କୁକୁଡା ପାଇଁ ମରଣାନ୍ତକ ଆକ୍ରମଣ, ପଡୋଶୀଙ୍କ ଠେଙ୍ଗା ମାଡରେ ମା’ ଓ ପୁଅ ଗୁରୁତର

Published By : Prameya-News7 Bureau | June 09, 2020 IST

କରଞ୍ଜିଆ ୯।୬: କୁକୁଡାକୁ ନେଇ ତୁମୁଳକାଣ୍ଡ । ପଡୋଶୀଙ୍କ ମରଣାନ୍ତକ ଆକ୍ରମଣରେ ମା’ ଓ ପୁଅ ଗୁରୁତର ହୋଇଛନ୍ତି । ମହୁଲଡିହା ଥାନା ଜରକ ପଞ୍ଚାୟତ ଦୁବପାଳ ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା ।

{"id":283294,"sizeSlug":"large"}

ସୂଚନାଯୋଗ୍ୟ ଯେ, ସୋମବାର ସନ୍ଧ୍ୟା ସମୟରେ ନିଜ ବାଡିରେ ପଡୋଶୀଙ୍କ କୁକୁଡାଟି ଲାଗିଯାଇ ଛଟପଟ ହେଉଥିଲା । ଏହି ସମୟରେ ପୀଡିତ ମା’ ଓ ପୁଅ ବାଡ ସହ ଜାଲରେ ଲାଗିଥିବା କୁକୁଡାଟିକୁ ଛାଡି ଦେଉଥିବା ସମୟରେ ପଡିଶା ଘରୁ ୩ ଜଣ ଅତର୍କିତ ଭାବେ ଠେଙ୍ଗାରେ ସେମାନଙ୍କୁ ଆକ୍ରମଣ କରିଥିଲେ ।

{"id":283295,"sizeSlug":"large"}

ଫଳରେ ମା’ ଓ ପୁଅ ଗୁରୁତର ହୋଇଛନ୍ତି । ଗୁରୁତର ଅବସ୍ଥାରେ ଉଭୟଙ୍କୁ ଠାକୁରମୁଣ୍ଡା ମେଡିକାଲରେ ଭର୍ତ୍ତି କରାଯାଇଛି । ଏନେଇ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.