଛନ୍ତି ମିନତୀ ସାହୁ । ଏବେ ପ୍ରଚାର ଆରମ୍ଭ କଲେଣି । ମା’ ଓ ପୁଅ ଦୁହେଁ ଗାଁର ୱାର୍ଡ ବୁଲୁଛନ୍ତି । କୋଭିଡ୍ କଟକଣା ପାଇଁ ଜାକଜମକରେ ପ୍ରଚାର ହେଉନାହିଁ । ଭୋଟରଙ୍କୁ ପୁସିଂ କାର୍ଡ ଦେଇ ନିଜର ନିର୍ବାଚନୀ ଚିହ୍ନ କହି ଭୋଟ୍ ମାଗୁଛନ୍ତି । ଆଗାମୀ ଦିନରେ ଭୋଟର ତାଙ୍କୁ ଯଦି ଜିତାଇବେ ତେବେ ସେ ପଂଚାୟତକୁ ସର୍ବଶ୍ରେଷ୍ଠ ପଂଚାୟତ ରୂପେ ଗଢିବା ନେଇ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରୁଛନ୍ତି । ପୁଅଙ୍କ ସହ ସ୍ଥାନୀୟ ଲୋକେ ଓ ନେତୃତ୍ଵ ମଧ୍ୟ ସମର୍ଥନ କରୁଛନ୍ତି ।  ଆଗାମୀ ଦିନରେ ସେ ଲୋକଙ୍କ ପାଇଁ କାର୍ଯ୍ୟ କରିବେ ବୋଲି କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.