କରୋନାରେ ଆକ୍ରାନ୍ତ ମା' ଜେଜେମା' ହସ୍ପିଟାଲରେ : ବାପାଙ୍କ ମୃତଦେହ ପାଖରେ ଏକା ବସିରହିଥିଲା ୧୦ ବର୍ଷର ବାଳକ...

Published By : Prameya-News7 Bureau | May 10, 2020 IST

ଚେନ୍ନାଇ ୧୦/୦୫ : କରୋନା ପୀଡିତଙ୍କ ଅନେକ ହୃଦୟସ୍ପର୍ଶୀ ଘଟଣା ସମ୍ପର୍କରେ ଆପଣ ଶୁଣିଥିବେ | କରୋନା ପୀଡିତ ହୋଇ କିଏ ଅନାଥ ହୋଇଯାଉଛି ତା କିଏ ବାପା ମା ଛେଉଣ୍ଡ ହେଇଯାଉଛି | ଠିକ ଏହିଭଳି ଏକ ଘଟଣା ଘଟିଛି ଚେନ୍ନାଇରେ | ଜଣେ ୧୦ ବର୍ଷର ବାଳକର ଦୁଃଖ ଦେଖି ଆପଣ ମଧ୍ୟ କାନ୍ଦି ପକାଇବେ | ବାଳକ ସହ ଘରେ ନା ଅଛନ୍ତି ମା' ନା ଜେଜେମା, କେବଳ ଅଛି ବାପାଙ୍କ ମୃତ ଶରୀର | ନିଜ ଲୋକଙ୍କ ଅପେକ୍ଷାରେ ଚାତକ ପକ୍ଷୀ ଭଳି ଚାହିଁ ରହିଛି ୧୦ ବର୍ଷର ବାଳକ | ପଞ୍ଚମ ଶ୍ରେଣୀରେ ପଢ଼ୁଥିବା ଏହି ବାଳକ ମୁଣ୍ଡ ଉପରେ ଯେମିତି ବଜ୍ର ପଡ଼ି଼ଜିଛି | କରୋନା ଯୋଗୁଁ ଗ୍ରାମବାସୀ ତାଙ୍କ ଘରକୁ ଯାଉନାହାନ୍ତି | ମୃତଦେହ ସାମ୍ନାରେ ବସି ରହିଛି ନିରୀହ ବାଳକ |

ଦ ନ୍ୟୁ ଇଣ୍ଡିଆନ ଏକ୍ସପ୍ରେସ ଅନୁସାରେ, ଘଟଣା ତାମିଲନାଡୁ ବିଲ୍ଲୁପୁରମ ଜିଲ୍ଲାର | ୨ ମାସ ପୂର୍ବରୁ ଏକ ଦୁର୍ଘଟଣାରେ ଆହତ ହେବାପରେ ବାଳକଙ୍କ ପିତା ଅୟନ୍ନରଙ୍କୁ ଚେନ୍ନାଇର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଛି | ହସ୍ପିଟାଲରେ ତାଙ୍କ ମା ଓ ସ୍ତ୍ରୀ ତାଙ୍କର ଦେଖରେଖ କରୁଥିଲେ | କିନ୍ତୁ କରୋନା ଭାଇରସ ବ୍ୟାପିବା ପରେ ତାଙ୍କୁ ଘରକୁ ପଠାଇ ଦିଆଯାଇଥିଲା | କିନ୍ତୁ କିଛି ଦିନ ପରେ ମା ଓ ଜେଜେମାଙ୍କୁ ବି କରୋନା ଆକ୍ରାନ୍ତ କରିଥିଲା | ଉଭୟଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି | କିନ୍ତୁ କିଛି ଦିନ ପରେ ବାଳକର ବାପା ଅୟନ୍ନରଙ୍କ ମୃତ୍ୟୁ ହୋଇଗଲା | ପୁଅ ବାପାର ମୃତଦେହ ପାଖରେ ବସି ମା' ଓ ଜେଜେମା'ଙ୍କୁ ଅପେକ୍ଷା କରିଛି | 

{"id":267777,"sizeSlug":"large"}

ବାଳକର ମା'ଓ ଜେଜେମା'ଙ୍କୁ ଅୟନ୍ନରଙ୍କ ମୃତ୍ୟୁ ଖବର ଦିଆଯାଇଛି | ଏମାନେ ଘରକୁ ଆସିବା ପରେ ଅନ୍ତିମ ସଂସ୍କାର କରାଯାଇଥିଲା | କରୋନା ପାଇଁ ସମସ୍ତ ପ୍ରକାର ସୁରକ୍ଷିତ ପଦକ୍ଷେପ ଅବଲମ୍ବନ କରାଯାଇଥିଲା | ଯେଉଁମାନେ ଅୟନ୍ନରଙ୍କ ଅନ୍ତିମ ସଂସ୍କାରରେ ଯୋଗ ଦେଇଥିଲେ ସେମାନଙ୍କୁ ସୁରକ୍ଷିତ ଡ୍ରେସ ଦିଆଯାଇଥିଲା | ୧୦ ବର୍ଷର ଜିବା ଅୟନ୍ନରଙ୍କ ଭାଇ ଅର୍ଥାତ ତାଙ୍କ ଦାଦାଙ୍କ ଘରେ ଅଛନ୍ତି | ପରିବାର ଆର୍ଥିକ ସାହାଯ୍ୟ ଯୋଗାଇଦେବା ପାଇଁ ପ୍ରଶାସନ ଘୋଷଣା କରିଛି | ପୀଡିତ ପରିବାରକୁ ୫ ହଜାର ଟଙ୍କା, ୨୦ କିଲୋ ଚାଉଳ ଓ ପନିପରିବା ସହ ଆବଶ୍ୟକୀୟ ଜିନିଷ ଦିଆଯାଇଛି | ଚିକିତ୍ସା ହୋଇ ସୁସ୍ଥ ହେବାପରେ ମା' ଓ ଜେଜେମା' ଖୁବ ଶୀଘ୍ର ଘରକୁ ଫେରିବେ ବୋଲି ଜିବାଙ୍କୁ ଆଶ୍ୱାସନା ଦିଆଯାଇଛି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.