ଜଗତସିଂହପୁର ୩୦।୯: ଦେଢ ବର୍ଷର ପୁଅକୁ ଧରି ଦେହରେ ନିଆଁ ଲଗାଇଲେ ମା’ । ଦୁର୍ଘଟଣାରେ ମା’ଙ୍କ ମୃତ୍ୟୁ ହୋଇଥିବା ବେଳେ ପୁଅ ଗୁରୁତର ଅଛନ୍ତି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି ।
ସୂଚନାଯୋଗ୍ୟ ଯେ, ଜଗତସିଂହପୁର ଜିଲ୍ଲା ନାଉଗାଁ ଥାନା ତେଣ୍ଟଇ ଗାଁର ଲିପିକା ସେଠୀଙ୍କ ପୁଅକୁ ତାଙ୍କ ଜାଆ ସ୍ନେହ ଶ୍ରଦ୍ଧା କରିବାରୁ ରାଗିଗଲେ ମା’ । ରାଗରେ ଦେଢ ବର୍ଷର ପୁଅକୁ ଧରି ନିଜ ଦେହରେ କିରୋସିନି ଢାଳି ଦେହରେ ନିଆଁ ଲଗାଇ ଦେଇଥିଲେ ଲିପିକା । ଦୁର୍ଘଟଣାରେ ମା’ ଲିପିକାଙ୍କ ନାଉଗାଁ ମେଡିକାଲରେ ମୃତ୍ୟୁ ହୋଇଛି । ପୁଅ ଗଣେଶ ସେଠୀଙ୍କୁ ଗୁରୁତର ଅବସ୍ଥାରେ କଟକ ମେଡିକାଲ ସ୍ଥାନାନ୍ତର କରାଯାଇଛି । ମୃତ ଲିପିକାଙ୍କ ଗାଁରେ ପୋଲିସ ସହ ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।