Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଟ୍ରକକୁ ପଛ ପଟୁ ପିଟିଲା ଟ୍ରଲର, ୨ ମୃତ
  • ||
  • ଡ଼କାୟତି ଯୋଜନା ପଣ୍ଡ, ବାଇପାସ କଡ଼ରୁ ୬ ଡକାୟତ ଗିରଫ
  • ||

ଯୋଗୀଙ୍କ ଅଫିସ ଆଗରେ ମାଆ-ଝିଅଙ୍କ ଆତ୍ମାହୂତି ଉଦ୍ୟମ, କଂଗ୍ରେସ ନେତାଙ୍କ ବିରୋଧରେ କେସ୍ କଲେ ବିଜେପି ସରକାର

18/07/2020 at 3:29 PM

ଲକ୍ଷ୍ନୌ,୧୮|୦୭ : ଉତ୍ତର ପ୍ରଦେଶର ରାଜଧାନୀ ଲକ୍ଷ୍ନୌରେ ଲୋକଭବନ ବା ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଆଗରେ ମାଆ ଓ ଝିଅ ଆତ୍ମାହୂତି ଘଟଣା ପରେ ଚର୍ଚ୍ଚା ଜୋର ଧରିଛି । ଏହି ଘଟଣାରେ ଆମେଠୀ ଏସଓଙ୍କ ସହ ୩ ପୋଲିସ କର୍ମଚାରୀଙ୍କୁ ନିଲମ୍ବିତ କରାଯାଇଛି । ଆହୁରି ମଧ୍ୟ ଏମଆଇଏମ ଓ କଂଗ୍ରେସ ନେତାଙ୍କ ସହ ୪ ଜଣଙ୍କ ବିରୋଧରେ ମାମଲା ରୁଜୁ କରିଛି ପୋଲିସ ।

ଲକ୍ଷ୍ନୌ ପୋଲିସ କମିଶନର ସୁଜିତ ପାଣ୍ଡେୟ କହିଥନ୍ତି ଯେ, ଲୋକଭବନ ଆଗରେ ଶୁକ୍ରବାର ସନ୍ଧ୍ୟାରେ ମାଆ ଓ ଝିଅ ନିଜ ଶରୀରରେ ନିଆଁ ଲଗାଇବାକୁ ଚେଷ୍ଟା କରିଥିଲେ । ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏଙି ଘଟଣାରେ ଆମେଠୀର ଅର୍ଜୁନ ନାମକ ଜଣେ ବ୍ୟକ୍ତି ଓ ୩ଜଣଙ୍କ ବିରୋଧରେ ଏଫଆଇଆର ହୋଇଛି । ଘଟଣା ପଛରେ ବଡ ଧରଣର ଷଡଯନ୍ତ୍ର ରହିଛି ।

ଏହି ମାମଲାରେ ମାଆ ଓ ଝିଅଙ୍କୁ ଆତ୍ମାହୂତି ପାଇଁ ଉସକାଯାଇଥିଲା । ଆମେଠିର କିଛି ଏମଆଇଏମ ଓ କଂଗ୍ରେସ ନେତାଙ୍କ ନାଁ ସାମ୍ନାକୁ ଆସିଛି । ଆସମା ଓ ସୁଲତାନ ନାମକ ୨ ବ୍ୟକ୍ତି ଏହି ଷଡଯନ୍ତ୍ରରେ ସାମିଲ ଅଛନ୍ତି । ପ୍ରଥମେ ମା ଓ ଝିଅ କଂଗ୍ରେସ କାର୍ଯ୍ୟାଳୟ ଯାଇଥିଲେ । କଂଗ୍ରେସ ନେତା ଅନୁପ ପଟେଲଙ୍କ ସହ ଆଲୋଚନା କରିଥିଲେ । ଆସମା ଓ ଏମଆଇଏମର କାଦିର ଖାନଙ୍କୁ ଗିରଫ କରାଯାଇଛି । ଅନୁପ ଏକ ଚ୍ୟାନେଲର ସାମ୍ବାଦିକଙ୍କୁ ମଧ୍ୟ ଘଟଣା ପୂର୍ବରୁ ସୂଚନା ଦେଇଥିଲେ ।

ତେବେ ଏହି ଅଘଟଣ ସମୟରେ ଲୋକଭବନ ନିକଟରେ ମୁତୟନ ଥିବା ୩ ପୋଲିସ କର୍ମୀଙ୍କୁ ନିଲମ୍ବିତ କରାଯାଇଛି । ସେମାନେ ମହିଳାଙ୍କୁ ନିଆଁ ଲଗାଇବା ସମୟରେ ରୋକିବାରେ ବିଫଳ ହୋଇଥିଲେ । ଏମାନଙ୍କ ବିରୋଧରେ ମଧ୍ୟ କେସ୍ ଦାଖଲ ହୋଇଛି ।

   Related Posts