Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଗାଧୋଇବାକୁ ଯାଇଥିବା ବେଳେ ପୋଖରୀରେ ବୁଡି ମା’ ଓ ୧୧ ମାସ ଝିଅଙ୍କ ମୃତ୍ୟୁ

18/08/2020 at 3:30 PM

ଉମରକୋଟ ୧୮।୮: ନବରଙ୍ଗପୁର ଜିଲ୍ଲା ରାଇଘର ହାଟ ଭାରଣ୍ଡିଠାରେ ପୋଖରୀରେ ବୁଡି ମା’ ଓ ଝିଅଙ୍କ ମୃତ୍ୟୁ ହୋଇଛି ।

ସୂଚନା ଅନୁସାରେ, ରତନି ଗଣ୍ଡ ନାମକ ଜଣେ ମହିଳା ତାଙ୍କ ୧୧ ମାସର ଶିଶୁ କନ୍ୟାକୁ ନେଇ ପୋଖରୀକୁ ଗାଧୋଇବାକୁ ଯାଇଥିଲେ । ତେବେ କୌଣସି କାରଣ ବଶତଃ ପୋଖରୀରେ ବୁଡି ତାଙ୍କର ମୃତ୍ୟୁ ହୋଇଛି । ଘଟଣାସ୍ଥଳରେ ଅଗ୍ନିଶମ ବିଭାଗ ପହଞ୍ଚି ଉଦ୍ଧାର କାର୍ଯ୍ୟ କରିଥିଲା । ତେବେ କିପରି ତାଙ୍କର ମୃତ୍ୟୁ ହେଲା ତାର ତଦନ୍ତ କରୁଛି ପୋଲିସ ।

   Related Posts